ETV Bharat / state

ଆସାମରୁ ଝାରସୁଗୁଡାକୁ ଆସୁଥିଲା ବିଦେଶୀ ମଦ, 3 ଗିରଫ

author img

By

Published : Mar 1, 2022, 7:10 PM IST

ଆସାମରୁ ଝାରସୁଗୁଡା ଅଞ୍ଚଳକୁ ଚୋରା ବିଦେଶୀ ମଦ ଚାଲାଣବେଳେ ଢେଙ୍କାନାଳରେ କଣ୍ଟେନର ଉପରେ ଚଢାଉ କରି ୩ଜଣଙ୍କୁ ଗିରଫ କଲା ଅବକାରୀ ବିଭାଗର ସ୍କ୍ବାର୍ଡ । ଅଧିକ ପଢନ୍ତୁ

ଆସାମରୁ  ଝାରସୁଗୁଡାକୁ  ଆସୁଥିଲା ବିଦେଶୀ ମଦ, ୩ଜଣଙ୍କୁ ଗିରଫ କଲା ଅବକାରୀ ବିଭାଗ

ଢେଙ୍କାନାଳ: ଅବକାରୀ ବିଭାଗ ହାତରେ ରାଜ୍ୟ ବାହାରର ବିଦେଶୀ ମଦ ବୋଝେଇ କଣ୍ଟେନ । ଆସାମରୁ ଝାରସୁଗୁଡା ଅଞ୍ଚଳକୁ ଚୋରା ବିଦେଶୀ ମଦ ଚାଲାଣ ବେଳେ ଢେଙ୍କାନାଳରେ କଣ୍ଟେନର ଉପରେ ଚଢାଉ କରି ୩ଜଣଙ୍କୁ ଗିରଫ କଲା ଅବକାରୀ ବିଭାଗର ସ୍କ୍ବାର୍ଡ । ପୁରୁଣା କଟକ ସମ୍ବଲପୁର ରାସ୍ତାର ହିନ୍ଦୋଳ ଅଞ୍ଚଳରୁ ଏହି ଚୋରା ବିଦେଶୀ ମଦ କଣ୍ଟେନର ଟ୍ରକକୁ ଧରିବାରେ ସକ୍ଷମ ହୋଇଛି ଅବକାରୀ ବିଭାଗ । ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ଜଣେ ଓଡ଼ିଆର ହୋଇଥିବା ବେଳେ କଣ୍ଟେନରର ଡ୍ରାଇଭର ଓ ହେଲ୍ପର ।

ଓଡ଼ିଆ ଯୁବକ ଜଣଙ୍କ ହେଉଛନ୍ତି ମୋଟଙ୍ଗା ଥାନା ଅନ୍ତର୍ଗତ ବଳରାମ ପ୍ରସାଦ ଗ୍ରାମର ଅବିନାଶ ମହାରଣା । ସେହିପରି ଟ୍ରକର ଡ୍ରାଇଭର ଆସାମ ଅଞ୍ଚଳର ଛତିଶ ନନ୍ଦା ଓ ହେଲ୍ପର ବିରେନ୍ଦର ବୋଲି ଜଣାପଡିଛି । କଣ୍ଟେନରରେ ହଜାରରୁ ଊର୍ଦ୍ଧ୍ବ ବିଦେଶୀ ମଦ କାର୍ଟୁନ ଥିବା ଅନୁମାନ କରାଯାଉଛି । ଯାହାର ଆନୁମାନିକ ମୂଲ୍ୟ କୋଟିଏ ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି ଅନୁମାନ କରାଯାଉଛି । ଅଵକାରୀ ବିଭାଗ ପକ୍ଷରୁ ଏନେଇ ଛାନଭିନ ଜାରି ରହିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.