ETV Bharat / state

ଜିଲ୍ଲାପାଳଙ୍କ କୋଭିଡ କଟକଣା ଯାଞ୍ଚ: ୫ ଦୋକାନ ସିଲ

author img

By

Published : Jan 8, 2022, 10:27 PM IST

ଢେଙ୍କାନାଳରେ ଜିଲ୍ଲାପାଳ ସରୋଜ ସେଠୀ ଢେଙ୍କାନାଳ ସହରରେ କୋରୋନାର ସ୍ଥିତି ଯାଞ୍ଚ କରିଛନ୍ତି । ଅଧିକ ପଢନ୍ତୁ

ଜିଲ୍ଲାପାଳଙ୍କ କୋଭିଡ କଟକଣା ଯାଞ୍ଚ: ୫ ଦୋକାନ ସିଲ
ଜିଲ୍ଲାପାଳଙ୍କ କୋଭିଡ କଟକଣା ଯାଞ୍ଚ: ୫ ଦୋକାନ ସିଲ

ଢେଙ୍କାନାଳ: କୋଭିଡର ଓମିକ୍ରନ୍ ଭାରିୟଣ୍ଟ କାୟା ବିସ୍ତାର କରୁଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ କଟକଣା ଜାରି କରାଯାଇଛି । ଏପରି ସ୍ଥଳେ ଢେଙ୍କାନାଳରେ ଜିଲ୍ଲାପାଳ ସରୋଜ ସେଠୀ ଗୁରୁବାର ସନ୍ଧ୍ୟାରେ ଢେଙ୍କାନାଳ ସହରର ସ୍ଥିତି ଯାଞ୍ଚ କରିଛନ୍ତି । ପୌରକର୍ମଚାରୀ ଓ ଟାଉନ ପୋଲିସ ସହାୟତାରେ ଗଣେଶ ବଜାର ଠାରୁ ବାଜିଚୌକ ପର୍ଯ୍ୟନ୍ତ ବୁଲି ବୁଲି ଜିଲ୍ଲାପାଳ ଦୋକାନ ସବୁକୁ ଯାଞ୍ଚ କରିଛନ୍ତି ।

ଏହି ଯାଞ୍ଚ ସମୟରେ ମାସ୍କ ପିନ୍ଧିନଥିବା ଲୋକଙ୍କୁ ସଚେତନ କରିବା ସହ ଦୋକାନୀଙ୍କ ଠାରୁ ଜୋରିମାନା ଆଦାୟ କରିଥିଲେ । ଏହା ସହ କୋଭିଡ କଟକଣା ଉଲ୍ଲଙ୍ଘନ କରିଥିବା ହିନ୍ଦ ଇଲେକ୍ଟୋନିକ୍ସ, ମା ଅପ୍ଟିକାଲସ, ବାବାଜି ପାତ୍ର ବୁକ ଷ୍ଟୋର, ରତ୍ନ ଅଳଙ୍କାର ଓ ବିମଲ ପୋଦାର ଆଦି ୫ଟି ଦୋକାନକୁ ସିଲ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଫଳରେ ପୌରସଂସ୍ଥା ପକ୍ଷରୁ ଏହି ପାଞ୍ଚଟି ଦୋକାନକୁ ୩ ଦିନ ପାଇଁ ସିଲ କରାଯାଇଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.