ETV Bharat / state

ମଇଁଷି ଗୋଠକୁ ଘାଇଲା କଲା ଦନ୍ତା: ଗୋଟିଏ ମୃତ, ୬ ଗୁରୁତର - ଢେଙ୍କାନାଳରେ ହାତୀ ଆକ୍ରମଣ

ଢେଙ୍କାନାଳ କାମାକ୍ଷାନଗର ବନଖଣ୍ଡ ଅଞ୍ଚଳରେ ବୃଦ୍ଧି ପାଉଛି ହାତୀ ଉପଦ୍ରବ । ମଇଁଷି ଗୋଠରେ ପଶି ଆକ୍ରମଣ କଲେ ହାତୀ । ଅଧିକ ପଢନ୍ତୁ...

ମଇଁଷି ଗୋଠରେ ହାତୀ ଆକ୍ରମଣ: ଗୋଟିଏ ମଇଁଷି ମୃତ, ୬ଗୁରୁତର

author img

By

Published : Sep 7, 2021, 2:09 PM IST

ଢେଙ୍କାନାଳ: କାମାକ୍ଷାନଗର ବନଖଣ୍ଡ ପଶ୍ଚିମାଞ୍ଚଳ ରେଞ୍ଜ ଅନ୍ତର୍ଗତ ତୁମୁଁସିଙ୍ଗା ପଞ୍ଚାୟତରେ କିଛି ଦିନ ହେବ ହାତୀ ଉପଦ୍ରବ ଦେଖିବାକୁ ମିଳୁଛି । ଗତକାଲି(ସୋମବାର) ରାତିରେ ତୁମୁଶିଙ୍ଗା ଅଞ୍ଚଳରେ ଧାନ ଫସଲ ନଷ୍ଟ ସହ ମଇଁଷି ଗୋଠରେ ହାତୀପଲ ପଶି ସେମାନଙ୍କୁ ଆକ୍ରମଣ କରିଛନ୍ତି ।

ଏଥିରେ ଗୋଟିଏ ମଇଁଷିର ମୃତ୍ୟୁ ହୋଇଥିବା ବେଳେ ୬ଟି ମଇଁଷି ଗୁରୁତର ହୋଇଛନ୍ତି । ତେବେ ହାତୀ ଆକ୍ରମଣରେ ତୁମୁଁସିଙ୍ଗା ଗାଁର ସାଆନ୍ତେରା ନାୟକ ଓ ସମୀର ନାୟକଙ୍କ ମଇଁଷି ଆହତ ହେବା ସହ ପ୍ରାଣ ହରାଇଥିବା ଜଣାପଡିଛି । ସ୍ଥାନୀୟ ଅଞ୍ଚଳରେ ଗତ କିଛି ଦିନ ହେବ ରାତିରେ ହାତୀଙ୍କ ଉପଦ୍ରବ ବଢିଚାଲିଛି । ଫଳରେ ଅଞ୍ଚଳବାସୀ ଏକ ପ୍ରକାର ଭୟଭୀତ ଅବସ୍ଥାରେ ରହୁଥିବା କହିଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.