ETV Bharat / state

କାମାକ୍ଷାନଗରରେ ୧୧ ଟିକିଆ ହାତୀପଲଙ୍କ ଉତ୍ପାତ, ବ୍ୟାପକ ଧାନ ଫସଲ ନଷ୍ଟ - କାମାକ୍ଷାନଗର ସହରରେ ୧୧ ଟିକିଆ ହାତୀ ପଲ

ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ସହରରେ ୧୧ ଟିକିଆ ହାତୀପଲର ଉତ୍ପାତ । ଏହାକୁ ନେଇ ଭୟଭୀତ ହୋଇ ପଡ଼ିଛନ୍ତି ସ୍ଥାନୀୟବାସୀ । ଅଧିକ ପଢ଼ନ୍ତୁ

କାମାକ୍ଷାନଗରରେ ୧୧ ଟିକିଆ ହାତୀପଲଙ୍କ ଉତ୍ପାତ, ବ୍ୟାପକ ଧାନ ଫସଲ ନଷ୍ଟ

author img

By

Published : Dec 11, 2022, 6:57 PM IST

କାମାକ୍ଷାନଗରରେ ୧୧ ଟିକିଆ ହାତୀପଲଙ୍କ ଉତ୍ପାତ, ବ୍ୟାପକ ଧାନ ଫସଲ ନଷ୍ଟ

ଢେଙ୍କାନାଳ : ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ସହର ନିକଟରେ ୧୧ ଟିକିଆ ହାତୀପଲର ଉତ୍ପାତ। ଏହାକୁ ନେଇ ଭୟଭୀତ ହୋଇ ପଡ଼ିଛନ୍ତି ସ୍ଥାନୀୟବାସୀ । ଏହି ୧୧ଟିକିଆ ହାତୀପଲ ବ୍ୟାପକ ଧାନ ଫସଲ ନଷ୍ଟ କରିଦେଇଛନ୍ତି (Elephant destroyed of paddy crop) । ତେବେ ଏମାନଙ୍କୁ ଘଉଡ଼ାଇବା ପାଇଁ ବନବିଭାଗ ଜାରି ରଖିଛି ଉଦ୍ୟମ ।

ସୂଚନା ମୁତାବକ ଗତକାଲି(ଶନିବାର) ହାତୀପଲ ବ୍ରାହ୍ମଣିଆ ଗାଁ ନିକଟରେ ଥିଲେ । ଏସମ୍ପର୍କରେ ଖବରପାଇ ବନବିଭାଗ ସେଠାରେ ପହଞ୍ଚି ଦିନ ତମାମ ଜଗି ରହିଥିଲେ । ରାତିରେ ହାତୀପଲକୁ ବନବିଭାଗ ପଶ୍ଚିମାଞ୍ଚଳ ରେଞ୍ଜ ସାରୁଆଳି ଜଙ୍ଗଲକୁ ଯେନତେନ ପ୍ରକାରେ ଛାଡି ଦେଇଥିଲେ । ହେଲେ ପୁନର୍ବାର ଅର୍ଥାତ ଆଜି ସକାଳୁ ଏହି ହାତୀପଲ କାମାକ୍ଷାନଗର ସହରକୁ ପଳାଇ ଆସିଛନ୍ତି । ଫଳରେ ମଢିପସି ଓ ଜିରିଡାମାଳି ଅଞ୍ଚଳକୁ ହାତୀପଲ ଯାଇ ବ୍ୟାପକ ଧାନ ଫସଲକୁ ଦଳି ଚକଟିି ନଷ୍ଟ କରିଦେଇଛନ୍ତି । ଏହାକୁ ନେଇ ଗ୍ରାମବାସୀ ଭୟଭୀତ ମଧ୍ୟ ହୋଇପଡ଼ିଛନ୍ତି । ସେପଟେ ବନବିଭାଗ ହାତୀ ଘଉଡ଼ାଇ ପାଇଁ ଉଦ୍ୟମ ଯାରି ରଖିଛି ।

ଏହି 11ଟିକିଆ ହାତୀପଲ ଯେପରି କାହାରି କିଛି କ୍ଷତି ନକରନ୍ତି ସେଥିପାଇଁ ବନବିଭାଗ କର୍ମଚାରୀ ସଜାଗ ରହିଛନ୍ତି । ବାଣ ଫୁଟାଇ ହାତୀ ଗୁଡିକୁ ଘଉଡ଼ାଉଛନ୍ତି । ବନବିଭାଗ ପକ୍ଷରୁ ପହରା ଦିଆଯାଉଛି । ବର୍ତ୍ତମାନ ମକା ଓ ଧାନ ଫସଲ ଅମଳ ହୋଇ ସାରିଛି । ଖାଦ୍ୟ ନିମନ୍ତେ ଚାଷ ହୋଇଥିବା ବିରି, କୋଳଥ, ହରଡ଼ ଡାଲି ଚାଷ ଉପରେ ଏବେ ଏହିି ହାତୀପଲର ନଜର ରହିଛି ।''

ଏହାମଧ୍ୟ ପଢ଼ନ୍ତୁ.ସେମରଡିହି ଜଙ୍ଗଲରେ ହାତୀ ଆତଙ୍କ

ଅନ୍ୟପକ୍ଷରେ ଗାଁରେ ହାତୀପଲଙ୍କ ଆତଙ୍କ ଦେଖା ଦେଇଥିବା ବେଳେ ଗାଁ ଲୋକେ ଭୟରେ ଘରୁ ବାହାରୁ ନାହାଁନ୍ତି । ଏପରିକି କୌଣସି ଜରୁରୀ କାମ ପଡ଼ିଲେ ଲୋକେ ହାତରେ ଠେଙ୍ଗା, ବାଡ଼ି ଧରି ବାହାରକୁ ଯାଉଛନ୍ତି । ଗାଁ ଭିତରକୁ ହାତୀ ପ୍ରବେଶ ନେଇ ବନବିଭାଗ ତତ୍ପର ହୋଇପଡ଼ିଛି । କିପରି ଲୋକଙ୍କୁ ସୁରକ୍ଷା ଦେବ ସେନେଇ ବନ ବିଭାଗ ସଜାଗ ରହିଛି । ବାରମ୍ବାର ଡାକବାଜି ଯନ୍ତ୍ରରେ ସତର୍କ କରାଉଛି ଗ୍ରାମବାସୀଙ୍କୁ । ଅନ୍ୟପକ୍ଷରେ ହାତୀପଲକୁ ଗାଁରୁ ଘଉଡ଼ାଇବା ପାଇଁ ଚେଷ୍ଟା ଜାରି ରଖିଛି ବନବିଭାଗ । ବାଣ ଫୁଟାଇବା ସହ ନିଆଁ ଜଳାଇ ହାତୀକୁ ଘଉଡାଉଛନ୍ତି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.