ଢେଙ୍କାନାଳ: ଜିଲ୍ଲା ସରଖିଆ ଗ୍ରାମରେ ଯୁବକଙ୍କ ଆତ୍ମହତ୍ୟା । ପତ୍ନୀର ଚରିତ୍ରକୁ ସନ୍ଦେହ କରି ବେକରେ ରଶି ଲଗାଇ ଆତ୍ମହତ୍ୟା କଲେ ସ୍ୱାମୀ । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ମୃତଦେହ ଜବତ କରିଛି । ସୂଚନାନୁସାରେ ବାପ ଘରକୁ ଯାଇଥିବା ପତ୍ନୀ ଶାଶୁ ଘରକୁ ଫେରିନଥିଲେ । ଆଉ ପତ୍ନୀର ଏପରି କାର୍ଯ୍ୟକଳାପ ତାଙ୍କ ଚରିତ୍ର ଉପରେ ସନ୍ଦେହ ଦୃଢ଼ୀଭୂତ ଯୋଗୁଁ ଶେଷରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି କାମଦେବ ଷଣ୍ଢ । ଏଭଳି ଅଭାନୀୟ ଘଟଣା ଘଟିଛି ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ସରଖିଆ ଗ୍ରାମରେ ।
କାମଦେବ ଦୁବାଇରେ ରହି କାମ କରନ୍ତି । ତେବେ ପତ୍ନୀ ସନ୍ଧ୍ୟାରାଣୀଙ୍କ ଚରିତ୍ରକୁ ନେଇ ସନ୍ଦେହ ଯୋଗୁଁ ଉଭୟଙ୍କ ସମ୍ପର୍କରେ ତିକ୍ତତା ରହିଥିଲା । ମାତ୍ର ସାବିତ୍ରୀ ଅମାବାସ୍ୟାରେ କାମଦେବ ନିଜ ଗାଁକୁ ଫେରିଥିଲେ ମଧ୍ୟ ପତ୍ନୀ ବାପଘରକୁ ଯାଇ ଫେରିଲେ ନାହିଁ । ଫଳରେ ଗତ ରାତିରେ କାମଦେବ ପାଖ ଆମ୍ବତୋଟାରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ତେବେ ମଙ୍ଗଳବାର ବିଳମ୍ବିତ ସମୟ ଯାଏଁ ପରିବାର ଲୋକେ ଖୋଜାଖୋଜି ପରେ ପାଖ ଆମ୍ବତୋଟାରେ ମୃତଦେହ ଝୁଲୁଥିବା ଦେଖିବାକୁ ପାଇଥିଲେ। । ଖବରପାଇ ସଦର ଥାନା ପୋଲିସ ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରି ତଦନ୍ତ ଚଳାଇଛି ।
ଇଟିଭି ଭାରତ, ଢେଙ୍କାନାଳ