ଢେଙ୍କାନାଳ: ପେଟ୍ରୋଲ ପମ୍ପ ମ୍ୟାନେଜରଙ୍କୁ ମାଉଜର ଦେଖାଇ ଲୁଟିନେଲେ ୪ଲକ୍ଷ ୬୦ହଜାର ଟଙ୍କା । ଢେଙ୍କାନାଳ ଜିଲ୍ଲା କାଙ୍କଡ଼ାହାଡ଼ ଥାନା ଅନ୍ତର୍ଗତ ବିରାଶାଳ ଓଡିଶା ଗ୍ରାମ୍ୟବ୍ୟାଙ୍କ ଶାଖା ନିକଟରେ ଏହି ଲୁଟ ହୋଇଥିବା ସୂଚନା ମିଳିଛି । ବିରାଶାଳ ଅଞ୍ଚଳରେ ଥିବା ଶାନ୍ତି ଲତା ଫିଲିଙ୍ଗ ଷ୍ଟେସନ ନାମକ ଏକ ପେଟ୍ରୋଲ ପମ୍ପ ମ୍ୟାନେଜର ଦୀପକ ପୃଷ୍ଟି ସ୍ଥାନୀୟ ଓଡିଶା ଗ୍ରାମ୍ୟ ବ୍ୟାଙ୍କକୁ ଟଙ୍କା ଜମା କରିବାକୁ ଯାଉଥିଲେ । ସେହି ସମୟରେ ତାଙ୍କୁ ଦୁଇଜଣ ଦୁର୍ବୁତ୍ତ ପିସ୍ତଲ ଦେଖାଇ ତାଙ୍କ ଟଙ୍କା ବ୍ୟାଗକୁ ଛଡାଇ ନେଇଥିଲେ । ତେବେ ବ୍ୟାଗରେ ପେଟ୍ରୋଲ ପମ୍ପର ୪ଲକ୍ଷ ୬୪ହଜାର ଟଙ୍କା ଥିଲା ବୋଲି ଜଣାପଡିଛି ।
ସୂଚନା ମୁତାବକ , ବିରାଶାଳ ଠାରେ ଥିବା ଶାନ୍ତି ଲତା ଫିଲିଙ୍ଗ ଷ୍ଟେସନରୁ ଦିଲୀପ ଟଙ୍କା ନେଇ ବ୍ୟାଙ୍କ ଯାଉଥିବା ବେଳେ ପଛରୁ ଏକ ବ୍ଲାକ ପଲଶରରେ ଦୁଇଜଣ ଦୁର୍ବୁତ୍ତ ତାଙ୍କୁ ଅନୁସରଣ କରି ଯାଇଥିଲେ । ତେବେ ଵ୍ୟାଙ୍କ ଠାରୁ ୫ଶହ ମିଟର ପୂର୍ବରୁ ଅତର୍କିତ ଭାବେ ତାଙ୍କ ଗାଡି ଅତିକ୍ରମ କରି ଅଟକାଇ ଥିଲେ । ପରେ ତାଙ୍କ ମୁଣ୍ଡରେ ପିସ୍ତଲ ଲଗାଇ ଭୟଭୀତ କରାଇଥିଲେ । ଜଣେ ଦୁର୍ବୃତ୍ତ ତାଙ୍କ ବ୍ୟାଗକୁ ଛଡାଇ ନେବା ପରେ ଅନ୍ୟ ଜଣେ ଦୁର୍ବୃତ୍ତ ବାଇକ ଦୃତ ଗତିରେ ଚଲାଇ ଆଖି ପିଛୁଳାକେ ଟାଟା ମାଇନ୍ସ ଆଡକୁ ପଳାଇଥିଲା । ଖବର ପାଇ ଘଟଣା ସ୍ଥଳରେ କାଙ୍କଡ଼ାହାଡ଼ ପୋଲିସ ଓ କାମାକ୍ଷାନଗର ପୋଲିସ ପହଞ୍ଚି ଛାନ ଭିନ ଜାରି ରଖିଛି ।
ଇଟିଭି ଭାରତ,ଢେଙ୍କାନାଳ