ETV Bharat / state

ପ୍ରତିଶୃତି ଦେଇ ଭୁଲିଗଲା ରୁଙ୍ଗଟା କାରଖାନା, କ୍ଷତିଗ୍ରସ୍ତଙ୍କ ପ୍ରଜାମେଳି - ରୁଙ୍ଗଟା କାରଖାନା

ଜମି ନେଇ କ୍ଷତିଗ୍ରସ୍ତଙ୍କୁ ଭୁଲିଗଲା ରୁଙ୍ଗଟା କାରଖାନା । କାରଖାନା ବିରୁଦ୍ଧରେ କ୍ଷତିଗ୍ରସ୍ତ ପ୍ରଜାଙ୍କ ମେଳି ସମିତିର ଚେତାବନୀ । ଅଧିକ ପଢ଼ନ୍ତୁ

rungta plant in dhenkanal
ରୁଙ୍ଗଟା କାରଖାନା
author img

By

Published : Jan 20, 2023, 2:09 PM IST

ପ୍ରତିଶୃତି ଦେଇ ଭୁଲିଗଲା ରୁଙ୍ଗଟା କାରଖାନା

ଢେଙ୍କାନାଳ: ରୁଙ୍ଗଟା କାରଖାନା ନେଇ ବଢୁଛି ଜନ ଅସନ୍ତୋଷ । ଢେଙ୍କାନାଳ ଜିଲ୍ଲା ଓଡ଼ପଡା ବ୍ଲକ ଅନ୍ତର୍ଗତ ତୁଳସୀଡିହ ନିକଟରେ ଗଢି ଉଠିଥିବା ରୁଙ୍ଗଟା କାରଖାନା ନିଜ ମନମାନି କରୁଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଅଞ୍ଚଳରେ ଜନ ଅସନ୍ତୋଷ ବଢ଼ିଚାଲିଛି । କାରଖାନା ବିରୁଦ୍ଧରେ ସ୍ଥାନୀୟ ଆଞ୍ଚଳିକ କ୍ଷତିଗ୍ରସ୍ତ ପ୍ରଜା ସମିତି ନେତୃତ୍ୱରେ ଆନ୍ଦୋଳନର ସୂତ୍ରପାତ ଘଟିଛି ।

2005 ମସିହାରେ ଢେଙ୍କାନାଳ ଜିଲ୍ଲା ଓଡ଼ପଡା ବ୍ଲକ ଅନ୍ତର୍ଗତ ତୁଳସୀଡିହ ନିକଟରେ ରୁଙ୍ଗଟା କାରଖାନା ତିଆରି ହୋଇଥିଲା । କୌଣସି କାରଣ ଯୋଗୁଁ 2011 ମସିହାରେ ଏହା ବନ୍ଦ ହୋଇଯାଇଥିଲା । ଏହାପରେ ପୁଣି କାର୍ଯ୍ୟ ଆରମ୍ଭ ହୋଇଥିଲା । ପରିଚାଳନାଗତ ତ୍ରୁଟି ଯୋଗୁଁ ବାରମ୍ବାର ଏଠାରେ ସମସ୍ୟା ଦେଖିବାକୁ ମିଳୁଛି । ଏହା ବିରୁଦ୍ଧରେ ଦୀର୍ଘଦିନ ଧରି କ୍ଷତିଗ୍ରସ୍ତ ଆନ୍ଦୋଳନ କରିଆସୁଛନ୍ତି । କିନ୍ତୁ କୌଣସି ସୁଫଳ ମିଳୁନଥିବା ଅଭିଯୋଗ ହୋଇଛି । ଏହି ପରିପ୍ରେକ୍ଷୀରେ ଆଞ୍ଚଳିକ କ୍ଷତିଗ୍ରସ୍ତ ପ୍ରଜା ସମିତି ନେତୃତ୍ୱରେ ଆନ୍ଦୋଳନ ପାଇଁ କ୍ଷତିଗ୍ରସ୍ତ ପ୍ରସ୍ତୁତ ହେଉଛନ୍ତି । କାରଖାନା ଯୋଗୁଁ ଜମି ହରାଇଥିବା କ୍ଷତିଗ୍ରସ୍ତ ପ୍ରଜା ଓ ସ୍ଥାନୀୟ ଅଞ୍ଚଳବାସୀଙ୍କ ଆନ୍ଦୋଳନ ପ୍ରସ୍ତୁତି ସୂଚନା ପାଇ ପୋଲିସ ପ୍ରଶାସନ ଏକ ତ୍ରିପାକ୍ଷିକ ବୈଠକ ଆୟୋଜନ କରିଛି ।

ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ଆଞ୍ଚଳିକ କ୍ଷତିଗ୍ରସ୍ତ ଲୋକେ, କାରଖାନାର ଉଚ୍ଚ ପଦାଧିକାରୀ ଓ ଜିଲ୍ଲା ପ୍ରଶାସନକୁ ନେଇ ଏହି ବୈଠକରେ କାରଖାନାର କାର୍ଯ୍ୟକଳାପର ସମୀକ୍ଷା କରାଯାଇଛି । ତେବେ ଜମି ଅଧିଗ୍ରହଣ ସମୟରେ ସ୍ଥାନୀୟ ଜମିହରା ଲୋକଙ୍କୁ ନିଯୁକ୍ତି ସାଙ୍ଗକୁ ପାରିପାର୍ଶ୍ବିକ ଉନ୍ନୟନ କରିବେ ବୋଲି କାରଖାନା ପକ୍ଷରୁ ନାନା ମିଥ୍ୟା ପ୍ରତିଶୃତି ଦେଇ ଜମି ହାତେଇ ନେଇଛନ୍ତି ବୋଲି ଅଭିଯୋଗ ହୋଇଛି । ମାତ୍ର କାରଖାନା ପ୍ରତିଷ୍ଠା ପରେ ସ୍ଥାନୀୟ ଜମିହରା ଲୋକଙ୍କ ସମସ୍ୟା ସମ୍ପର୍କରେ ଆଉ ଶୁଣୁନାହାନ୍ତି ରୁଙ୍ଗଟା କାରଖାନା କର୍ତ୍ତୃପକ୍ଷ । ସ୍ଥାନୀୟ ଅଞ୍ଚଳବାସୀଙ୍କ ଉନ୍ନୟନ ହେଉ ବା ପାରିପାର୍ଶ୍ବିକ ଉନ୍ନତି ହେଉ, ସବୁଥିରେ ରୁଙ୍ଗଟା କର୍ତ୍ତୃପକ୍ଷ ଆଖି ବୁଜି ଦେଇଥିବା କ୍ଷତିଗ୍ରସ୍ତ ଅଭିଯୋଗ କରିଛନ୍ତି ।

ସ୍ଥାନୀୟ କ୍ଷତିଗ୍ରସ୍ତ ଲୋକେ ଏବେ ଜନ ମେଳି ହୋଇ କାରଖାନା କର୍ତ୍ତୃପକ୍ଷଙ୍କୁ ଜବାବ ମାଗିଛନ୍ତି । ଫଳରେ ଆଞ୍ଚଳିକ କ୍ଷତିଗ୍ରସ୍ତ ପ୍ରଜା ସମିତି ଓ ଜିଲ୍ଲାପାଳଙ୍କ ଉପସ୍ଥିତିରେ କାରଖାନା ପକ୍ଷରୁ ଖୁବଶୀଘ୍ର ନିଯୁକ୍ତି ସମ୍ପର୍କିତ ଏକ ପୋର୍ଟାଲ ଖୋଲାଯାଇ ସ୍ଥାନୀୟ ନିଯୁକ୍ତି ଦିଗରେ ଧ୍ୟାନ ଦେବ ବୋଲି କୁହାଯାଇଛି । ଅପରପକ୍ଷରେ ସ୍ଥାନୀୟ ଅଞ୍ଚଳରେ ଶିକ୍ଷା, ଆଲୋକ, ରାସ୍ତା ଘାଟ ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ବିଭିନ୍ନ ସେବା ଓ ଉନ୍ନୟନ ମୂଳକ କାର୍ଯ୍ୟ କରିବାକୁ କାରଖାନା ପକ୍ଷରୁ ପ୍ରତିଶୃତି ଦେଇଥିବା ଜଣାପଡିଛି । ତେବେ ପ୍ରତିଶୃତି ମୁତାବକ ଖୁବଶୀଘ୍ର ସମାଧାନ ନ ହେଲେ ଭୟଙ୍କର ଆନ୍ଦୋଳନ କରାଯିବ ବୋଲି କ୍ଷତିଗ୍ରସ୍ତ ପ୍ରଜା ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.