ETV Bharat / state

ଢେଙ୍କାନାଳରେ ରକ୍ତମୁଖା ଦନ୍ତା, ହାତୀ ଆକ୍ରମଣରେ ଚାଷୀ ମୃତ

author img

By ETV Bharat Odisha Team

Published : Jan 7, 2024, 5:31 PM IST

Elephant Attack: ହାତୀ ଆକ୍ରମଣରେ ଗଲା ଚାଷୀଙ୍କ ଜୀବନ । ଭୟଭୀତ ଅବସ୍ଥାରେ ସ୍ଥାନୀୟ ବାସିନ୍ଦା । ଅଧିକ ପଢନ୍ତୁ

ହାତୀ ଆକ୍ରମଣରେ ଚାଷୀ ମୃତ
ହାତୀ ଆକ୍ରମଣରେ ଚାଷୀ ମୃତ
ହାତୀ ଆକ୍ରମଣରେ ଚାଷୀ ମୃତ

ଢେଙ୍କାନାଳ: ହାତୀ ଆଉ ମଣିଷ ଭିତରେ ଲାଗି ରହିଛି ଚକାପଞ୍ଝା । ହାତୀ-ମଣିଷ ଲଢେଇରେ କେତେବେଳେ ହାତୀ ତ ଆଉ କେତେବଳେ ମଣିଷ ବଳି ପଡୁଛନ୍ତି । ଗୋଟିଏ ପଟେ ବୌଦ୍ଧରୁ କପିଳାସ ହାତୀ ଉଦ୍ଧାର କେନ୍ଦ୍ରକୁ ଆସିଥିବା ଏକ ଦନ୍ତାର ମୃତ୍ୟୁ ଘଟିଛି । ଅନ୍ୟପଟେ ସଦର ବନାଞ୍ଚଳର ଜଣେ ଚାଷୀଙ୍କୁ ଏକ ଦନ୍ତା ହାତୀ କଚାଡି ମାରିଦେଇଥିବା ଅଭିଯୋଗ ହୋଇଛି । ଢେଙ୍କାନାଳ ସଦର ରେଞ୍ଜ ଅନ୍ତର୍ଗତ ଚାଉଳିଆ ଗ୍ରାମ ନିକଟରେ ଦନ୍ତାହାତୀ ଆକ୍ରମଣରେ ଚାଷୀଙ୍କ ମୃତ୍ୟୁ ହୋଇଛି । ମୃତ ଚାଷୀ ଜଣଙ୍କ ଚାଉଳିଆ ଗ୍ରାମର ବ୍ରହ୍ମାନନ୍ଦ ନାଏକ ବୋଲି ଜଣାପଡିଛି । ଚାଷୀ ଜଣକ ଆଜି (ରବିବାର) ଧାନ ବିଲକୁ ଯାଉଥିବାବେଳେ ଏକ ଦନ୍ତା ହାତୀ ହାବୁଡ଼ରେ ପଡ଼ିଥିଲେ । ହାତୀଟି ବ୍ରହ୍ମାନନ୍ଦଙ୍କୁ ଆକ୍ରମଣ କରିବା ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି ।

ଖବରପାଇ ଘଟଣାସ୍ଥଳରେ ବନବିଭାଗ କର୍ମଚାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଦନ୍ତାହାତୀଟି କିଛି ଦିନ ହେବ ଆଖପାଖ ଅଞ୍ଚଳରେ ଘୁରିବୁଲୁଥିବା ଦେଖିବାକୁ ମିଳିଛି । ଏପରିକି ଏହି ଦନ୍ତାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଛକା ପଞ୍ଝା ଲାଗିରହିଛି । ଯାହାକୁ ନେଇ ଭୟଭୀତ ଅବସ୍ଥାରେ ରହିଛନ୍ତି ସ୍ଥାନୀୟ ବାସିନ୍ଦା । ତୁରନ୍ତ ଦନ୍ତାହାତୀଟିକୁ ଅନ୍ୟତ୍ର ଘଉଡାଇବାକୁ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।

ଅପରପକ୍ଷେ, ଢେଙ୍କାନାଳ କପିଳାସ ହାତୀ ଉଦ୍ଧାର କେନ୍ଦ୍ରରେ ଦନ୍ତା ହାତୀର ମୃତ୍ୟୁ ଘଟିଛି । ଏହି ହାତୀର ବୟସ ୪୦ବର୍ଷ ହୋଇଥିବା ଅନୁମାନ କରାଯାଉଛି । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଗତକାଲି(ଶନିବାର) ବୌଦ୍ଧରୁ ସ୍ୱତନ୍ତ୍ର ଗାଡ଼ିରେ ଆସିଥିଲା ଏହି ଦନ୍ତା । ବୌଦ୍ଧରେ ଆତଙ୍କ ସୃଷ୍ଟି କରିଥିବା ଏହି ଦନ୍ତାକୁ ହାତୀ ଉଦ୍ଧାର କେନ୍ଦ୍ରରେ ଛଡାଯାଇଥିଲା । ତେବେ ହାତୀର ମୃତଦେହ ବ୍ୟବଚ୍ଛେଦ କରାଯିବା ସହ ସ୍ୱତନ୍ତ୍ର ଏକ ଟିମ୍ ମାଧ୍ୟମରେ ଯାଞ୍ଚ କରାଯିବ ବୋଲି ଢେଙ୍କାନାଳ ଡିଏଫଓ ସୂଚନା ଦେଇଛନ୍ତି । କୌଣସି ରକ୍ତ ଜନିତ ସମସ୍ୟା କାରଣରୁ ହାତୀଟିର ମୃତ୍ୟୁ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି ।

ଏହା ମଧ୍ୟ ପଢନ୍ତୁ...ଗାଁ ଭିତରେ ପଶିଲା ଗୋଠଛଡା ହାତୀ ଛୁଆ

ସୂଚନା ଅନୁସାରେ, ଏହି ହାତୀକୁ ମିଶାଇ କପିଳାସ ହାତୀ ଉଦ୍ଧାର କେନ୍ଦ୍ରରେ ଥିବା ହାତୀଙ୍କ ସଂଖ୍ୟା ୮କୁ ବୃଦ୍ଧି ପାଇଥିଲା । ଏହି ନରହନ୍ତା ଦନ୍ତା ହାତୀଟି ବୌଦ୍ଧରେ ବହୁ ଧନ ଜୀବନ ହାନି କରିବା ସହ ଫସଲ ନଷ୍ଟ କରି ଆସୁଥିଲା । ଆତଙ୍କ ସୃଷ୍ଟି କରିଥିବା ଏହି ହାତୀକୁ ବନବିଭାଗ ପକ୍ଷରୁ ଟ୍ରାଙ୍କୁଲାଇଜ କରାଯାଇ ଢେଙ୍କାନାଳ ଅଣାଯାଇଥିଲା । ହାତୀଟିର ସ୍ୱାସ୍ଥ୍ୟର ଯତ୍ନ ସହିତ ତା'ର ହିଂସ୍ର ଆଚରଣରେ ପରିବର୍ତ୍ତନ ଆଣିବା ପାଇଁ ପଦକ୍ଷେପ ନିଆଯାଇଯିବାର ଯୋଜନା ରହିଥିଲା ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.