ETV Bharat / state

ଯୌତୁକ ଲୋଭି ସ୍ବାମୀର ନାରକୀୟ କାଣ୍ଡ, ସ୍ତ୍ରୀକୁ ଜୀଅନ୍ତା ଜାଳିବାକୁ ଉଦ୍ୟମ - ସ୍ତ୍ରୀକୁ ଜୀଅନ୍ତା ଜାଳି ଦେବାକୁ ସ୍ବାମୀର ଉଦ୍ୟମ

ଯୌତୁକ ପାଇଁ ପିଶାଚ ସ୍ବାମୀର ଜଘନ୍ୟକାଣ୍ଡ । ସ୍ତ୍ରୀକୁ ମାଡ଼ ମାରି ଲହୁଲୁହାଣ କରିବା ସହ ଜୀଅନ୍ତା ଜାଳି ଦେବାକୁ ଉଦ୍ୟମ କରିଥିଲା ସ୍ବାମୀ । କେଉଁଠି ଘଟିଛି ଏହି ଘଟଣା ଜାଣିବା ପାଇଁ ପଢନ୍ତୁ ସମ୍ପୂର୍ଣ୍ଣ ଖବର ।

ଯୌତୁକ ପାଇଁ ସ୍ବାମୀର ଜଘନ୍ୟକାଣ୍ଡ : ସ୍ତ୍ରୀକୁ ଜୀଅନ୍ତା ଜାଳି ଦେବାକୁ ଉଦ୍ୟମ

author img

By

Published : Mar 14, 2022, 12:52 PM IST

Updated : Mar 14, 2022, 1:16 PM IST

ଢେଙ୍କାନାଳ: ଯୌତୁକ ପାଇଁ ପିଶାଚ ସ୍ବାମୀର ଜଘନ୍ୟକାଣ୍ଡ । ସ୍ତ୍ରୀକୁ ମାଡ଼ ମାରି ଲହୁଲୁହାଣ କରିବା ସହ ଜୀଅନ୍ତା ଜାଳି ଦେବାକୁ ଉଦ୍ୟମ କରିଥିଲା ସ୍ବାମୀ । ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ଶିତଲବସା ଗ୍ରାମରେ। ଖବର ପାଇବାପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଯୌତୁକ ଲୋଭି ସ୍ବାମୀର ନାରକୀୟ କାଣ୍ଡ, ସ୍ତ୍ରୀକୁ ଜୀଅନ୍ତା ଜାଳିବାକୁ ଉଦ୍ୟମ

ସୂଚନାଅନୁସାରେ, କାମାକ୍ଷାନଗର ଥାନା ଶିତଳବସା ଗାଁର କୃଷ୍ଣ ସାହୁଙ୍କ ଝିଅ ସୁକାନ୍ତି ସାହୁକୁ ସେହି ଗ୍ରାମର ରଞ୍ଜନ ସାହୁଙ୍କୁ ଦୁଇବର୍ଷ ତଳେ ବୈଦିକ ରୀତିନୀତିରେ ବିବାହ ଦେଇଥିଲେ । ବାହାଘର ପରେ ଉଭୟ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ବିଭିନ୍ନ ସମୟରେ ଝଗଡା ଲାଗିରହୁଥିଲା । ଉଭୟ ପରିବାରର ବୁଝାସୁଝା କରି ସମାଧାନ କରିଥିଲେ । କିନ୍ତୁ ଗତକାଲି ରାତିରେ ସ୍ବାମୀ ରଞ୍ଜନ ସୁକାନ୍ତିକୁ ଅତି ଅମାନୁଷିକ ଭାବେ ପିଟି ପିଟି ହାତ ଗୋଡ ବାନ୍ଧି ବାଡି ପଛ ପାଖ ବିଲମାଳରେ ଫୋପାଡ଼ି ଜୀଅନ୍ତା ଜାଳି ଦେବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି ।

ତେବେ ଖବର ପାଇ ସୁକାନ୍ତିଙ୍କ ବାପଘର ଲୋକେ ଘଟଣାସ୍ଥଳରେ ପହଞ୍ଚି ମୁମୂର୍ଷ ଅବସ୍ଥାରେ ଝିଅକୁ ଉଦ୍ଧାର କରି କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଥିଲେ । ଏନେଇ ଥାନାରେ ଅଭିଯୋଗ ପରେ କାମାକ୍ଷାନଗର ପୋଲିସ ମେଡ଼ିକାଲରେ ପହଞ୍ଚି ସୁକାନ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ପଚାରିବୁଝିବା ସହ ଘଟଣାଟିକୁ ଗୁରୁତର ସହ ନେଇ ଅଧିକ ତଦନ୍ତ ଚଳାଇଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Last Updated : Mar 14, 2022, 1:16 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.