ETV Bharat / state

ହୁ ହୁ ହୋଇ ଜଳୁଛି ସଂରକ୍ଷିତ ଜଙ୍ଗଲ, ବନ ବିଭାଗ ନାକେଦମ - dhenkanal forest fire

ଢେଙ୍କାନାଳ ଭୁବନ ବନାଞ୍ଚଳ ଅଧିନସ୍ଥ ମଠକରଗୋଳା ସେକସନ ଅନ୍ତର୍ଗତ ଟିପିଲେଇ ଆରଏଫ୍ ମୁକ୍ତାପଶି ସଂରକ୍ଷିତ ଜଙ୍ଗଲରେ ନିଆଁ । ଅଧିକ ପଢନ୍ତୁ...

ହୁ ହୁ ହୋଇ ଜଳୁଛି ସଂରକ୍ଷିତ ଜଙ୍ଗଲ, ବନ ବିଭାଗ ନାକେଦମ

author img

By

Published : Mar 14, 2021, 7:16 PM IST

ଢେଙ୍କାନାଳ: ଜିଲ୍ଲା ଭୁବନ ବନାଞ୍ଚଳ ଅଧିନସ୍ଥ ମଠକରଗୋଳା ସେକସନ ଅନ୍ତର୍ଗତ ଟିପିଲେଇ ଆରଏଫ୍ ମୁକ୍ତାପଶି ସଂରକ୍ଷିତ ଜଙ୍ଗଲରେ ନିଆଁ । ନିଆଁରେ ନଅ ଶହରୁ ଊର୍ଦ୍ଧ୍ବ ଏକର ବିଶିଷ୍ଟ ସଂରକ୍ଷିତ ଜଙ୍ଗଲରୁ ପ୍ରାୟ ଦୁଇ ଶହରୁ ଊର୍ଦ୍ଧ୍ବ ଜଙ୍ଗଲ ପୋଡି ପାଉଁଶ ହୋଇଯାଇଛି । ଖବର ପାଇ ଘଟଣାସ୍ଥଳରେ ମଠକରଗୋଳା ସେକସନର ଦାୟିତ୍ବରେ ଥିବା ଫରେଷ୍ଟ ଗାର୍ଡ ତୁଳସୀ ସାହୁ ନିଜର କର୍ମଚାରୀମାନଙ୍କୁ ନେଇ ନିଆଁ ଲିଭାଇବାକୁ ଉଦ୍ୟମ ଚଳାଉଛନ୍ତି ।

ହୁ ହୁ ହୋଇ ଜଳୁଛି ସଂରକ୍ଷିତ ଜଙ୍ଗଲ, ବନ ବିଭାଗ ନାକେଦମ

ଖରାର ଉଷ୍ମତା ସହିତ ନିଆଁର ତାତିରେ ନିଆଁ ଲିଭାଇବା କାର୍ଯ୍ୟରେ ବନ ବିଭାଗ ଏକ ପ୍ରକାର ନାକେଦମ ହୋଇପଡିଛନ୍ତି । ଆବଶ୍ୟକୀୟ କର୍ମଚାରୀ ଅଭାବରୁ ଗୋଟିଏ ପଟରେ ନିଆଁ ଲିଭେଇବା ସ୍ଥଳେ ଅନ୍ୟପଟରେ ନିଆଁ ହୁ ହୁ ହୋଇ ଜଳୁଛି । ଯାହାଫଳରେ କି ବନ୍ୟଜନ୍ତୁ ଗାଁ ମୁହାଁ ହେବାର ଆଶଙ୍କା କରାଯାଉଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.