ETV Bharat / state

ଆଜି ବିଦାୟ ନେବେ ଧନଦାତ୍ରୀ, ଗଜଲକ୍ଷ୍ମୀ ପୂଜା ଅନ୍ତିମ ଦିନରେ ଜମିଲା ଖଚାଖଚ୍‌ ଭିଡ

ଢେଙ୍କାନାଳ ପ୍ରସିଦ୍ଧ ଗଜଲକ୍ଷ୍ନୀ ପୂଜା ଅନ୍ତିମ ଦିନରେ ପୂଜା ବଜାରରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ଅଧିକ ପଢନ୍ତୁ

author img

By

Published : Oct 19, 2022, 9:04 AM IST

ଗଜଳଷ୍ମୀ ପୂଜାର ଅନ୍ତିମ ଦିନରେ ଜମିଲା ଖଚା ଖଚ ଭିଡ

ଢେଙ୍କାନାଳ: ଗଜଲକ୍ଷ୍ମୀ ପୂଜା କହିଲେ ଢେଙ୍କାନାଳକୁ ବୁଝାଏ । ଅକ୍ଟୋବର 9 ତାରିଖରୁ 10 ଦିନ ହେବ ଗଜଲକ୍ଷ୍ମୀ ପୂଜା ନେଇ ଉଠୁଥିଲା ପଡୁଥିଲା ଢେଙ୍କାନାଳ । ଆଜି ଧାରାପୃଷ୍ଠରୁ ବିଦାୟ ନେବେ ଧନଦାତ୍ରୀ । ଗଜଲକ୍ଷ୍ମୀ ପୂଜାର ଅନ୍ତିମ ଦିନରେ ଢେଙ୍କାନାଳ ପୂଜା ବଜାରରେ ଖଚା ଖଚ ଭିଡ ଦେଖିବାକୁ ମିଳିଥିଲା । ଜନଗହଳି ପୂର୍ଣ୍ଣ ହୋଇଥିଲା ରାଜରାସ୍ତା । କୋରୋନା କଟକଣା ମୁକ୍ତରେ ଚଳିତ ବର୍ଷ ମା' ଲକ୍ଷ୍ମୀଙ୍କ ପୂଜାକୁ ଆନନ୍ଦର ଉତ୍ସାହର ସହିତ ଉପଭୋଗ କରିଛନ୍ତି ଶ୍ରଦ୍ଧାଳୁ ।

ଦୁଇବର୍ଷ କୋଭିଡ ପରେ ଚଳିତ ବର୍ଷ ଖୁବ ଧୁମ ଧାମରେ ପାଳିତ ହୋଇଛି ଗଜଲକ୍ଷ୍ମୀ ପୂଜା । ଆକର୍ଷଣୀୟ ସାଜ ସଜ୍ଜା ସାଙ୍ଗକୁ ରଙ୍ଗୀନ ଆଲୋକ ମାଳାରେ ଝଲସି ଉଠିଥିଲା ଢେଙ୍କାନାଲ ସହର । ପୂଜା ବଜାରରେ ରାଜ୍ୟ ତଥା ରାଜ୍ୟ ବାହାରର ଲକ୍ଷ ଲକ୍ଷ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ପାଗ ମଧ୍ୟ ଅନୁକୂଳ ରହିଥିବାରୁ ଜନସମାଗମ ଚଳିତ ବେଶି ବଢ଼ିଥିଲା । ପୂଜାର ଶେଷଦିନ ଥିବାରୁ ଦଶଲକ୍ଷରୁ ଅଧିକ ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା ।

ଏହା ବି ପଢନ୍ତୁ...କୁମାର ପୂର୍ଣ୍ଣିମାରେ କୁମାରୀ ବିବାହ: ବାଜା-ରୋଷଣୀରେ କମ୍ପିଲା ଗାଁ ଦାଣ୍ଡ

ଫାଷ୍ଟ ଫୁଡ଼, ମିନା ବଜାର ଆଦି ସାଙ୍ଗକୁ ବିଭିନ୍ନ କିସମର ଦୋଳିର ମଜା ନେଇଛନ୍ତି ଦର୍ଶକ । ଆଜି (ବୁଧବାର) ମା' ଙ୍କୁ ବିଦାୟ ଦେବେ ଢେଙ୍କାନାଳବାସୀ । ପୂଜା ଉତ୍ସବର ଅନ୍ତିମ ଦିନ (ମଙ୍ଗଳବାର) ଥିବାରୁ ଲୋକାରଣ୍ୟରେ ଢେଙ୍କାନାଳ ସହର ଉଛୁଳି ଉଠିଥିଲା । ଶେଷଦିନରେ ମା' ଗଜଲକ୍ଷ୍ମୀଙ୍କୁ ଟିକେ ଶେଷ ଦର୍ଶନ କରି ପୂଜାର ମଜା ଉଠାଇବାକୁ ଦର୍ଶକଙ୍କ ସୁଅ ଛୁଟିଥିଲା ପୂଜା ବଜାରକୁ । ବଜାର ଲୋକରଣ୍ୟ ହୋଇପଡିଥିଲା । ଦୋଳି ଠାରୁ ଆରମ୍ଭ କରି ଫାଷ୍ଟଫୁଡ଼ ଓ ମିନବଜାର ସବୁଠି ଲାଗି ରହିଲା ଅହେତୁକ ଭିଡ । ପୂଜା ମଣ୍ଡପ ପକ୍ଷରୁ ସ୍ଵତନ୍ତ୍ର ପୂଜା କରାଯାଇ ମା'ଙ୍କୁ ବସର୍ଜନ କରାଯାଇଛି । ଆଜି ମା'ଙ୍କୁ ମେଲାଣି ଦିଆଯିବ ।

ଢେଙ୍କାନାଳ ରାଜବଂଶ କୃଷ୍ଣ ବାସୁଦେବଙ୍କର ଉପାସକ ଭାବେ ବୈଷ୍ଣବ ମଠ ପ୍ରତିଷ୍ଠା କରିଥିଲେ । କୁଞ୍ଜକାନ୍ତର କୃଷ୍ଣମନ୍ଦିର ଏହି ରାଜବଂଶ ଆରାଧ୍ୟ ଦେବତା, ବଳରାମ ମନ୍ଦିର, ଜଗନ୍ନାଥ ମନ୍ଦିର, ବୃନ୍ଦାବନ ମନ୍ଦିର, ବୃନ୍ଦାବନଚନ୍ଦ୍ର ମନ୍ଦିର, କପିଳାସର ନାରାୟଣ ମନ୍ଦିର, ନୃସିଂହ ଓ ଲକ୍ଷ୍ମୀମୂର୍ତ୍ତି ପ୍ରତିଷ୍ଠା, ଚୈତନ୍ୟଙ୍କ ପାଦଚିହ୍ନ ପ୍ରତିଷ୍ଠା ଇତ୍ୟାଦି ବହୁବିଧ ପଦକ୍ଷେପ ଯୋଗୁଁ ବିଷ୍ଣୁ ପୂଜାର ପରମ୍ପରା ପ୍ରଜାଙ୍କ ଦ୍ଵାରା ଆଦୃତ ହୋଇପାରିଥିବାରୁ ବିଷ୍ଣୁଙ୍କର ପତ୍ନୀ ଭାବରେ ଲକ୍ଷ୍ମୀ ପୂଜାର ପରମ୍ପରା ଏଠାରେ ଗଢିଉଠିଥିଲା । ପ୍ରଥମ ଥର ପାଇଁ ଢେଙ୍କାନାଳରେ ୧୯୨୩ ମସିହାରେ କୁଞ୍ଜସାହୁ ଛକ (ବର୍ତ୍ତମାନର ଗଣେଶ ବଜାର) ଠାରେ ପୂଜା ଆରମ୍ଭ ହୋଇଥିଲା । ସେବେଠୁ ଧୁମଧାମରେ ଢେଙ୍କାନାଳରେ ଗଜଲକ୍ଷ୍ନୀ ପୂଜା ଅନୁଷ୍ଠିତ ହୁଏ ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.