ଢେଙ୍କାନାଳ: ମୁଁ କାହା ପାଇଁ ଖୋସାମତ କରିବାକୁ ଏଠାକୁ ଆସିନାହିଁ । ମୁଁ ଏବେ କୌଣସି ରାଜନୈତିକ ଦଳରେ ନାହିଁ । ବିଜୁ ଜନତା ଦଳରେ ଥିବା ମୋର ସଦସ୍ୟତା ୨୦୧୯ ମେ ୩୦ ତାରିଖ ଦିନ ସରିଲା । ଜିଲ୍ଲାରେ ଆୟୋଜିତ ବୈଶାଖୀ ମହୋତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ନିଜ ଭାଷଣ ପ୍ରସଙ୍ଗରେ ଏଭଳି ମନ୍ତବ୍ୟ ଦେଇଛନ୍ତି ଢେଙ୍କାନାଳର ପୂର୍ବତନ ସାଂସଦ ତଥା ରାଜନୈତିଜ୍ଞ ତଥାଗତ ସତପଥୀ ।
ସେ ଏବେ ସ୍ବାଧୀନ ଭାରତ ନାଗରିକ । ଯାହା ଇଚ୍ଛା ତାହା କହି ପାରୁଛନ୍ତି ଓ ଯାହା ଇଚ୍ଛା ତାହା ଲେଖି ପାରୁଛନ୍ତି ବୋଲି ମଞ୍ଚରେ ଭାଷଣ ଦେବା ସମୟରେ କହିଛନ୍ତି ତଥାଗତ। ଦୀର୍ଘ ଦିନ ପରେ ପୂର୍ବତନ ସାଂସଦ ତଥାଗତ ଢେଙ୍କାନାଳର ବୈଶାଖୀ ମହୋତ୍ସବରେ ଦେଖାଦେଇଥିଲେ। ତେବେ ତାଙ୍କର ଏହି ମନ୍ତବ୍ୟ ରାଜନୈତିକ ମହଲରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ