ETV Bharat / state

ଟ୍ରେନ ଲାଇନ ନିକଟରୁ ହାତୀ ଛୁଆର ମୃତଦେହ ଠାବ - ଟ୍ରେନ ଧକ୍କାରେ ମୃତ୍ୟୁ ସନ୍ଦେହ

ଡପଡା ଗ୍ରାମ ନିକଟରେ ଯାଇଥିବା ପୂର୍ବତଟ ରେଳ ଲାଇନଠାରୁ ପ୍ରାୟ ଶହେ ମିଟର ଦୂରରେ ପଡିଛି ହାତୀ ଛୁଆର ମୃତଦେହ। ମୃତ୍ୟୁର ସଠିକ କାରଣ ଜଣାନପଡିଥିଲେ ମଧ୍ୟ ଏହା ଟ୍ରେନ ଧକ୍କାରେ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି । ଅଧିକ ପଢନ୍ତୁ...

ଟ୍ରେନ ଲାଇନ ନିକଟରୁ ହାତୀ ଛୁଆର ମୃତ ଦେହ ଠାବ
ଟ୍ରେନ ଲାଇନ ନିକଟରୁ ହାତୀ ଛୁଆର ମୃତ ଦେହ ଠାବ
author img

By

Published : Feb 6, 2020, 2:39 PM IST

ଢେଙ୍କାନାଳ: ନିକଟରେ ସଦର ବନାଞ୍ଚଳର ପୋଡପଡା ଗ୍ରାମ ନିକଟରେ ଟ୍ରକ ଧକ୍କାରେ ଗୋଟିଏ ହାତୀ ମରିଥିବାବେଳେ ଅନ୍ୟ ଏକ ଗୁରୁତର ଦନ୍ତା ହାତୀକୁ ଏଯାଏଁ ଠାବ କରିପାରିନି ବନବିଭାଗ । ଏପରିସ୍ଥଳେ ଗୁରୁବାର ପୁଣି ପୋଡପଡା ଗ୍ରାମ ନିକଟସ୍ଥ ଟ୍ରେନ ଲାଇନ ପାଖରୁ ଏକ ହାତୀ ଛୁଆର ମୃତଦେହ ଠାବ କରାଯାଇଛି ।

ଟ୍ରେନ ଲାଇନ ନିକଟରୁ ହାତୀ ଛୁଆର ମୃତ ଦେହ ଠାବ

ପୋଡପଡା ଗ୍ରାମ ନିକଟରେ ଯାଇଥିବା ପୂର୍ବତଟ ରେଳ ଲାଇନଠାରୁ ପ୍ରାୟ ଶହେ ମିଟର ଦୂରରେ ପଡିଛି ଏହି ହାତୀ ଛୁଆର ମୃତଦେହ। ମୃତ୍ୟୁର ସଠିକ କାରଣ ଜଣାନପଡିଥିଲେ ମଧ୍ୟ ଏହା ଟ୍ରେନ ଧକ୍କାରେ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି ।

ସ୍ଥାନୀୟ ଲୋକେ ଏହାଦେଖି ଘଟଣାସ୍ଥଳରେ ରୁଣ୍ଡ ହୋଇଥିଲେ । ମୃତ ହାତୀ ଛୁଆର ପାଟି ଓ ଶୁଣ୍ଢରେ ଗଭୀର କ୍ଷତ ହୋଇଥିବାରୁ ଏହା ଟ୍ରେନ ଧକ୍କା ଜନିତ ଦୁର୍ଘଟଣାରେ ମୃତ୍ୟୁ ବୋଲି ସନ୍ଦେହ କରାଯାଇଛି ।

ତେବେ ହାତୀ ଛୁଆର ବୟସ ୨ରୁ ୩ମାସ ହେବ ବୋଲି କୁହାଯାଉଛି । ଖବର ପାଇ ଘଟଣାସ୍ଥଳକୁ ସଦର ବନକର୍ମଚାରୀ ପହଞ୍ଚି ହାତୀ ଛୁଆର ମୃତ ଦେହ ଉଦ୍ଧାର କରିଛନ୍ତି । ଡାକ୍ତରୀ ଦଳ ମାଧ୍ୟମରେ ବ୍ୟବଚ୍ଛେଦ କରାଉଥିବାବେଳେ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Intro:ଆଙ୍କର: ଢେଙ୍କାନାଳ ସଦର ବନାଞ୍ଚଳର ପୋଡପଡା ଗ୍ରାମ ନିକଟରେ ଟ୍ରକ ଧକ୍କାରେ ଗୋଟିଏ ହଟି ମରିଥିବାବେଳେ ଅନ୍ୟ ଏକ ଗୁରୁତର ଦନ୍ତା ହାତୀକୁ ଏଯାଏ ଠାବ କରିପାରିନ ବନବିଭାଗ ।ଏପରିସ୍ଥଳେ ଆଜି ପୋଡପଡା ଗ୍ରାମ ନିକଟସ୍ଥ ଟ୍ରେନ ଲାଇନ ପାଖରୁ ପୁଣି ଏକ ହାତୀ ଛୁଆର ମୃତ ଦେହ ଠାବ କରାଯାଇଛି ।
Body:ପୋଡପଡା ଗ୍ରାମ ନିକଟରେ ଯାଇଥିବା ପୂର୍ବତଟ ରେଳ ଲାଇନ ଠାରୁ ପ୍ରାୟ ଶହେ ମିଟର ଦୂରରେ ପଡିଛି ଏହି ହଟି ଛୁଆର ମୃତଦେହ ।ମୃତ୍ୟୁର ସଠିକ କାରଣ ଜଣାନପଡିଥିଲେ ମଧ୍ୟ ଏହା ଟ୍ରେନ ଧକ୍କାରେ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି ।
ସ୍ଥାନୀୟ ଲୋକେ ଦେଖି ଘଟଣା ସ୍ଥଳରେ ରୁଣ୍ଢହୋଇଛନ୍ତି । ମୃତ ହାତୀ ଛୁଆର ପାଟି ଓ ଶୁଣ୍ଢରେ ଗଭୀର କ୍ଷତ ହୋଇଥିବା ରୁ ଏହା ଟ୍ରେନ ଧକ୍କା ଜନିତ ଦୁର୍ଘଟଣା ରେ ମୃତ୍ୟୁ ବୋଲି ସନ୍ଦେହ କରାଯାଇଛି । ହାତୀ ଛୁଆର ବୟସ ୨ରୁ ୩ମାସ ହେବ ବୋଲି କୁହାଯାଉଛି ।
Conclusion:ଖବର ପାଇ ଘଟଣାସ୍ଥଳକୁ ସଦର ବନକର୍ମଚାରୀ ମାନେ ପହଂଚି ହଟି ଛୁଆର ମୃତ ଦେହ ଉଦ୍ଧାର କରିଛନ୍ତି । ଡାକ୍ତରୀ ଦଳ ମାଧ୍ୟମରେ ବ୍ୟବଚ୍ଛେଦ   କରାଉ ଥିବାବେଳେ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।
ଢେଙ୍କାନାଳରୁ ଉର୍ମିଳା ପାତ୍ରଙ୍କ ରିପୋର୍ଟ। ଇଟିଭି ଭାରତ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.