ETV Bharat / state

ପ୍ଲାଜମା ଦାନ କରିଥିବା 4 ଜଣଙ୍କୁ ଯୁବ ବିଜେଡି କଲା ସମ୍ବର୍ଦ୍ଧିତ - କୋରୋନା ସଂକ୍ରମଣ

ପ୍ଲାଜମା ଦ୍ବାରା କୋରୋନା ରୋଗୀ ଭଲ ହୋଇପାରିବେ। ତେଣୁ ଢେଙ୍କାନାଳ ଜିଲ୍ଲାରୁ 4 ଜଣ ବ୍ୟକ୍ତି କୋରୋନାରେ ସୁସ୍ଥ ହୋଇ ପ୍ଲାଜମା ଦାନ କରିଥିଲେ। ଅଧିକ ଖବର ପଢନ୍ତୁ...

ପ୍ଲାଜମା ଦାନ କରିଥିବା 4ଜଣଙ୍କୁ ଯୁବ ବିଜେଡି ତରଫରୁ ସମ୍ବର୍ଦ୍ଧିତ

author img

By

Published : Aug 6, 2020, 9:35 PM IST

ଢେଙ୍କାନାଳ: କୋରୋନା ସଂକ୍ରମଣକୁ ରୋକିବା ପାଇଁ ପ୍ଲାଜମା ଥେରାପି ଏକ ନୂଆ ଆଶା ସଞ୍ଚାର କରିଛି। ମହାମାରୀରୁ ସୁସ୍ଥ ହୋଇଥିବା ଲୋକମାନେ ଏହି ପ୍ଲାଜମା ଦାନ କରିପାରିବେ। ଏହି ପ୍ଲାଜମା ଦ୍ବାରା କୋରୋନା ରୋଗୀ ଭଲ ହୋଇପାରିବେ। ତେଣୁ ଢେଙ୍କାନାଳ ଜିଲ୍ଲାରୁ 4 ଜଣ ବ୍ୟକ୍ତି କୋରୋନାରେ ସୁସ୍ଥ ହୋଇ ପ୍ଲାଜମା ଦାନ କରିଥିଲେ।

ପ୍ଲାଜମା ଦାନ କରିଥିବା 4ଜଣଙ୍କୁ ଯୁବ ବିଜେଡି ତରଫରୁ ସମ୍ବର୍ଦ୍ଧିତ

ତେବେ ଏହି 4ଜଣ ହେଲେ କାମାକ୍ଷାନଗର ଏନଏସିରୁ ଜଣେ ଓ ଭୁବନ ବ୍ଲକରୁ 3 ଜଣ । ଏହି 4ଜଣଙ୍କୁ ବିଜୁ ଜନତା ଦଳ ତରଫରୁ କୋରୋନା ଯୋଦ୍ଧା ଭାବେ ସମ୍ବର୍ଦ୍ଧିତ କରାଯାଇଛି। ଢେଙ୍କାନାଳ ଜିଲ୍ଲା ଯୁବ ବିଜେଡି ସଭାପତିଙ୍କ ଅଧ୍ୟକ୍ଷତାରେ ଜିରାଳ ସଭା ଗୃହଠାରେ ଏକ ବୈଠକରେ ଜିଲ୍ଲାର ପର୍ଯ୍ୟବେକ୍ଷକ ବିଜୟ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।

ମୁଖ୍ୟଅତିଥି ସେମାନଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ବାଗତ କରିବା ସହ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଭୁବନ ବ୍ଲକ ଅଧକ୍ଷ,ଜିଲ୍ଲାପରିଷଦ ଓ ଜିରାଳ ସରପଞ୍ଚ ଉପସ୍ଥିତ ଥିଲେ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.