ETV Bharat / state

ତ୍ରିରଙ୍ଗାକୁ ଅବମାନନା ନେଇ କେନ୍ଦ୍ରମନ୍ତ୍ରୀଙ୍କ ନାଁରେ ଏତଲା - ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁରେ ଏତଲା ପ୍ରସଙ୍ଗ

ଜାତୀୟ ପତାକାକୁ ଅବମାନନା ନେଇ ବିବାଦରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଢେଙ୍କାନାଳରେ ହୋଇଥିବା ସମାବେଶକୁ ନେଇ ବିବାଦ । ପଢନ୍ତୁ ଅଧିକ....

ତ୍ରୀରଙ୍ଗାକୁ ଅବମାନନା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁରେ ଏତଲା27641
ତ୍ରୀରଙ୍ଗାକୁ ଅବମାନନା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁରେ ଏତଲା641
author img

By

Published : Dec 27, 2020, 9:24 PM IST

Updated : Dec 27, 2020, 10:47 PM IST

ଢେଙ୍କାନାଳ: ଜାତୀୟ ପତାକାକୁ ଅବମାନନା ନେଇ ବିବାଦରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଢେଙ୍କାନାଳରେ ଆୟୋଜିତ କୃଷକ ସମ୍ମିଳନୀ ମଞ୍ଚ ଉପରେ ଜାତୀୟ ପତାକାର ସିଲିଂ ନେଇ ଢେଙ୍କାନାଳ ଟାଉନ ଥାନାରେ ରାଜ୍ୟ ଛାତ୍ର ବିଜେଡି ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଛି । ଅଭିଯୋଗରେ ନ୍ୟାସନାଲ ଫ୍ଲାଗ କୋଡ଼ ବା ଜାତୀୟ ପତାକା ନିୟମାବଳୀକୁ ଉଲ୍ଲଂଘନ କରିଥିବା ଦର୍ଶାଇ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଛାତ୍ର ବିଜେଡି ।

ତ୍ରିରଙ୍ଗାକୁ ଅବମାନନା ନେଇ କେନ୍ଦ୍ରମନ୍ତ୍ରୀଙ୍କ ନାଁରେ ଏତଲା

ସୂଚନା ମୁତାବକ ଗତ ଶନିବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଢେଙ୍କାନାଳ ଗସ୍ତ କରି ଢେଙ୍କାନାଳ ମିନି ଷ୍ଟାଡିୟମ ଠାରେ ବିଜେପି ପକ୍ଷରୁ ଆୟୋଜିତ ଅବିଭକ୍ତ ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାର ବିଶାଳ କୃଷକ ସମ୍ମିଳନୀରେ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ନୂତନ କୃଷି ନୀତି ସମ୍ପର୍କରେ କୃଷକଙ୍କୁ ଅବଗତ କରାଇଥିଲେ । ତେବେ ବିଜେପି ପକ୍ଷରୁ ପ୍ରସ୍ତୁତ ଏହି ମଞ୍ଚ ଉପରେ ସିଲିଂକୁ ଜାତୀୟ ପତାକାରେ ସିଲିଂ କରାଯାଇଥିବା ଅଭିଯୋଗ ଉଠାଇଛି ଛାତ୍ର ବିଜେଡି ।

ଫଳରେ ମଞ୍ଚରେ ମଞ୍ଚାସିନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପି କୃଷକ ମୋର୍ଚା ସଭାପତି ପ୍ରଦୀପ ପୁରୋହିତ, ତଥା ପୂର୍ବତନ ରାଜ୍ୟ ବିଜେପି ସଭାପତି କନକ ବର୍ଦ୍ଧନ ସିଂହଦେଓ ପ୍ରମୁଖ ବଜେପି ନେତା ମାନଙ୍କ ନାମରେ ଏହି ଲିଖିତ ଅଭିଯୋଗ କରିଛି ଛାତ୍ର ବିଜେଡି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର , ଇଟିଭି ଭାରତ

Last Updated : Dec 27, 2020, 10:47 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.