ETV Bharat / state

ଧରାଧାମକୁ ଓହ୍ଲାଇବେ ମା’ ଧନଦାତ୍ରୀ, ଚଳଚଞ୍ଚଳ ଢେଙ୍କାନାଳ - ପ୍ରସିଦ୍ଧ ଗଣପର୍ବ ଗଜଲକ୍ଷ୍ମୀ ପୂଜା

ଜଗତଜନନୀ ମାଆ ଦୁର୍ଗାଙ୍କ ମେଲାଣୀ ପରେ ଆଜି ଧରାପୃଷ୍ଠକୁ ଅବତରଣ କରିବେ ଧନଦାତ୍ରୀ ମା' ଲକ୍ଷ୍ମୀ । ଅଧିକ ପଢନ୍ତୁ

ଧାରା ଧାମକୁ ଓହ୍ଲାଇବେ ମା ଧନଦାତ୍ରୀ , ଚଳଚଞ୍ଚଳ ଗାଁ ଠାରୁ ସହର

author img

By

Published : Oct 9, 2022, 8:32 AM IST

ଢେଙ୍କାନାଳ: ଆଜି ଓଡିଶାର ଅନ୍ୟତମ ପ୍ରସିଦ୍ଧ ଗଣପର୍ବ ଗଜଲକ୍ଷ୍ମୀ ପୂଜା । ଜଗତଜନନୀ ମା' ଦୁର୍ଗାଙ୍କ ମେଲାଣୀ ପରେ ଆଜି ଧରାପୃଷ୍ଠକୁ ଅବତରଣ କରିବେ ଧନଦାତ୍ରୀ ମା' ଲକ୍ଷ୍ମୀ । କୋରୋନା ଯୋଗୁଁ ଦୀର୍ଘ ଦୁଇ ବର୍ଷ ଫିକା ପଡିଥିବା ଲକ୍ଷ୍ମୀ ପୂଜାକୁ ଚଳିତ ବର୍ଷ ଧୁମଧାମରେ ପାଳିବେ ରାଜ୍ୟବାସୀ । ଏନେଇ ଚଳଚଞ୍ଚଳ ହୋଇଉଠିଛି ଗାଁଠୁ ସହର । ଐତିହାସିକ ଗଜଲକ୍ଷ୍ମୀପୂଜା ପାଇଁ ଢେଙ୍କାନାଳ ଜିଲ୍ଲା ବେଶ ପ୍ରସିଦ୍ଧ । ଲକ୍ଷ୍ମୀପୂଜା ଆସିଲେ ଢେଙ୍କାନାଳ ସହରକୁ ଲୋକଙ୍କ ସୁଅ ଛୁଟେ । ଚିକିମିକି ଆଲୁଅରେ ସହର ଝଲସି ଉଠୁଥିବା ବେଳେ ପୂଜାମଣ୍ଡପ ଗୁଡିକରେ ଲୋକଙ୍କ ଭିଡ ଜମେ । କେତେକ ସ୍ଥାନରେ ଗଜଲକ୍ଷ୍ମୀ ପୂଜା ୭ରୁ ୧୦ ଦିନ ହେଇଥିବା ବେଳେ ଢେଙ୍କାନାଳ ସହରରେ ୧୧ ଦିନ ଧରି ଏହି ପୂଜା ହୋଇଥାଏ । ତେବେ ଚଳିତ ବର୍ଷ ସହରର ୩୮ଟି ପୂଜା ମଣ୍ଡପରେ ପୂଜା ପାଇବେ ମା' ।

ଧାରା ଧାମକୁ ଓହ୍ଲାଇବେ ମା ଧନଦାତ୍ରୀ , ଚଳଚଞ୍ଚଳ ଗାଁ ଠାରୁ ସହର

ସାଧାରଣତଃ ଓଡିଆ ପରମ୍ପରାରେ ମା' ଲକ୍ଷ୍ମୀଙ୍କୁ ପୂଜା କଲେ ଧନ ପ୍ରାପ୍ତି ହେବା ନେଇ ବିଶ୍ବାସ ରହିଛି । ମା'ଲକ୍ଷ୍ମୀଙ୍କୁ ଧନସମ୍ପଦ, ସୌଭାଗ୍ୟ, ସୁଖ୍ୟାତି, ସୁଖସମୃଦ୍ଧି, ସୌନ୍ଦର୍ଯ୍ୟ ଓ ପ୍ରେମର ଦେବୀ ମଧ୍ୟ କୁହାଯାଏ । ଲକ୍ଷ୍ମୀଙ୍କର ନାମ ଲକ୍ଷ ଶବ୍ଦରୁ ଆସିଛି । ରାମାୟଣ ମତେ ସମୁଦ୍ର ମନ୍ଥନ ସମୟରେ ଅମୃତପାତ୍ର ଧରି ସେ ପୃଥିବୀ ପୃଷ୍ଠକୁ ଆସିଥିଲେ । ଏଥି ପାଇଁ ତାଙ୍କୁ ସମୁଦ୍ର କନ୍ୟା ମଧ୍ୟ କୁହାଯାଏ । ଓଡିଶାର ବିଭିନ୍ନ ସ୍ଥାନରେ ଏହି ପୂଜା ବେଶ ଧୂମଧାମରେ କରାଯାଏ । ସାଧାରଣତଃ ଗଜଲକ୍ଷ୍ମୀଙ୍କୁ ଦିନଟିଏ ପାଇଁ ହିଁ ପୂଜା କରାଯାଉଥିବା ବେଳେ କେତେକ ସ୍ଥାନରେ ଏହି ପୂଜା ୭/୧୦ ଦିନ ଧରି କରାଯାଇଥାଏ ।

ତେବେ ଏସବୁ ମଧ୍ୟରେ ଚଳିତ ବର୍ଷ ଲକ୍ଷ୍ମୀ ବଜାର ପୂଜା ପ୍ରତିଷ୍ଠାନ ତାର ୭୫ବର୍ଷ ପୂର୍ତ୍ତି ଅବସରରେ ହୀରକ ଜୟନ୍ତୀ ପାଳନ ସାଙ୍ଗକୁ ଦେଢ଼ କୁଇଣ୍ଟାଲ ଓଜନର ଚାନ୍ଦି ମେଢ଼ ଓ ପାରମ୍ପରିକ ସାଜସଜ୍ଜା ଦେଖଣାହାରୀଙ୍କୁ ବେଶ ଆକର୍ଷିତ କରିବା ବୋଲି ମଣ୍ଡପ କର୍ମକର୍ତ୍ତା ଆଶାବାଦୀ ଅଛନ୍ତି । ଲକ୍ଷ୍ମୀପୂଜା ଅବସରରେ ପ୍ରଶାସନ ପକ୍ଷରୁ ସ୍ଥାନୀୟ ମହିଷାପାଟ ଥରେ ପଲିଶ୍ରୀ ମେଳାର ଆୟୋଜନ କରାଯାଇଛି । ଏହି ମେଳା ୧୦ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ୭ଦିନ ବ୍ୟାପି ଅନୁଷ୍ଠିତ ହେବ । ଫଳରେ ଏହା ପୂଜା ବଜାରକୁ ଆହୁରି ସରଗରମ କରିବ ।

ସେପଟେ ଢେଙ୍କାନାଳର ଏହି ଲକ୍ଷ୍ମୀପୂଜାରେ ରାଜ୍ୟ ତଥା ସମଗ୍ର ଦେଶରୁ ଲକ୍ଷ ଲକ୍ଷ ସଂଖ୍ୟାରେ ଦର୍ଶକଙ୍କ ସମାଗମ ହୋଇଥାଏ । ମାତ୍ର ଗତ ଦୁଇ ବର୍ଷ ଧରି କୋଭିଡ କଟକଣା ସାଙ୍ଗକୁ ବର୍ଷା ଯୋଗୁଁ ଦଶହରା ବଜାରରୁ ବଞ୍ଚିତ ଦେଖଣାହାରୀଙ୍କ ପାଇଁ ଏହି ପୂଜା ଉତ୍ସବ ସୁଯୋଗ ସୃଷ୍ଟି କରିବା ଆଶାରେ ଉତଫୁଲିତ ସହରବାସୀ । ଫଳରେ ଅନ୍ୟ ବର୍ଷ ତୁଳନାରେ ଅପେକ୍ଷାକୃତ ଅଧିକ ଦର୍ଶକଙ୍କ ସମାଗମ ଯୋଗୁଁ ବ୍ୟବସାୟୀ ଭଲ ବ୍ୟବସାୟର ସୁଯୋଗ ପାଇବେ ବୋଲି ଆଶା ବାନ୍ଧିଛନ୍ତି ।

ଢେଙ୍କାନାଳରେ ମହାଲକ୍ଷ୍ମୀ ପୂଜାର ପ୍ରସିଦ୍ଧି ପଛରେ ଐତିହାସିକ କାରଣ ମଧ୍ୟ ରହିଛି । ଢେଙ୍କାନାଳ ଇତିହାସ ବର୍ଣ୍ଣନା କରାଯାଇଛି ଯେ ଏଠାକାର ରାଜବଂଶ କୃଷ୍ଣ ବାସୁଦେବଙ୍କର ଉପାସକ ଭାବେ ବୈଷ୍ଣବ ମଠ ପ୍ରତିଷ୍ଠା କରିଥିଲେ । କୁଞ୍ଜକାନ୍ତର କୃଷ୍ଣମନ୍ଦିର ଏହି ରାଜବଂଶ ଆରାଧ୍ୟ ଦେବତା, ବଳରାମ ମନ୍ଦିର, ଜଗନ୍ନାଥ ମନ୍ଦିର, ବୃନ୍ଦାବନ ମନ୍ଦିର, ବୃନ୍ଦାବନଚନ୍ଦ୍ର ମନ୍ଦିର, କପିଳାସର ନାରାୟଣ ମନ୍ଦିର, ନୃସିଂହ ଓ ଲକ୍ଷ୍ମୀମୂର୍ତ୍ତି ପ୍ରତିଷ୍ଠା, ଚୈତନ୍ୟଙ୍କ ପାଦଚିହ୍ନ ପ୍ରତିଷ୍ଠା ଇତ୍ୟାଦି ବହୁବିଧ ପଦକ୍ଷେପ ଯୋଗୁଁ ବିଷ୍ଣୁ ପୂଜାର ପରମ୍ପରା ପ୍ରଜାଙ୍କ ଦ୍ଵାରା ଆଦୃତ ହୋଇପାରିଥିବାରୁ ବିଷ୍ଣୁଙ୍କର ପତ୍ନୀ ଭାବରେ ଲକ୍ଷ୍ମୀ ପୂଜାର ପରମ୍ପରା ଏଠାରେ ଗଢିଉଠିଥିଲା ।ଏହି ପୂଜା ପ୍ରଥମ ଥର ପାଇଁ ଢେଙ୍କାନାଳରେ ୧୯୨୩ ମସିହାରେ କୁଞ୍ଜସାହୁ ଛକ (ବର୍ତ୍ତମାନର ଗଣେଶ ବଜାର)ଠାରେ ଆରମ୍ଭ ହୋଇଥିଲା ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.