ETV Bharat / state

ରାଜରାସ୍ତାରେ ଧାନ ବସ୍ତା, ଚାଷୀଙ୍କ ଏନଏଚ ଅବରୋଧ - ଢେଙ୍କାନାଳ ଚାଷୀ ଆନ୍ଦୋଳନ

ଟୋକନ ପାଇଥିଲେ ମଧ୍ୟ ମଣ୍ଡିରେ ଧାନ ଦେଇ ନ ପାରିବାରୁ ରାଜରାସ୍ତାରେ ଧାନ ବସ୍ତା ରଖି ରାସ୍ତା ଅବରୋଧ କଲେ ଶତାଧିକ ଚାଷୀ । ଅଧିକ ପଢନ୍ତୁ...

ରାଜରାସ୍ତାରେ ଧାନ ବସ୍ତା, ଚାଷୀଙ୍କ ଏନଏଚ ଅବରୋଧ

author img

By

Published : Feb 20, 2021, 5:59 PM IST

ଢେଙ୍କାନାଳ: ଚାଷୀଙ୍କୁ ଟୋକନ ମିଳୁଛି । ହେଲେ ମଣ୍ଡିରେ ଧ।ନ ବିକ୍ରି କରିପାରୁନାହାଁନ୍ତି । ଫଳରେ ହତାଶ ହୋଇ ଫେରୁଛନ୍ତି ଚାଷୀ । ଯାହାକୁ ନେଇ ଅସନ୍ତୋଷ ସୀମା ଟପିଯାଇଛି । ଫଳରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବାଉଁଶପାଳ ଛକଠାରେ ଧାନ ବସ୍ତା ରଖି ଏନଏଚ ୫୩ ଅବରୋଧ କରିଛନ୍ତି ଶତାଧିକ ଚାଷୀ । ଧାନ ମଣ୍ଡିରୁ ଧାନ ନଉଠିବା ସହିତ ଟୋକନ ମିଳିଥିବା ସତ୍ତ୍ବେ ଧାନ ବିକ୍ରୟ ନ ହୋଇପାରିବା କାରଣରୁ ସେମାନେ ରାସ୍ତା ଅବରୋଧ କରିଛନ୍ତି ।

ରାଜରାସ୍ତାରେ ଧାନ ବସ୍ତା, ଚାଷୀଙ୍କ ଏନଏଚ ଅବରୋଧ

ସୂଚନା ଅନୁସାରେ, କାମାକ୍ଷାନଗର କାଦୁଆ ଧାନ ମଣ୍ଡିରେ କାଦୁଆ, ସମାଟାଙ୍ଗି, ବାଉଁଶପାଳ, ବାଙ୍ଗୁରା ଗ୍ରାମର ଚାଷୀମାନେ ସେମାନଙ୍କ ଧାନ ବିକ୍ରି କରିବା ପାଇିଁ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଚାଷୀଙ୍କ ଧାନ ଉଠିପାରୁନାହିଁ । ଟୋକନ ମିଳିଥିଲେ ବି ପରବର୍ତ୍ତୀ ସମୟରେ କିଛି ଚାଷୀଙ୍କର ଟୋକନ କଟିଯାଇଛି । ଯାହାଫଳରେ ସେମାନଙ୍କ ଧାନ ଏବେ ମଣ୍ଡିରେ ପଡିରହିଛି ।

ଆଗକୁ ବର୍ଷା ଆସୁଥିବାରୁ ଧାନ ଗଜା ହେବାର ଆଶଙ୍କା ଦେଖାଦେଇଛି । ଏନେଇ ଚାଷୀମାନେ ଗତ ୨୯ ତାରିଖରେ ଯୋଗାଣ ବିଭାଗର ଅଧିକାରୀଙ୍କୁ ଜଣାଇଥିଲେ । ହେଲେ କୌଣସି ସମାଧାନ ନ ହେବାରୁ ଆଜି ଶତାଧିକ ଚାଷୀ ରାସ୍ତା ଅବରୋଧ କରିଛନ୍ତି । ଖବର ପାଇ ଘଟଣାସ୍ଥଳରେ କାମାକ୍ଷାନଗର ପୋଲିସ ପହଞ୍ଚି ଆନ୍ଦୋଳନକାରୀ ଚାଷୀଙ୍କୁ ବୁଝାସୁଝା କରିଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.