ETV Bharat / state

ଧରାଧାମରୁ ଧନଦାତ୍ରୀଙ୍କୁ ମେଲାଣି, ପୁଣି ଆରବର୍ଷକୁ ଅପେକ୍ଷା

author img

By ETV Bharat Odisha Team

Published : Nov 8, 2023, 7:43 PM IST

ଢେଙ୍କାନାଳରେ ମାଆ ଗଜଲକ୍ଷ୍ମୀଙ୍କ ମେଲାଣୀ ଉତ୍ସବ । ମିଳିତ ଭସାଣି ଉତ୍ସବରେ ୨୭ଟି ମେଢ଼ ସାମିଲ ହୋଇଥିବା ବେଳେ ଶୃଙ୍ଖଳିତ ବିସର୍ଜନ ପାଇଁ ୨୫ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି । ଅଧିକ ପଢନ୍ତୁ

ମାଆଙ୍କୁ ମେଲାଣୀ, ଅପେକ୍ଷା ଆଉ ବରଷେ
ମାଆଙ୍କୁ ମେଲାଣୀ, ଅପେକ୍ଷା ଆଉ ବରଷେ
ମାଆଙ୍କୁ ମେଲାଣୀ, ଅପେକ୍ଷା ଆଉ ବରଷେ

ଢେଙ୍କାନାଳ: ମେଲାଣି ନେଉଛନ୍ତି ମାଆ ଗଜଲକ୍ଷ୍ମୀ । କୁମାର ପୂର୍ଣ୍ଣିମା ଠାରୁ ପୂଜା ଆରମ୍ଭ ହୋଇଥିବା ବେଳେ ଆଜି ଢେଙ୍କାନାଳରେ ମାଆଙ୍କର ମିଳିତ ଭସାଣି ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ମିଳିତ ଭସାଣି ଉତ୍ସବରେ 27ଟି ମେଢ ସାମିଲ ହୋଇଛନ୍ତି । ବିସର୍ଜନ ପାଇଁ ବଡ଼ଜୋରା କାଠ ଶଙ୍ଖ ଅଭିମୁଖେ ମେଢଗୁଡିକୁ ନିଆଯାଉଛି । ତେବେ ପାରମ୍ପରିକ ବାଦ୍ୟ, ନୃତ୍ୟରେ ମାଆଙ୍କୁ ମେଲାଣୀ ଦେଇଛନ୍ତି ସହରବାସୀ । ଏଥିସହ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ସହରରେ 25 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ମାଆ ଗଜଲକ୍ଷ୍ମୀଙ୍କୁ ବିଦାୟ ଦେଉଛନ୍ତି ଢେଙ୍କାନାଳ ବାସୀ । କୁମାର ପୂର୍ଣ୍ଣିମା ଠାରୁ ଗଜଲକ୍ଷ୍ମୀ ପୂଜା ଆରମ୍ଭ ହୋଇଥିବା ବେଳେ ପୂଜା ଉତ୍ସବ ଶେଷ ହୋଇଯାଇଛି । ଢେଙ୍କାନାଳରେ ଆଜି ଚାଲିଛି ମା'ଙ୍କ ମିଳିତ ଭସାଣି ଉତ୍ସବ। ଏଥିପାଇଁ ସମସ୍ତ ୩୮ଗୋଟି ମଣ୍ଡପରୁ ମା' ମେଲାଣି ନେଇଛନ୍ତି । ମା' ଙ୍କ ବିସର୍ଜନ ପାଇଁ ବଡ଼ଜୋରାର କାଠ ଶଙ୍ଖ, ନୂଆ ପୋଖରୀ, ଗୋଡି ପୋଖରୀ ଓ କୁଞ୍ଜକାନ୍ତ ପୋଖରୀ ଏପରୀ ୪ଟି ଅସ୍ଥାୟୀ ପୋଖରୀ ପ୍ରସ୍ତୁତ କରାଯାଇଛି ।

ଏହାମଧ୍ୟ ପଢନ୍ତୁ..ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକୁଛି ଅନୁଗୋଳ ଗଜଲକ୍ଷ୍ମୀ ପୂଜା

ସାଢେ ୮ଟା ସମୟରେ ଜିଲ୍ଲାପାଳ ମନୋରଞ୍ଜନ ମଲ୍ଲିକଙ୍କ ଦ୍ୱାରା ପ୍ରଥମ ମେଢ଼ ମିନା ବଜାର ମଣ୍ଡପ ଠାରେ ଭସାଣି ଉତ୍ସବର ଶୁଭାରମ୍ଭ କରାଯାଇଥିଲା । ମଣ୍ଡପ ଗୁଡିକରେ କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧନା ଦିଆଯିବା ପରେ ମା'ଙ୍କ ଭସାଣି ଶୋଭାଯାତ୍ରା ଆରମ୍ଭ ହୋଇଥିଲା। ପରମ୍ପରା ମୁତାବକ ସମସ୍ତ ମେଢ଼ ରାଜା ନଅର ଠାରେ ମେଲଣ ପରେ ମିଳିତ ଭସାଣି ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ପରେ ରାଜା ନଅର ଠାରୁ କୋର୍ଟ ଛକ, ବସ ଷ୍ଟାଣ୍ଡ ଟ୍ରାଫିକ ଓ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ଦେଇ ପୁଣି ମହାବୀର ବଜାର ଥରେ ସହର ମୁଖ୍ୟ ରାସ୍ତାରେ କାଠ ଶଙ୍ଖ ଅଭିମୁଖେ ମେଢଗୁଡିକୁ ନିଆଯାଉଛିି ।

ଚଳିତ ବର୍ଷ ଏହି ମିଳିତ ଭସାଣି ଉତ୍ସବରେ ୨୭ଟି ମେଢ଼ ସାମିଲ ହୋଇଛନ୍ତି । ଅନ୍ୟ ମେଢ଼ ଗୁଡିକ ପୂର୍ବ ନିର୍ଦ୍ଧାରିତ ରାସ୍ତା ଦେଇ ଗୋଡି ପୋଖରୀ, କୁଞ୍ଜକାନ୍ତ ଓ ନୂଆ ପୋଖରୀ ଅଭିମୁଖେ ଯିବାର କାର୍ଯ୍ୟକ୍ରମ ରହିଛି। ମିଳିତ ଭସାଣି ଉତ୍ସବର ପରିଚାଳନା ଓ ଶାନ୍ତି ଶୃଙ୍ଖଳା ପାଇଁ ୨୫ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଚଳିତ ବର୍ଷ ମିଳିତ ଭସାଣି ଉତ୍ସବରେ ଡିଜେ ବାଜା ଉପରେ କଡା କଟକଣା ରହିଛି ।

ପୂଜା ପ୍ରତିଷ୍ଠାନମାନଙ୍କ ପକ୍ଷରୁ ପାରମ୍ପରିକ ବାଦ୍ୟ ଯନ୍ତ୍ର, ନୃତ୍ୟ ଓ ସଙ୍ଗୀତ ଆଦି ଦଳ ମାନଙ୍କୁ ସାମିଲ କରାଯାଇଛି । ଆଦିବାସୀ ନୃତ୍ୟ, କଳସ ନୃତ୍ୟ ସାଙ୍ଗକୁ ଘଣ୍ଟୁଆ, ମାଦଲ ଆଦି ପାରମ୍ପରିକ ବାଦ୍ୟ ସହ ଆନ୍ଧ୍ରପ୍ରଦେଶ, କେରଳ, ମଧ୍ୟ ପ୍ରଦେଶ, ଆସାମ, ଉତ୍ତର ପ୍ରଦେଶ, ମହାରାଷ୍ଟ୍ର ଓ କୋଲକତା ଆଦି ବିଭିନ୍ନ ରାଜ୍ୟର ଲୋକବାଦ୍ୟ ଓ ଲୋକନୃତ୍ୟ ଦେଖିବାକୁ ମିଳିଛି । ଏହି ଭସାଣି ଉତ୍ସବ ଦେଖିବାକୁ ହଜାର ହଜାର ଲୋକଙ୍କ ଭିଡ ଦେଖିବାକୁ ମିଳିଛି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.