ETV Bharat / state

ରାସ୍ତା ଅତିକ୍ରମ କଲେ ୪୮ ଟିକିଆ ହାତୀପଲ, ଘଣ୍ଟାଏ କାଳ ଯାତାୟାତ ବନ୍ଦ

ଢେଙ୍କାନାଳ ସଦର ବନାଞ୍ଚଳ ଗଦାଶିଳା ସେକ୍ସନରେ ୪୮ ତିକିଆ ହାତୀ ପଲ । କାଉଁରିଆପାଳ ଠାରେ ଏନଏଚ-୫୫ କଲେ ଅତିକ୍ରମ । ପ୍ରାୟ ଘଣ୍ଟା ସାଧାରଣ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ପାଖ ମଠରଗଡ଼ିରେ ହାତୀପଲ ରହିଥିବାରୁ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି । ଅଧିକ ପଢନ୍ତୁ...

author img

By

Published : Feb 16, 2021, 12:48 PM IST

ଏନଏଚ-୫୫ ରେ ୪୮ ଟିକିଆ ହାତୀପଲ, ଏକଘଣ୍ଟା ଯାତାୟାତ ବନ୍ଦ

ଢେଙ୍କାନାଳ: ସଦର ରେଞ୍ଜ ଗଦାଶିଳା ସେକସନ କାଉଁରିଆପାଳ ନିକଟରେ ହାତୀ ପଲଙ୍କୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ଏହି ହାତୀପଲରେ ୪୮ ଟି ହାତୀ ରହିଛନ୍ତି ବୋଲି ବନବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜି (ମଙ୍ଗଳବାର) ସକାଳୁ ସକାଳୁ ରସାସିଂହ ଠାରେ ୫୫ ନମ୍ବର ଜାତୀୟ ରାଜପଥ ହାତୀପଲ ପାର ହୋଇ ଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଫଳରେ କିଛି ସମୟ ଧରି ଜାତୀୟ ରାଜପଥ ୫୫ ରେ ଗାଡିମଟର ଚଳାଚଳ ଠପ ହୋଇଯାଇଥିଲା । ଏପରିକି ପ୍ରାୟ ଅଧାଘଣ୍ଟା ଧରି କଟକ ସମ୍ବଲପୁର ଯାତାୟାତ କରୁଥିବା ଗାଡି ଚଳାଚଳ ବାଧାପ୍ରାପ୍ତ ମଧ୍ୟ ହୋଇଥିଲା ।

ଖାଦ୍ୟ ଅନ୍ୟେଷଣରେ ଏହି ପଲ ହାତୀ ପରଜଙ୍ଗ ମହାବିରୋଡ ରେଞ୍ଜ ପଟରୁ ବ୍ରାହ୍ମଣୀ ନଦୀ ପାର ହୋଇ ମଠରଗଡି ରିଜର୍ଭ ଫରେଷ୍ଟ ଆଡକୁ ମୁହାଁଇଛନ୍ତି । ଅଧିକାଂଶ ସମୟରେ ଏହି ହାତୀପଲ ଏଭଳି ଯାତାୟାତ କରିଥାନ୍ତି । ସେଥିପାଇଁ ବନବିଭାଗ ପକ୍ଷରୁ ଏହି ହାତୀ ମାନଙ୍କୁ ଏନଏଚ ପାର କରାଇଥାନ୍ତି। ତେବେ ସ୍ଥାନୀୟ ମଠ ରଗଡିରେ ଏତେ ସଂଖ୍ୟାରେ ହାତୀପଲ ରହିଥିବାରୁ ସ୍ଥାନୀୟ ଗ୍ରାମ ମହାଦିଆ, କାଉଁରିଆପାଳ, ରସାସିଂହ ଆଦି ଗ୍ରାମବାସୀ ମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.