ETV Bharat / state

ଶିକାରୀ ଫାସରେ ଫସି ଦନ୍ତା ମୃତ, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଲିଗଲା ଛେଳି ଚରାଳୀଙ୍କ ଜୀବନ

ଢେଙ୍କାନାଳରେ ଗୋଟିଏ ଦିନରେ ଦୁଇଟି ଅଘଟଣ । ଶିକାରୀ ଫାସରେ ପଡି ଦନ୍ତା ହାତୀର ମୃତ୍ୟୁ ହୋଇଥିବା ବେଳେ କ୍ଷେତରେ ବିଛା ଯାଇଥିବା ବିଦ୍ୟୁତ ତାରରେ ଲାଗି ମହିଳା ମୃତ । ଅଧିକ ପଢ଼ନ୍ତୁ

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମହିଳା ମୃତ
ଶିକାରୀ ଫାସରେ ଫସି ଦନ୍ତାହାତୀ ମୃତ
author img

By ETV Bharat Odisha Team

Published : Nov 8, 2023, 5:02 PM IST

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମହିଳା ମୃତ

ଢେଙ୍କାନାଳ: ବଢିବାରେ ଲାଗିଛି ବନ୍ୟଜନ୍ତୁ ଶିକାର । ବିଭିନ୍ନ ଉପାୟ ଆପଣାଇ ଅବାଧରେ କରୁଛନ୍ତି ଶିକାର । କେତେ ବେଳେ ଗୁଳିକରି ଶିକାର କରୁଥିବା ବେଳେ ପୁଣି କେତେବେଳେ ଫାସ ବସାଇ ବନ୍ୟ ଜନ୍ତୁ ଶିକାର କରୁଛନ୍ତି ଶିକାରୀ । ଏନେଇ ବାରହା ଶିକାର ପାଇଁ ପଡିଥିବା ଫାସରେ ଦନ୍ତାହାତୀ ଫସିଯିବା ଫଳରେ ଦନ୍ତାର ମୃତ୍ୟୁ ଘଟିଛି । ସେପଟେ ଧାନ କ୍ଷେତ ସୁରକ୍ଷା ପାଇଁ ବିଛା ଯାଇଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଜଣେ ଛେଳି ଚରାଳିଙ୍କର ମଧ୍ୟ ମୃତ୍ୟୁ ହୋଇଛି । ତେବେ ଗୋଟିଏ ଦିନରେ ଏଭଳି ଦୁଇଟି ଅଘଟଣ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲାରେ ।

ଶିକାରୀ ଫାସରେ ଫସି ଦନ୍ତାହାତୀ ମୃତ

ସୂଚନା ଅନୁସାରେ, ଢେଙ୍କାନାଳ ବନଖଣ୍ଡ ଅନ୍ତର୍ଗତ ହିନ୍ଦୋଳ ବନାଞ୍ଚଳର କିଛି ଶିକାରୀ ବାରହା ଶିକାର କରିବା ପାଇଁ ଫାସ ବିଛାଇଥିଲେ । କିନ୍ତୁ ବାରହା ବଦଳରେ ଫାସରେ ଦନ୍ତା ହାତୀ ଫସି ଯାଇଥିଲା । ତେବେ ଫାସରେ ଫସି ଦନ୍ତା ହାତୀର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ହିନ୍ଦୋଳ ବନାଞ୍ଚଳ ଅନ୍ତର୍ଗତ ରାସୋଳ ସେକ୍ସନର କନ୍ତକୋ ସଂରକ୍ଷିତ ଜଙ୍ଗଲରେ ଏହି ହାତୀର ମୃତ୍ୟୁ ଘଟିଛି । ସେପଟେ ଖବର ପାଇ ବନ ବିଭାଗ ପକ୍ଷରୁ ଘଟଣାସ୍ଥଳରେ ପହଞ୍ଚି ଦନ୍ତାର ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଯାଉଛି । ମୃତ ହାତୀର ବୟସ ୨୦ ବର୍ଷ ହେବ ବୋଲି ଅନୁମାନ କରିଛି ବନ ବିଭାଗ । ଏହାସହ ବନ ବିଭାଗ ପକ୍ଷରୁ ହାତୀ ମୃତ୍ୟୁକୁ ନେଇ ତଦନ୍ତ ଆରମ୍ଭ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ........Elephant Dies in Athagarh: ସଙ୍କଟରେ ଗଜରାଜ, ଆଠଗଡ଼ ବନଖଣ୍ଡରେ ଆଉ ଏକ ଦନ୍ତାର ମୃତ୍ୟୁ

ସେହିପରି ଢେଙ୍କାନାଳରେ ଆଉ ଗୋଟିଏ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଧାନ କ୍ଷେତ ସୁରକ୍ଷା ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଛେଳି ଚରାଳିଙ୍କ ମୃତ୍ୟୁ ଘଟିଛି । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଖଇରପଶି ଗ୍ରାମର ବାଉରୀ ନାଏକ ଗାଁ ନିକଟସ୍ଥ ତାଙ୍କ ଧାନ କ୍ଷେତର ସୁରକ୍ଷା ପାଇଁ କ୍ଷେତ ଚାରି ପଟେ ବିଦ୍ୟୁତ ତାର ବିଛାଇ ଥିଲେ । ସେହି ଗ୍ରାମର ପ୍ରତିମା ନାଏକ ନାମକ ଜଣେ ମହିଳା ଛେଳି ଚରାଇବା ପାଇଁ ଯାଇଥିଲେ । ଏତିକି ବେଳେ ବାଉରୀ ପକାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଯାଇଥିଲେ ପ୍ରତିମା । ଫଳରେ ଘଟଣା ସ୍ଥଳରେ ବିଦ୍ୟୁତ ଆଘାତ ସଂସ୍ପର୍ଶରେ ଆସି ତଳେ ପଡିଯାଇଥିଲେ । ଏହାକୁ ଗ୍ରାମର କିଛି ଯୁବକ ଦେଖିବା କ୍ଷଣି, ଉକ୍ତ ମହିଳାଙ୍କୁ ଉଦ୍ଧାର କରିବା ସହ ତାଙ୍କ ପରିବାର ଲୋକଙ୍କୁ ଜଣାଇ ଆମ୍ବୁଲାନ୍ସ ଯୋଗେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.