‘ଡୋକ୍ରା କାରିଗରୀ’: ବଢୁଛି ଚାହିଦା, ମିଳୁନି ରୋଜଗାରର ମାଧ୍ୟମ - ଢେଙ୍କାନାଳର ଡୋକ୍ରା କାରିଗରୀ
ଢେଙ୍କାନାଳ ସଦର ମହକୂମାଠାରୁ ମାତ୍ର 6 କିଲୋମିଟର ଦୂର ସପ୍ତଶଯ୍ୟା ପଞ୍ଚାୟତର ଛୋଟିଆ ଗାଁ ‘ସଦେଇବେରେଣୀ’ର ନାଁ ରାଜ୍ୟ ବା ଦେଶ ମଧ୍ୟରେ ସୀମିତ ହୋଇ ରହିନାହିଁ । ଏହାର କାରଣ ହେଉଛି ଗାଁର କାରିଗରମାନଙ୍କ ହାତ ତିଆରି ଡୋକ୍ରା ସାମଗ୍ରୀ ।
ଢେଙ୍କାନାଳ: ଢେଙ୍କାନାଳ ସଦର ମହକୂମାଠାରୁ ମାତ୍ର 6 କିଲୋମିଟର ଦୂର ସପ୍ତଶଯ୍ୟା ପଞ୍ଚାୟତର ଛୋଟିଆ ଗାଁ ‘ସଦେଇବେରେଣୀ’ର ନାଁ ରାଜ୍ୟ ବା ଦେଶ ମଧ୍ୟରେ ସୀମିତ ହୋଇ ରହିନାହିଁ । ଏହାର କାରଣ ହେଉଛି ଗାଁର କାରିଗରମାନଙ୍କ ହାତ ତିଆରି ଡୋକ୍ରା ସାମଗ୍ରୀ । ଯାହା ଏବେ ଦେଶ ବାହାରର ପର୍ଯ୍ୟଟକମାନଙ୍କୁ ଟାଣି ଆଣୁଛି ଗାଁର କଳା ସଂସ୍କୃତି ଦେଖିବାକୁ । ହେଲେ ସମୟ ସହ କଞ୍ଚାମାଲ ଓ ସରକାରୀ ପ୍ରୋତ୍ସାହନର ଅଭାବରୁ ନିଜ କୌଳିକ ବୃତ୍ତିକୁ ବଞ୍ଚାଇବା ଚିନ୍ତାରେ ଡୋକ୍ରା ଶିଳ୍ପୀ ।
ଗ୍ରାମର ଏହି ବସ୍ତିରେ ସିତୁଳିଆ ସଂପ୍ରଦାୟର ପ୍ରାୟ 80 ରୁ ଉର୍ଦ୍ଧ୍ବ ପରିବାର ରୁହନ୍ତି । ବାପ ଅଜା ଅମଳରୁ ନିଜର ଏହି କୌଳିକ ବୃତ୍ତିକୁ ନେଇ ଗାଁ ଗାଁ ବୁଲି ପିତ୍ତଳର ଝଳେଇ, ହାତ ତିଆରି ମାଣ, ଜାଗର, ଧୂପଦାନୀ ଆଦି ବିକ୍ରି କରୁଥିଲେ କାରିଗର । ହେଲେ କାଳକ୍ରମେ ଆଧୁନିକତା ଛାପରେ ଲୋକଙ୍କ ଚାହିଦା ନେଇ ଏବେ ପିତ୍ତଳ ହାତୀ, ଘୋଡାଠାରୁ ଆରମ୍ଭ କରି ନର୍ତ୍ତକୀ, ଆଦିବାସୀମାନଙ୍କ ଜୀବନଶୈଳୀ, ରଥ, ବିଭିନ୍ନ ମଡେଲ ଓ ଠାକୁର ମୂର୍ତ୍ତୀ ଆଦି ତିଆରି କରୁଛନ୍ତି କାରିଗର ।
ତେବେ ଏଥିପାଇଁ କଞ୍ଚାମାଲ ଭାବେ ଆବଶ୍ୟକ ମହମ, ଲାଖ ଓ ପିଚୁ ଆଦି ମହଙ୍ଗା ହେବା ସହ ବିକ୍ରିରେ ସଠିକ ମାର୍କେଟିଂରେ ପ୍ରୋତ୍ସାହନ ନଥିବାରୁ ବେପାରୀଙ୍କ ଫାନ୍ଦରେ ପଡୁଛନ୍ତି । ଫଳରେ ଅନ୍ୟ ପନ୍ଥା ନପାଇ କେବଳ କୌଳିକ ବୃତ୍ତିକୁ ବଞ୍ଚାଇବାକୁ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଥିବା ଅତି କ୍ଷୋଭର ସହ ପ୍ରକାଶ କରିଛନ୍ତି ଏହି କାରିଗର।
ଏହି ଡୋକ୍ରା କାରିଗରମାନଙ୍କ ହାତ କାରିଗରୀ ଯାଦୁର ସାରା ରାଜ୍ୟ ତଥା ଦେଶ ବିଦେଶରେ ବେଶ ଚାହିଦା ବଢି ଚାଲୁଛି । ଫଳରେ ଏହି କାରିଗରଙ୍କ ଆଗ୍ରହ ବଢି ସାମଗ୍ରୀ ତିଆରିରେ ଆଧୁନିକ ଡିଜାଇନ ଦେଖିବାକୁ ମିଳୁଛି। ଯାହାକୁ ଦେଖିବା ପାଇଁ ଜମୁଛି ପର୍ଯ୍ୟଟକଙ୍କ ଭିଡ । ଏପରିକି ଏହି ଡୋକ୍ରା କାରିଗରମାନେ ନେପାଳ, ଭୁଟାନ, ବାଙ୍ଗଲାଦେଶ, ଋଷିଆ, ଲଣ୍ଡନ ଆଦି ଦେଶକୁ ଯାଇ ନିଜ ଏହି ହସ୍ତଶିଳ୍ପର ଯାଦୁ ଦେଖାଇ ସାରିଥିବା ପ୍ରକାଶ କରନ୍ତି।
ମାତ୍ର ସରକାରୀସ୍ତରରେ ସଠିକ ପ୍ରୋତ୍ସହନ ମିଳୁନଥିବାରୁ ତାଙ୍କର ଏହି କୌଳିକ ବୃତ୍ତିକୁ ବଞ୍ଚାଇବା ନେଇ ଆଶଙ୍କା ଦେଖାଯାଇଛି । ଏପରି ସ୍ଥିତିରେ ଏହି ଡୋକ୍ରା କାରିଗରମାନଙ୍କ ମଧ୍ୟରେ ଗୋଷ୍ଠୀ ବିବାଦ ସମୟରେ ଢେଙ୍କାନାଳ ପୋଲିସ ଓ ପ୍ରଶାସନର ଖାମଖିଆଲି ମନୋବୃତ୍ତି ଏହି ଡୋକ୍ରା ଶିଳ୍ପ ପାଇଁ ଝଡ ସୃଷ୍ଟି କରିଛି। ଫଳରେ ପ୍ରାୟ 30 ପରିବାର ଗାଁ ଛାଡି ସେଠାରୁ 2 କିମି ଦୂର ନୂଆଗାଁ ଜଙ୍ଗଲରେ ବସତି ସ୍ଥାପନ କରି ଜୀବିକା ଚଳାଇଛନ୍ତି।
ତେବେ ସେ ଯାହା ହେଉ ବହୁ ବିଳମ୍ବ ହେଲେ ମଧ୍ୟ ଏହି ଡୋକ୍ରା କାରିଗରଙ୍କ ସମେତ ହସ୍ତଶିଳ୍ପୀମାନଙ୍କ ପାଇଁ ଏଠାରେ 4 ଏକର ପରିମିତ ଜାଗାରେ ସରକାରଙ୍କ ପକ୍ଷରୁ 5 କୋଟି 12 ଲକ୍ଷ ଟଙ୍କା ବ୍ୟୟରେ ଏକ କ୍ରାଫ୍ଟ ଭିଲେଜ ପ୍ରକଳ୍ପ କରାଯାଉଥିବା ପ୍ରକାଶ କରିଛନ୍ତି ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ
ଆଙ୍କର: ଢେଙ୍କାନାଳ ସଦେଇବେରେଣୀ ଗ୍ରାମର ଡୋକ୍ରା କାରିଗର ମନଙ୍କ ହାତ ତିଆରି ଡୋକ୍ରା ସାମଗ୍ରୀ ରାଜ୍ୟ ତଥା ଦେଶ ବିଦେଶରେ ବେଶ ଆଦୃତ ହେବାରେ ଲାଗିଛି। ମାତ୍ର ଯେଉଁ ସାମଗ୍ରୀକୁ ନେଇ ଦେଶ ବିଦେଶରେ ଓଡିଶା ତଥା ଢେଙ୍କାନାଳର ନାଁ ପଡୁଛି, ସେହି ଡୋକ୍ରା ହସ୍ତଶିଳ୍ପ ଏବେ ସଙ୍କଟରେ। ସରକାରଙ୍କ ପ୍ରୋତ୍ସହନର ଅଭାବ ହେଉ ବା କଞ୍ଚାମାଲର ମହଙ୍ଗା ହେଉ। ନିଜର କୌଳିକ ବୃତ୍ତିକୁ ବଞ୍ଚାଇ ରଖିବିକୁ ଏହି ଡୋକ୍ରା କାରିଗର ମାନଙ୍କ କିପରି ଦୁର୍ଦିନ ଅବସ୍ଥା ସେ ସଂପର୍କରେ ଦେଖନ୍ତୁ ସ୍ପେସାଲ୍ ରିପୋର୍ଟ।
Body:ଭିଓ-୧: ଢେଙ୍କାନାଳ ସଦର ମହକୂମା ଠାରୁ ମାତ୍ର ୬କିମି ସପ୍ତଶଯ୍ୟା ପଞ୍ଚାୟତର ଛୋଟିଆ ଗାଁ ସଦେଇବେରେଣୀର ନାଁ ରାଜ୍ୟ ବା ଦେଶ ମଧ୍ୟରେ ସୀମିତ ହୋଇ ରହିନାହିଁ। କାରଣ ଏହି ସଦେଇବେରେଣୀ ଗ୍ରାମର କାରିଗର ମାନଙ୍କ ହାତ ତିଆରି ଡୋକ୍ରା ସାମଗ୍ରୀ ଏବେ ଦେଶ ବାହାରର ପର୍ଯ୍ୟଟକ ମାନଙ୍କୁ ଟାଣି ଆଣିଥାଏ ଏହି ଗ୍ରାମକୁ । ଗ୍ରାମର ଏହି ବସ୍ତିରେ ସିତୁଳିଆ ସଂପ୍ରଦାୟର ପ୍ରାୟ ୮୦ରୁ ଉର୍ଦ୍ଧ୍ବ ପରିବାର କେଉଁ ଆବବାହନ କାଳରୁ ବାସ କରୁଛନ୍ତି। ବାପ ଅଜା ଅମଳରୁ ନିଜର ଏହି କୌଳିକ ବୃତ୍ତି ଭାବେ ଗାଁ ଗାଁ ବୁଲି ପିତଳର ଝଳେଇ,ହାତ ତିଆରି ମାଣ,ଜାଗର,ଧୂପଦାନୀ କରୁଥିଲେ। କାଳକ୍ରମେ ଆଧୁନିକତା ଛାପରେ ଲୋକଙ୍କ ଚାହିଦା ନେଇ ପିତଳର ଏହି ଡୋକ୍ରା ସାମଗ୍ରୀ ଭାବେ ହାତୀ,ଘୋଡା ଠାରୁ ଆରମ୍ଭ କରି ନର୍ତକୀ,ଆଦିବାସୀ ମାନଙ୍କ ଜୀବନଶୈଳୀ,ରଥ,ବିଭିନ୍ନ ମଡେଲ,ଠାକୁର ମୂର୍ତ୍ତୀ ଆଦି ତିଆରି କରୁଛନ୍ତି। ତେବେ ଏଥି ପାଇଁ କଞ୍ଚାମାଲ ଭାବେ ଆବଶ୍ୟକ ମହମ,ଲାଖ ଓ ପିଚୁ ଆଦି ମହଙ୍ଗା ହେବା ସହ ବିକ୍ରିରେ ସଠିକ ମାର୍କେଟିଂରେ ପ୍ରୋତ୍ସହନ ନଥିବାରୁ ବେପାରୀଙ୍କ ଫାନ୍ଦରେ ପଡୁଛନ୍ତି। ଫଳରେ ଅନ୍ୟପନ୍ଥା ନପାଇ କେବଳ କୌଳିକ ବୃତ୍ତିକୁ ବଞ୍ଚାଇବାକୁ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଥିବା ଅତି କ୍ଷୋବର ସହ ପ୍ରକାଶ କରନ୍ତି ଏହି କାରିଗର।
ବାଇଟ-୧: ଜିରା ବେହେରା,ଡୋକ୍ରା କାରିଗର,ସଦେଇବେରେଣୀ
ବାଇଟ-୨: ବାବାଜୀ ବେହେରା,ଡୋକ୍ରା ଶିଳ୍ପୀ,ସଦେଇବେରେଣୀ
ଭିଓ-୨: ଏହି ଡୋକ୍ରା କାରିଗର ମାନଙ୍କ ହାତ କାରିଗରୀର ଯାଦୁ ସାରା ରାଜ୍ୟ ତଥା ଦେଶ ବିଦେଶରେ ବେଶ ଚାହିଦା ବଢି ଚାଲୁଚି । ଫଳରେ ଏହି କାରିଗରଙ୍କ ଆଗ୍ରହ ବଢି ସାମଗ୍ରୀ ତିଆରିରେ ଆଧୁନିକ ଡିଜାଇନ ଦେଖିବାକୁ ମିଳୁଛି। ଆଉ ଦଳ ଦଳ ବିଦେଶୀ ପର୍ଯ୍ୟଟକ ମାନଙ୍କୁ ଏହି ଗାଁ କୁ ଟାଣି ଆଣୁଥିବା ଦେଖିବାକୁ ମିଳୁଛି। ଏପରିକି ଏହି ଡୋକ୍ରା କାରିଗର ମାନେ ନେପାଳ,ଭୁଟାନ,ବାଙ୍ଗଲାଦେଶ,ରୁଷିଆ,ଲଣ୍ଡନ ଆଦି ବିଦେଶକୁ ଯାଇ ତାଙ୍କ ଏହି ହସ୍ତଶିଳ୍ପର ଯାଦୁ ଦେଖାଇ ସାରିଲେଣି ବୋଲି ପ୍ରକାଶ କରନ୍ତି। ମାତ୍ର ସରକାରୀ ସ୍ତରରେ ସଠିକ ପ୍ରୋତ୍ସହନ ମିଳୁନଥିବାରୁ ତାଙ୍କର ଏହି କୌଳିକ ବୃତ୍ତିକୁ ବଞ୍ଚାଇବା ନେଇ ଆଶଙ୍କା ଦେଖାଯାଇଥିଲା।
ବାଇଟ-୩: ତ୍ରୀନାଥ ବେହେରା,ଡୋକ୍ରା ଶିଳ୍ପୀ
ଭିଓ-୩: ଏପରି ସ୍ଥିତିରେ ଏହି ଡୋକ୍ରା କାରିଗର ମାନଙ୍କ ମଧ୍ୟରେ ଗୋଷ୍ଠି ବିବାଦ ଢେଙ୍କାନାଳ ପୁଲିସ ପ୍ରଶାସନର ଖାମଖିଆଲି ମନୋବୃତି ଏହି ଡୋକ୍ରା ଶିଳ୍ପ ପାଇଁ ଝଡ ସୃଷ୍ଟି କରିଛି। ଫଳରେ ଏଠାରୁ ୩0ଟି ପରିବାର ଗାଁ ଛାଡି ସେଠାରୁ ୨କିମି ନୂଆଗାଁ ଭାବେ ଜଙ୍ଗଲରେ ବସତି ସ୍ଥାପନ କରି ଜିବିକା ଚଳାଇଛନ୍ତି। ତେବେ ସେ ଯାହା ହେଉ ବହୁ ବିଳମ୍ବ ହେଲେ ମଧ୍ୟ ଏହି ଡୋକ୍ରା କାରିଗରଙ୍କ ସମେତ ହସ୍ତଶିଳ୍ପୀ ମାନଙ୍କ ପାଇଁ ଏଠାରେ ୪ଏକର ପରିମିତ ଯାଗାରେ ସରକାରଙ୍କ ପକ୍ଷରୁ ୫କୋଟି ୧୨ଲକ୍ଷ ଟଙ୍କା ବ୍ବୟରେ ଏକ କ୍ରାଫ୍ଟ ଭିଲେଜ ପ୍ରକଳ୍ପ କରାଯାଉଥିବା ପ୍ରକାଶ କରିଛନ୍ତି ଡିଆରଡିଏର ପ୍ରକଳ୍ପ ନିର୍ଦ୍ଦେଶକ।
ବାଇଟ- ୪: ନରୋତ୍ତମ ବେହେରା,ପିଡି,ଡିଆରଡିଏ,ଢେଙ୍କାନାଳ
Conclusion:ଭିଓ-୪: ରାଜ୍ୟ ତଥା ଦେଶ ବିଦେଶରେ ଏହି ଡୋକ୍ରାର ଆକର୍ଶଣୀୟ କାରୁକାର୍ଯ୍ୟକୁ ନେଇ ବେଶ ଆଦୃତ ହେଉଥିବାବେଳେ ଏହି କାରିଗର ମାନେ ନାନା ଦୁର୍ଦିନରେ ଗତି କରୁଛନ୍ତି।
ବି.ଦ୍ର: ଏଠାରେ ରିପୋର୍ଟର ପିଟୁସି ଅଛି।