ETV Bharat / state

କପିଳାସ ଅଭୟାରଣ୍ୟରୁ ଦନ୍ତା ହାତୀର ମୃତଦେହ ଉଦ୍ଧାର - ଢେଙ୍କାନାଳ କପିଳାଶ

ଢେଙ୍କାନାଳ ଜିଲ୍ଲା କପିଳାସ ଅଭୟାରଣ୍ୟରୁ ଏକ ଦନ୍ତା ହାତୀର ମୃତଦେହ ଉଦ୍ଧାର କଲା ବନବିଭାଗ । ମୃତ ହାତୀଟିର ବୟସ ପ୍ରାୟ ୪୦ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ହାତୀଟିର ମୃତ୍ୟୁର କାରଣ ଅସ୍ପଷ୍ଟ । ଅଧିକ ପଢନ୍ତୁ...

କପିଳାଶ ଅଭୟାରଣ୍ୟରୁ ଦନ୍ତା ହାତୀର ମୃତଦେହ ଉଦ୍ଧାର

author img

By

Published : Apr 22, 2021, 6:22 PM IST

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କପିଳାସ ଅଭୟାରଣ୍ୟରୁ ଏକ ହାତୀର ମୃତଦେହ ଠାବ କରାଯାଇଛି । ମୃତ ହାତୀଟି ଏକ ଦନ୍ତା ହାତୀ ଓ ବୟସ ପ୍ରାୟ ୪୦ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ହାତୀଟି କପିଳାସ ଅଭୟାରଣ୍ୟର ୨୪ନମ୍ବର କମ୍ପଟମେଣ୍ଟ ଅଞ୍ଚଳ ଅର୍ଥାତ ଷଢଙ୍ଗୀ ବନାଞ୍ଚଳରୁ ଠାବ କରାଯାଇଛି ।

କପିଳାଶ ଅଭୟାରଣ୍ୟରୁ ଦନ୍ତା ହାତୀର ମୃତଦେହ ଉଦ୍ଧାର
କପିଳାଶ ଅଭୟାରଣ୍ୟରୁ ଦନ୍ତା ହାତୀର ମୃତଦେହ ଉଦ୍ଧାର

ବନ କର୍ମଚାରୀମାନେ ମୃତଦେହ ଜବତ କରିଛନ୍ତି । ତେବେ ହାତୀଟିର ଦାନ୍ତ ଦୁଇଟି ସୁରକ୍ଷିତ ରହିଥିବା ଜଣାପଡିଛି । ତେବେ ହାତୀର ମୃତ୍ୟୁ କିପରି ହେଲା ସଠିକ କାରଣ ଜଣାପଡିନାହିଁ । ମାତ୍ର ଗତ ୭ରୁ ୮ଦିନ ହେଲା ହାତୀଟି ମରିପଡିଥିବା ଜଣାପଡିଛି । ବନ ବିଭାଗ ପକ୍ଷରୁ ମୃତଦେହ ବ୍ୟବଛେଦ କରାଯାଇ ତଦନ୍ତ ଜାରି ରହିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.