ETV Bharat / state

ନିଆଁ ଲଗାଇ ବନ୍ୟଜନ୍ତୁ ଶିକାର ବେଳେ ୪ ଶିକାରୀ କାବୁ - ନିଆଁ ଲଗାଇ ବନ୍ୟଜନ୍ତୁ ଶିକାର ବେଳେ ୪ ଶିକାରୀ କାବୁ

କପିଳାସ ଅଭୟାରଣ୍ୟରେ ନିଆଁ ଲଗାଇ ବନ୍ୟଜନ୍ତୁ ଶିକାର ବେଳେ ୪ ଶିକାରୀଙ୍କୁ ଗିରଫ କଲା ବନବିଭାଗ । ସେମାନଙ୍କ ନିକଟରୁ ବନବିଭାଗ ଗୁଳି ସହ ଦୁଇଟି ବନ୍ଧୁକ ଜବତ କରିଛି ।

four hunter arrested in dhenkanal
ନିଆଁ ଲଗାଇ ବନ୍ୟଜନ୍ତୁ ଶିକାର ବେଳେ ୪ ଶିକାରୀ କାବୁ
author img

By

Published : Apr 3, 2021, 2:23 PM IST

ଢେଙ୍କାନାଳ: କପିଳାସ ଅଭୟାରଣ୍ୟରେ ନିଆଁ ଲଗାଇ ବନ୍ୟଜନ୍ତୁ ଶିକାର ବେଳେ ୪ଶିକାରୀଙ୍କୁ ଗିରଫ କଲା ବନବିଭାଗ । ସେମାନଙ୍କ ନିକଟରୁ ଗୁଳି ସହ ଦୁଇଟି ବନ୍ଧୁକ ଜବତ କରିଛି ବନବିଭାଗ ।

ନିଆଁ ଲଗାଇ ବନ୍ୟଜନ୍ତୁ ଶିକାର ବେଳେ ୪ ଶିକାରୀ କାବୁ

ଗୋଟିଏ ପରେ ଗୋଟିଏ ଜଙ୍ଗଲରେ ନିଆଁ ଲାଗିବ। ଏବେ ପରିବେଶବିଦ ମାନଙ୍କ ପାଇଁ ଚିନ୍ତାର କାରଣ ପାଳଟୁଛି । ଗୋଟିଏ ପଟରେ ଜଙ୍ଗଲ ଧ୍ୱଂସ ହେଉଥିବାବେଳେ ଅନ୍ୟପଟେ ବନ୍ୟଜନ୍ତୁ ଅସୁରକ୍ଷିତ ହୋଇପଡିଛନ୍ତି । ତେବେ ଶିକାରୀ ମାନେ ବନ୍ୟଜନ୍ତୁ ଶିକାର ପାଇଁ ଜଙ୍ଗଲରେ ନିଆଁ ଲଗାଉଥିବାରୁ ଢେଙ୍କାନାଲ ବନବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଛି । ଏପରିକି କପିଳାଶ ଅଭୟାରଣ୍ୟରେ ନିଆଁ ଲଗାଇ ବନ୍ୟଜନ୍ତୁ ଶିକାର କରୁଥିବାବେଳେ ୪ଜଣ ଶିକାରୀଙ୍କୁ ବନ କର୍ମଚାରୀ ମାନେ କାବୁ କରିବାରେ ସକ୍ଷମ ହୋଇଛନ୍ତି । ସେମାନଙ୍କ ଠାରୁ କିଛି ଗୁଳି ଓ ଦୁଇଟି ବନ୍ଧୁକ ଜବତ କରିଛି ବନ ବିଭାଗ । ଗିରଫ ଚାରି ଜଣ ହେଲେ ଗଁନ୍ଦିଆ ଥାନା ଅନ୍ତର୍ଗତ ବଣିଆ ଗ୍ରାମର ରାଜ କୁମାର ବାଲମୁଛ, ବସନ୍ତ ଦେହୁରୀ, ବୁଦୁରାମ ହେମ୍ବ୍ରମ ଓ ରଙ୍ଗ ତେଗୁ ବୋଲି ଜଣାପଡିଛି ।

ବନବିଭାଗ ପକ୍ଷରୁ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏମାନେ କପିଲାଶ ଅଭୟାରଣ୍ୟରେ ଗୋଟିଏ ପଟେ ନିଆଁ ଲଗାଇ ଅନ୍ୟପଟେ ଶିକାର ପାଇଁ ଜଗି ରହିଥିବାବେଳେ ବିଶେଷ ସୁତ୍ରରୁ ସୂଚନା ପାଇଁ କପିଳାଶ ବନକର୍ମଚାରୀ ମନେ ଚଢ଼ାଉ କରି ସେମାନଙ୍କୁ ଗିରଫ କରିଥିବା ଜଣାପଡ଼ିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.