ETV Bharat / state

ଉଚ୍ଚ ଶିକ୍ଷିତଙ୍କ ଚାଷ ନିଶା, ଗୋଚର ଜମିରେ ଫଳାଇଲେ ଥାଇଲାଣ୍ଡ କୋଳି - ଉଚ୍ଚ ଶିକ୍ଷିତାରୁ ସଫଳ ଚାଷୀ

ଥାଇଲାଣ୍ଡ କୋଳି ଚାଷ କରି ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ମାଣିପୁର ଗ୍ରାମର ଉଚ୍ଚଶିକ୍ଷିତ ନିରଞ୍ଜନ ପରିଡା ପ୍ରେରଣାର ଉତ୍ସ ପାଲଟିଛନ୍ତି । ଗୋଚର ଜମିରେ ଥାଇଲାଣ୍ଡ କୋଳି ଫଳାଇ ମାଲାମାଲ ହୋଇଛନ୍ତି । ଦେଖନ୍ତୁ ଏହି ରିପୋର୍ଟ

ନିରଞ୍ଜନ ପରିଡା
ନିରଞ୍ଜନ ପରିଡା
author img

By

Published : Jan 13, 2023, 4:51 PM IST

ଗୋଚର ଜମିରେ ଫଳାଇଲେ ଥାଇଲାଣ୍ଡ କୋଳି

ଢେଙ୍କାନାଳ: ଉଚ୍ଚ ଶିକ୍ଷିତାରୁ ସଫଳ ଚାଷୀ । ଓଡିଶା ମାଟିରେ ଥାଇଲାଣ୍ଡ କୋଳି ଚାଷ କରି ମାଲାମାଲ ହେଉଛନ୍ତି ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ମାଣିପୁର ଗ୍ରାମର ଉଚ୍ଚଶିକ୍ଷିତ ନିରଞ୍ଜନ ପରିଡା । ନିଜର ନିଷ୍ଠା ଏବଂ ଏକାଗ୍ରତା ଯୋଗୁଁ ସେ ଗୋଚର ଜମିରେ ଫଳାଇ ପାରିଛନ୍ତି ରେଡ୍‌ ଆପଲ, ଗ୍ରୀନ ଆପଲ ଓ ବଲ ସୁନ୍ଦରୀ । ଏଥିରୁ ଭଲ ଦିପଇସା ଲାଭ ହେଉଥିବା ବେଳେ ଏହି ଚାଷକରି ବେଶ ଉତ୍ସାହିତ ନିରଞ୍ଜନ ।

ଗଛରେ ପେନ୍ଥାପେନ୍ଥା କୋଳି ଫଳିଥିଲା ବେଳେ କୋଳିର ଭାରରେ ନଇଁ ପଡିଛି ଗଛ । ଏହି ଲାଲ ସବୁଜ ରଙ୍ଗର କୋଳି ଦେଖିବାକୁ ଯେତିକି ମନଲୋଭା ଖାଇବା ପାଇଁ ସେତିକି ସ୍ବାଦିଷ୍ଟ । ତେବେ ଏହି ଛନଛନିଆ ଲାଲ ସବୁଜ ରଙ୍ଗର ଫଳକୁ ଦେଖିଲେ ଆଖି ଭରିଯାଉଛି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେଉଁ ଜାଗାରେ ବର୍ଷବର୍ଷ ଧରି ଟାଙ୍ଗରା ହୋଇ ପଡୁଥିଲା । ସେହି କ୍ଷେତରେ ଏବେ ଫଳୁଛି ସୁନାର ଫସଲ । ନିଜର ନିଷ୍ଠା ଓ ଏକାଗ୍ରତା ଯୋଗୁଁ ଢେଙ୍କାନାଳ ମାଟିରେ ଥାଇଲାଣ୍ଡର ଏହି କୋଳି ଫଳାଇ ନିଜକୁ ଜଣେ ସଫଳ କୋଳି ଚାଷୀ ଭାବେ ନିଆରା ପରିଚୟ ସୃଷ୍ଟି କରିଛନ୍ତି ନିରଞ୍ଜନ । ନିଜ ଗାଁରେ ପୂର୍ବରୁ ପଡିଆ ପଡିଥିବା ଏକ ଏକର ଜାଗାରେ ସେ ବର୍ତ୍ତମାନ ଥାଇଲାଣ୍ଡର କୋଳି ଚାଷ କରୁଛନ୍ତି ।

ଏନେଇ ନିରଞ୍ଜନ କହିଛନ୍ତି,"ସ୍ନାତକ ସରିବା ପରେ ଶିକ୍ଷକତା ପ୍ରଶିକ୍ଷଣ ନେଇଥିଲି । ଆମ ପରିବାରର ସମସ୍ତେ ଚାକିରିଆ ହୋଇଥିବା ବେଳେ ମୁଁ ମଧ୍ୟ ଚାକିରି କରିବା ପାଇଁ ଆଶା କରିଥିଲି । କିନ୍ତୁ କମ ଦରମା ଯୋଗୁଁ ନିରାଶ ହୋଇଯାଇଥିଲି । କୌଳିକ ପେଶା ଚାଷ କାର୍ଯ୍ୟ ଆରମ୍ଭ କରିବାକୁ ଭାବି ପ୍ରଶିକ୍ଷଣ ନେଇ ଚାଷ କାର୍ଯ୍ୟ ଆରମ୍ଭ କରିଥିଲି । ଏବେ ବାର୍ଷିକ ୫ରୁ ୬ଲକ୍ଷ ଟଙ୍କା ରୋଜଗାର । ଏହି କୋଳି ବଜାରରେ ବେଶ ଚାହିଦା ଥିବାରୁ ଭଲ ଲାଭ ମଧ୍ୟ ହେଉଛି ।"

ଏହା ମଧ୍ୟ ପଢନ୍ତୁ: BSKYର ବଢୁଛି ଲୋକପ୍ରିୟତା, ଦେୟମୁକ୍ତ ଚିକିତ୍ସାରେ ୪୧୩ ଶତକଡ଼ା ଅଭିବୃଦ୍ଧି

ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ମାଣିପୁର ଗ୍ରାମରେ ନିରଞ୍ଜନ ପରିଡା ହେଉଛନ୍ତି ଘରର ବଡ଼ ପୁଅ । ଶିକ୍ଷକତା ପାଇଁ ଟ୍ରେନିଂ ସରିବା ପରେ ଗଞ୍ଜାମ ଜିଲ୍ଲାରେ ଶିକ୍ଷା ସହାୟକ ଭାବେ କିଛି ମାସ ଶିକ୍ଷକତା କରିଥିଲେ । କିନ୍ତୁ ନିରଞ୍ଜନଙ୍କ ନିଶା ଥିଲା ଅଲଗା । ୟୁଟ୍ୟୁବ ଅନୁସନ୍ଧାନରୁ ଥାଇଲାଣ୍ଡର ଏହି କୋଳି ପ୍ରଥମେ ନିରଞ୍ଜନଙ୍କୁ ଆକୃଷ୍ଟ କରିଥିଲା । ଗୋଚର ଜମିରେ ଚାଷ କରି ଭଲ ଦିପଇସା ରୋଜଗାର କରିବା ତାଙ୍କର ଏକମାତ୍ର ଲକ୍ଷ୍ୟ ଥିଲା । ପ୍ରଥମେ କୋଲକାତାରୁ ପ୍ରଶିକ୍ଷଣ ପରେ 400 ଚାରା ଆଣି ଚାଷ ଆରମ୍ଭ କରିଥିଲେ । ଆଜିର ଦିନରେ ନିରଞ୍ଜନଙ୍କ ଏହି କୋଳି ଚାଷରେ ରୋଜଗାର ସମସ୍ତଙ୍କୁ ଚକିତ କରିଦେଇଛି ।

କହିବାକୁ ଗଲେ ଏହି କୋଳି ଚାଷ ତାଙ୍କୁ କମ ପରିଶ୍ରମ ଓ କମ ଖର୍ଚ୍ଚରେ ଖୁବ ଭଲ ଓ ଲାଭଦାୟକ ରୋଜଗାରର ପନ୍ଥା ଯୋଗାଇ ଦେଇଛି । ଯାହାକୁ ନେଇ ତାଙ୍କ ପରିବାର ଠାରୁ ଆରମ୍ଭ କରି ଗ୍ରାମବାସୀଙ୍କ ପର୍ଯ୍ୟନ୍ତ ସମସ୍ତେ ତାଙ୍କର ଏହି ନିଆରା ପ୍ରୟାସକୁ ଭୁରିଭୁରି ପ୍ରଶଂସା କରୁଛନ୍ତି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.