ETV Bharat / state

ଧାନ ମଣ୍ଡିରେ ଟୋକନ ସମସ୍ୟା ନେଇ ଭୁବନରେ କୃଷକ ମେଳି - ଭୁବନରେ କୃଷକ ମେଳି

ଢେଙ୍କାନାଳ ଜିଲ୍ଲା ଭୁବନରେ ଚାଷୀଙ୍କ ଟୋକେନ ସମସ୍ୟାକୁ ନେଇ ଏକ ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଚାଷୀ କିପରି ସୁରୁଖୁରୁରେ ଧାନ ବିକ୍ରି କରିପାରିବେ ସେନେଇ ଆଲୋଚନା କରାଯାଇଛି। ଅଧିକ ଖବର ପଢନ୍ତୁ...

farmers_meeting
ଧାନ ମଣ୍ଡିରେ ଟୋକନ ସମସ୍ୟା ନେଇ ଭୁବନରେ କୃଷକ ମେଳି
author img

By

Published : Mar 13, 2020, 8:06 PM IST

ଢେଙ୍କାନାଳ: ରାଜ୍ୟରେ ଦିନକୁ ଦିନ ଚାଷୀଙ୍କ ସମସ୍ୟା ବଢିବାରେ ଲାଗିଛି। ଧାନ କିଣାରେ କାହାର ଟୋକନ କଟି ଯାଉଛି ତ କାହାର ଧାନ ମଣ୍ଡିରେ ପଡି ଗଜା ହେଲାଣି। ଚାଷୀମାନଙ୍କ ସମସ୍ୟାର ସମାଧାନ ପାଇଁ ଆଜି ଢେ଼ଙ୍କାନାଳ ଜିଲ୍ଲା ଭୁବନ କୃଷକ ବିକାଶ ପରିଷଦ ତରଫରୁ ବାବା ବୁଦ୍ଧେଶ୍ବର ପୀଠରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି ।

ଧାନ ମଣ୍ଡିରେ ଟୋକନ ସମସ୍ୟା ନେଇ ଭୁବନରେ କୃଷକ ମେଳି

ଏଥିରେ ଭୁବନ ବ୍ଲକର ବିଭିନ୍ନ ଗ୍ରାମରୁ ଚାଷୀମାନେ ଯୋଗଦେବା ସହିତ ଢେଙ୍କାନାଳ ଜିଲ୍ଲା ନବ ନିର୍ମାଣ କୃଷକ ସଙ୍ଗଠନର କର୍ମକର୍ତ୍ତାଙ୍କ ସହିତ ଶହଶହ ସଂଖ୍ୟାରେ ଚାଷୀ ଯୋଗ ଦେଇଥିଲେ।

ଧାନ ମଣ୍ଡିରେ ଚାଷୀମାନେ କିଭଳି ଭାବରେ ସୁରୁଖୁରୁରେ ଧାନ ବିକ୍ରି କରିପାରିବେ ଏବଂ ଚାଷୀମାନଙ୍କ ଋଣ ଛାଡ କରିବା ଦିଗରେ ସରକାରଙ୍କୁ ଅବଗତ କରାଇବେ ସେନେଇ ଏହି ସଭାରେ ଆଲୋଚନା ହୋଇଥିଲା। ଯଦି ଆଗାମୀ ଦିନରେ ସରକାର କିଛି ନଶୁଣନ୍ତି ତେବେ ଆନ୍ଦୋଳନ କରାଯିବା ପାଇଁ ଘୋଷଣା କରାଯାଇଛି।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.