ETV Bharat / state

ଶୌଚ ହେବାକୁ ଯାଇ ଦନ୍ତା ହାବୁଡରେ ବୃଦ୍ଧ - ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ

ଢେଙ୍କାନାଳ କାମାକ୍ଷା ନଗରର ସୋଗର ଗ୍ରାମ ନିକଟସ୍ଥ ସାଳୁଆ ଛକ ନିକଟରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି ।

ଶୌଚ ହେବାକୁ ଯାଇ ଦନ୍ତା ହାବୁଡରେ
author img

By

Published : Nov 5, 2019, 12:24 PM IST

ଢେଙ୍କାନାଳ: ବଢିବାରେ ଲାଗିଛି ହାତୀଙ୍କ ଉତ୍ପାତ । ଢେଙ୍କାନାଳ କାମାକ୍ଷାନଗରର ସୋଗର ଗ୍ରାମ ନିକଟସ୍ଥ ସାଳୁଆ ଛକ ନିକଟରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ମଙ୍ଗଳବାର ଭୋର ୫ଟା ସମୟରେ ଘଟଣା ଘଟିବାବେଳେ ମୃତ ବୃଦ୍ଧ ଜଣକ ହେଲେ ସ୍ଥାନୀୟ ଗୋଦରିବିଲି ଗ୍ରାମର ହୃଦାନନ୍ଦ ମଲ୍ଲିକ।

ସେ ଭୋର ସମୟରେ ଶୌଚ ହେବାକୁ ଯାଇଥିବାବେଳେ ଦନ୍ତା ହାବୁଡରେ ପଡିଥିଲେ। ହୃଦାନନ୍ଦଙ୍କୁ ଦନ୍ତା କଚି ଦେବା ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଯାହାକୁ ନେଇ କିଛି ସମୟ ପାଇଁ ଅସନ୍ତୋଷ ପ୍ରକାଶ ପାଇଥିଲା।

ଶୌଚ ହେବାକୁ ଯାଇ ଦନ୍ତା ହାବୁଡରେ

ଦୀର୍ଘ ଦିନ ହେଲା ଏହି ଅଞ୍ଚଳରେ ହାତୀ ଉପଦ୍ରବ ବଢୁଥିବାବେଳେ ବନ ବିଭାଗ ତରଫରୁ ହାତୀକୁ ଘଉଡାଇବା ପାଇଁ କୈାଣସି ବ୍ୟବସ୍ଥା କରାଯାଉନାହିଁ, କି ପେଟ୍ରୋଲିଙ୍ଗ ମଧ୍ୟ ହେଉନାହିଁ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ଘଟଣାସ୍ଥଳରେ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜର ବିଭୂଦାନନ୍ଦ ମିଶ୍ର ଓ ପଣ୍ଡୁଆ ଫାଣ୍ଡି ଅଧିକାରିଣୀ ଶ୍ବେତପଦ୍ମା ବିଶ୍ବାଳ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ଏପରି ଘଟଣାର ପୁନଃରାବୃତ୍ତି ନହେବାକୁ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଛନ୍ତି ।

ତେବେ ମୃତକ ପରିବାରକୁ ନଗଦ ୪୦ ହଜାର ଟଙ୍କା ପ୍ରଦାନ କରିବା ପରେ ଉତ୍ତେଜନା ଥମିଥିଲା । ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Intro:ଦନ୍ତାର ଉନ୍ମତ୍ତକାଣ୍ଡ/ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସୋଗରରେ ବୃଦ୍ଧଙ୍କୁ କଚାଡି ମାରିଲା ଦନ୍ତା/ ଶୌଚ ହେବାକୁ ଯାଇଥିବାବେଳେ ହାତୀ ଆକ୍ରମଣରେ ଜୀବନ ଗଲା
ଅାଙ୍କର- ବୃଦ୍ଧଙ୍କୁ କଚାଡି ମାରିଦେଲା ଦନ୍ତା।ମଙ୍ଗଳବାର ଭୋର ୫ଟା ସମୟରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ସୋଗରଗ୍ରାମ ନିକଟସ୍ତ ସାଳୁଆ ଛକ ନିକଟରେ ଏପରି ଅଭାବନୀୟ ଘଟଣା ଘଟିଛିା ସୈାଚ ପାଇଁ ଯାଇଥିବା ବେଳେ ଜଣେ ବୃଦ୍ଧ ଏକ ଦନ୍ତା ହାତୀ ଅାକ୍ରମଣର ଶିକାର ହୋଇଛନ୍ତି। Body:ଏହି ହାତୀ ଆକ୍ରମଣରେ ଘଟଣାସ୍ଥଳରେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ସ୍ଥାନୀୟ ଗୋଦରିବିଲି ଗ୍ରାମର ହୃଦାନନ୍ଦ ମଲ୍ଲିକ। ସେ ଭୋର ସମୟରେ ଶୌଚ ହେବାକୁ ଯାଇଥିବାବେଳେ ଏହି ଦନ୍ତା ହାବୁଡରେ ପଡିଯାଇଥିଲେ। ଦନ୍ତାଟି ଦିର୍ଘ ଦିନହେଲା ଏହି ଅଞ୍ଚଳରେ ଉପଦ୍ରବ କରୁଥିବା ଜଣାପଡିଛି। ବନ ବିଭାଗ ତରଫରୁ ହାତୀକୁ ଘଉଡାଇବା ପାଇଁ କୈାଣସି ବ୍ୟବସ୍ଥା କରାଯାଉନାହିଁ କି ପେଟ୍ରୋଲିଙ୍ଗ ମଧ୍ୟ ହେଉନାହିଁ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ ଉଠାଇଛନ୍ତି। ଯାହା ଫଳରେ କିଛି ସମୟ ପାଇଁ ଅସନ୍ତୋଷ ପ୍ରକାଶ ପାଇଥିଲା। ଘଟଣା ସ୍ଥଳରେ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜର ବିଭୂଦାନନ୍ଦ ମିଶ୍ର ଓ ପଣ୍ଡୁଆ ଫାଣ୍ଡି ଅଧିକାରିଣି ଶ୍ବେତପଦ୍ମା ବିଶ୍ବାଳ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବାସହ ଏପରି ଘଟଣା ପୂନର୍ବାର ନହେବା ପାଇଁ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଥିଲେ Conclusion:ମୃତକ ପରିବାରକୁ ନଗଦ ୪୦,୦୦୦ ଟଙ୍କା ପ୍ରଦାନ କରିବା ପରେ ଉତ୍ବେଜନା ଥମିଥିଲା ।ପରେ ମୃତଦେହକୁ ବ୍ୟବଛେଦ ପାଇଁମୃଥଦେହ ଜବତ କରି ବ୍ୟବଛେଦ ପାଇଁ ପଠାଯାଇଛି। ଢେଙ୍କାନାଳରୁ ଉର୍ମିଳା ପାତ୍ର।ଇଟିଭି ଭାରତ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.