ETV Bharat / state

ସିଭିଲ କୋର୍ଟ ପରିସରରେ ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ - ସିଭିଲ କୋର୍ଟ

ସିଭିଲ କୋର୍ଟ ପରିସରରେ ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଛି । ଅଧିକ ପଢନ୍ତୁ...

ସିଭିଲ କୋର୍ଟ ପରିସରରେ ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

author img

By

Published : Apr 11, 2021, 8:26 AM IST

ଢେଙ୍କାନାଳ: ଜିଲ୍ଲା ସିଭିଲ କୋର୍ଟ ପରିସରରେ ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ରାଷ୍ଟ୍ରୀୟ ଲୋକଅଦାଲତରେ ସ୍ଥାୟୀ ଲୋକ ଅଦାଲତ ଅଧ୍ୟକ୍ଷ ଅମିୟ କୁମାର ସାହୁଙ୍କ ସମେତ ଅନ୍ୟ ବିଚାରପତିମାନେ ଉପସ୍ଥିତ ରହି ଏହି ଲୋକ ଅଦାଲତକୁ ପରିଚାଳନା କରିଛନ୍ତି ।

ଏହି ଲୋକ ଅଦାଲତରେ ଜିଲ୍ଲାର ସମସ୍ତ ଅଦାଲତର ମୋଟ ୨୧୫ଟି ମାମଲା ଫଇସଲା କରାଯାଇଛି । ସେଥିମଧ୍ୟରୁ ମୋଟର ଦୁର୍ଘଟଣା ଜନିତ ୫୯ଟି, ବିବାହ ଓ ପାରିବାରିକ ମାମଲା ୧୦ଟି, ଦେଓ୍ବାନୀ ମାମଲା ୯୭ଟି, ବିଭିନ୍ନ ପ୍ରକାରର ଫୌଜଦାରୀ ମାମଲା ୪୯ଟି ଏବଂ ବ୍ୟାଙ୍କ ମାମଲା ଗୁଡିକ ଆପୋଷ ସମାଧାନ କରାଯାଇଛି ।

ସିଭିଲ କୋର୍ଟ ପରିସରରେ ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

ଉକ୍ତ ରାଷ୍ଟ୍ରୀୟ ଲୋକଅଦାଲତରେ ସ୍ଥାୟୀ ଲୋକଅଦାଲତ ଅଧ୍ୟକ୍ଷ ଅମିୟ କୁମାର ସାହୁ, ପାରିବାରିକ ଲୋକଅଦାଲତର ବିଚାରପତି ସୂର୍ଯ୍ୟ ନାରାୟଣ ଦ୍ବିବେଦୀ, ଅତିରିକ୍ତ ଜିଲ୍ଲା ଜର୍ଜ ରାଜ କିଶୋର ମହାପାତ୍ର, ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟେଟ ମୁକ୍ତି ରଂଜନ ଶତପଥି ପ୍ରମୁଖ ପରିଚାଳନା କରିଥିଲେ । ଆଇନସେବା ପ୍ରାଧିକରଣର ଓ ସିଭିଲ କୋର୍ଟର ସମସ୍ତ କର୍ମଚାରୀ ଏହି ଲୋକଅଦାଲତକୁ ସୁଚାରୁ ରୂପେ ପରିଚାଳନାରେ ସହାୟତା କରିଥିଲେ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.