ETV Bharat / state

ଦୋଳ ପୂର୍ଣ୍ଣିମାର ଆଧ୍ୟାତ୍ମିକ ପରିବେଶରେ ବୁଡିଲା ଢେଙ୍କାନାଳ - ଢେଙ୍କାନାଳ

ରାଜ୍ୟରେ ଦୋଳ ପୂର୍ଣ୍ଣିମାକୁ ଢେଙ୍କାନାଳରେ ବେଶ ଧୁମଧାମରେ ପାଳନ କରାଯାଇଛି । ସେହିପରି ଢେଙ୍କାନାଳ ସହରର କୁଞ୍ଜକାନ୍ତସ୍ଥିତ ରାଧାକୃଷ୍ଣ ମନ୍ଦିରରେ ଏହପର୍ବକୁ ପରମ୍ପରାର ସହ ପାଳିଛନ୍ତି ସ୍ଥାନୀୟ ବାସିନ୍ଦା । ଅଧିକ ପଢନ୍ତୁ...

ଦୋଳ ପୂର୍ଣ୍ଣିମାର ଆଧ୍ୟାତ୍ମିକ ପରିବେଶରେ ବୁଡିଲା ଢେଙ୍କାନାଳ

author img

By

Published : Mar 10, 2020, 4:44 AM IST

ଢେଙ୍କାନାଳ: ରାଜ୍ୟରେ ଦୋଳ ପୂର୍ଣ୍ଣିମାକୁ ଢେଙ୍କାନାଳରେ ବେଶ ଧୁମଧାମରେ ପାଳନ କରାଯାଇଛି । ସେହିପରି ଢେଙ୍କାନାଳ ସହରର କୁଞ୍ଜକାନ୍ତସ୍ଥିତ ରାଧାକୃଷ୍ଣ ମନ୍ଦିରରେ ଏହପର୍ବକୁ ପରମ୍ପରାର ସହ ପାଳିଛନ୍ତି ସ୍ଥାନୀୟ ବାସିନ୍ଦା । ମନ୍ଦିରରୁ ରାଧାକୃଷ୍ଣଙ୍କ ପ୍ରତିମାକୁ ସ୍ବତନ୍ତ୍ର ବିମାନ ଯୋଗେ ମେଲଣ ମଣ୍ଡପକୁ ନିଆଯାଇଥିଲା ।

ଦୋଳ ପୂର୍ଣ୍ଣିମାର ଆଧ୍ୟାତ୍ମିକ ପରିବେଶରେ ବୁଡିଲା ଢେଙ୍କାନାଳ

ସେଠାରେ ଦୋଳିରେ ରାଧାକୃଷ୍ଣଙ୍କୁ ଝୁଲାଇବା ସହ ପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁମାନଙ୍କ ଭିଡ ଲାଗିଥିବା ଦେଖାଯାଇଥିଲା ।

ସେହିପରି ଦୋଳମଣ୍ଡପ ସାହିସ୍ଥିତ ମେଲଣ ମଣ୍ଡପ ଚଳଚଞ୍ଚଳ ହୋଇଉଠିଥିଲା । ଢେଙ୍କାନାଳର ଆରାଧ୍ୟ ବଳରାମଜୀଉଙ୍କ ମନ୍ଦିରରୁ ପ୍ରଭୁ ଦୋଳଗୋବିନ୍ଦଙ୍କୁ ସ୍ବତନ୍ତ୍ର ପାଲିଙ୍କି ଯୋଗେ ଏଠାକୁ ଅଣାଯାଇଥିଲା । ଏହି ମେଲଣ ମଣ୍ଡପରେ ଦୋଳ ଗୋବିନ୍ଦଙ୍କୁ ଦୋଳିରେ ଝୁଲାଇଥିଲେ ।

ଏହି ଅବସରରେ ପ୍ରଭୁଙ୍କୁ ବିମାନରେ ଚାଚେରି ବୁଲାଇ ସହର ପରିକ୍ରମା କରାଯାଇଥିଲା । ବିମାନ ଆଗେ ଆଗେ ଲଉଡାବାଡି ଖେଳ ସାଙ୍ଗକୁ ମହିଳା ସଂକୀର୍ତ୍ତନ ମଣ୍ଡଳୀଙ୍କ ଭଜନ କୀର୍ତ୍ତନରେ ସାରା ସହର ଏକ ଆଧ୍ୟାତ୍ମିକ ପରିବେଶରେ ବୁଡି ରହିଥିଲା ।

ଢେଙ୍କାନାଳରୁ ଉର୍ମିଳା ପାତ୍ରଙ୍କ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.