ETV Bharat / state

କୋଭିଡ କଟକଣା ମଧ୍ୟରେ ଖୋଲିଲା ପ୍ରସିଦ୍ଧ ଶୈବପୀଠ କପିଳାଶ - ଖୋଲିଲା ପ୍ରସିଦ୍ଧ ଶୈବପୀଠ କପିଳାଶ

କୋଭିଡ କଟକଣା ମଧ୍ୟରେ ଖୋଲିଲା ପ୍ରସିଦ୍ଧ ଶୈବପୀଠ କପିଳାଶ । ଦୀର୍ଘ ୯ମାସ ଧରି ପ୍ରଭୁଙ୍କୁ ସିଧାସଳଖ ଦର୍ଶନ କରିବା ପାଇଁ ବ୍ୟାକୁଳ ହୋଇଉଠିଥିଲେ ଭକ୍ତ । ଅଧିକ ପଢନ୍ତୁ...

କୋଭିଡ କଟକଣା ମଧ୍ୟରେ ଖୋଲିଲା ପ୍ରସିଦ୍ଧ ଶୈବପୀଠ କପିଳାଶ

author img

By

Published : Jan 4, 2021, 2:45 PM IST

ଢେଙ୍କାନାଳ: ଭକ୍ତ ଆଉ ଭଗବାନଙ୍କ ମିଳନ ନେଇ ଚଳଚଞ୍ଚଳ ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଢେଙ୍କାନାଳର କପିଳାଶ । କୋଭିଡ କଟକଣା ମଧ୍ୟରେ ଆଜି ପ୍ରଭୁ ଚନ୍ଦ୍ରଶେଖରଙ୍କ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ଦୀର୍ଘ ୯ମାସ ଧରି ପ୍ରଭୁଙ୍କୁ ସିଧାସଳଖ ଦର୍ଶନ କରିବା ପାଇଁ ବ୍ୟାକୁଳ ହୋଇଉଠିଥିଲେ ଭକ୍ତ । ଫଳରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମନରେ ପ୍ରଭୁ ଚନ୍ଦ୍ରଶେଖରଙ୍କ ଦର୍ଶନ ପାଇଁ ଉତ୍କଣ୍ଠା କହିଲେ ନସରେ । ତେବେ ଏଥିପାଇଁ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ଏସଓପି ଜାରି କରାଯାଇଛି । ଯେପରିକି ପ୍ରଥମ ପର୍ଯ୍ୟାୟରେ ଆଜିଠାରୁ କପିଳାଶ ସମେତ ଜିଲାର ବଳରାମ ମନ୍ଦିର ଆଦି ପ୍ରମୁଖ ସାତୋଟି ମନ୍ଦିର ସାଧାରଣ ଦର୍ଶନ ପାଇଁ ଖୋଲା ରହିବ ।

କୋଭିଡ କଟକଣା ମଧ୍ୟରେ ଖୋଲିଲା ପ୍ରସିଦ୍ଧ ଶୈବପୀଠ କପିଳାଶ

ଆଜିଠାରୁ ଆସନ୍ତା ୧୪ତାରିଖ ପର୍ଯ୍ୟନ୍ତ କେବଳ ଢେଙ୍କାନାଳ ଜିଲାର ଲୋକମାନଙ୍କ ଦର୍ଶନ ମଧ୍ୟରେ ସୀମିତ ରହିଛି । ୧୬ ତାରିଖ ଠାରୁ ସର୍ବ ସାଧରଣଙ୍କ ପାଇଁ ସୁଯୋଗ ରହିବ । ଏଥିପାଇଁ ପ୍ରଶାସନର ସ୍ବତନ୍ତ୍ର କଟକଣା ଜରି କରାଯାଇଛି । କପିଳାଶ ଆସୁଥିବା ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ପାଇଁ କୋଭିଡ ଟେଷ୍ଟ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି । ଫଳରେ ମନ୍ଦିରକୁ ଯାଉଥିବା ଶ୍ରଦ୍ଧାଳୁଙ୍କ ରିପୋର୍ଟ ଯାଞ୍ଚ କରାଯାଇଛି । ଥର୍ମାଲ ସ୍କାନିଂଠାରୁ ଆରମ୍ଭ କରି ମାସ୍କ ଓ ସାମାଜିକ ଦୂରତା ମଧ୍ୟରେ ମନ୍ଦିର ଭିତରକୁ ଜଣ ଜଣ କରି ଛଡ଼ାଯାଉଛି । କୌଣସି ଭୋଗ ଓ ଫୁଲ ଆଦିକୁ ବାରଣ କରାଯାଇଛି ।

ଗତକାଲି ଠାରୁ କପିଳାଶ ପୀଠର ସମସ୍ତ ସେବାୟତ ମାନଙ୍କର କୋଭିଡ ଟେଷ୍ଟ କରାଯାଇଛି । କଟକଣା ମଧ୍ୟରେ କିପରି ସୁରକ୍ଷିତ ଭାବରେ ଶ୍ରଦ୍ଧାଳୁମନେ ଦର୍ଶନ କରିବେ ସେଥିପାଇଁ ଦେବୋତ୍ତର ବିଭାଗ ପକ୍ଷରୁ ତତ୍ପର ପ୍ରକାଶ ପାଇଛି । ଅପରପକ୍ଷରେ ଦୀର୍ଘ ୯ ମାସ ହେଲା ମନ୍ଦିର ବନ୍ଦ ଯୋଗୁଁ ବିଭିନ୍ନ ସମସ୍ୟାରେ ରହିଥିବା ସେବାୟତମାନଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.