ଢେଙ୍କାନାଳ: ପଞ୍ଚାୟତ ନିର୍ବାଚନରେ ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରାଙ୍କ ଶୋଚନୀୟ ପରାଜୟ । ହିନ୍ଦୋଳ ବ୍ଲକ ଅନ୍ତର୍ଗତ ଗିରିଧର ପ୍ରସାଦ ଗ୍ରାମ ପଞ୍ଚାୟତରୁ ସମିତି ସଭ୍ୟା ପ୍ରାର୍ଥୀନୀ ଭାବେ ଲଢ଼ିଥିଲେ ଅଞ୍ଜଳି ।
୮୨୬ ଭୋଟ ବ୍ୟବଧାନରେ କାମିନି ନାୟକଙ୍କ ଠାରୁ ସେ ପରାଜିତ ହୋଇଛନ୍ତି । ବିଜେଡିରୁ ନିଲମ୍ବିତ ପରେ ବିଜେପି ଦଳରେ ସାମିଲ ହୋଇଥିଲେ ଅଞ୍ଜଳି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ