ETV Bharat / state

ଦାବି ପୂରଣ ନହେଲେ 5T ସଚିବଙ୍କ ଗସ୍ତକୁ କରାଯିବ ବିରୋଧ: ବିସ୍ଥାପିତ ପ୍ରଜାମଞ୍ଚ

author img

By

Published : Jul 9, 2023, 10:32 PM IST

Updated : Jul 9, 2023, 10:38 PM IST

ଦାବି ପୂରଣ ନହେଲେ 5T ସଚିବଙ୍କ ପରଜଙ୍ଗ ଗସ୍ତ କାର୍ଯ୍ୟକ୍ରମ ଦୃଢ଼ ବିରୋଧ କରିବାକୁ ଚେତାବନୀ । ଅଧିକ ପଢ଼ନ୍ତୁ

5t ସଚିବଙ୍କ ପରଜଙ୍ଗ ଗସ୍ତ କାର୍ଯ୍ୟକ୍ରମ ବିରୋଧ
5T ସଚିବଙ୍କ ପରଜଙ୍ଗ ଗସ୍ତ କାର୍ଯ୍ୟକ୍ରମ ବିରୋଧ

ଢେଙ୍କାନାଳ: 5T ସଚିବ ଭିକେ ପାଣ୍ଡିଆନ ଆସନ୍ତା ୧୨ତାରିଖରେ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଗସ୍ତ କାର୍ଯ୍ୟକ୍ରମ ରହିଛି । ତେବେ ଉକ୍ତ କାର୍ଯ୍ୟକ୍ରମକୁ ଦଦରାଘାଟି ବିସ୍ଥାପିତ ପ୍ରଜାମଞ୍ଚ ବିରୋଧ କରିଛି । ଦଦରାଘାଟି ବିସ୍ଥାପିତ ପ୍ରଜାମଞ୍ଚର ଦୀର୍ଘ ଦିନର ବିଭିନ୍ନ ଦାବିଗୁଡ଼ିକ ପୂରଣ ନହେଲେ କାର୍ଯ୍ୟକ୍ରମକୁ ବିରୋଧ କରାଯିବାକୁ ଚେତାବନୀ ଦେଇଛି ମଞ୍ଚ ।

ପ୍ରେସ୍‌ମିଟ୍‌ ମାଧ୍ୟମରେ ବିସ୍ଥାପିତ ପ୍ରଜାମଞ୍ଚ ସଭାପତି ଦିଲୀପ ନାଥ କହିଛନ୍ତି, "ଆସନ୍ତା ୧୨ତାରିଖ 5T ସଚିବ ଭିକେ ପାଣ୍ଡିଆନଙ୍କ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଗସ୍ତ କାର୍ଯ୍ୟକ୍ରମ ରହିଛି । ତେବେ ଦୀର୍ଘ ଦିନ ଧରି ଦଦରାଘାଟି ବିସ୍ଥାପିତ ପ୍ରଜାମଞ୍ଚର ବିଭିନ୍ନ ମୌଳିକ ସମସ୍ୟାକୁ ନେଇ ସ୍ଥାନୀୟ ଲୋକପ୍ରତିନିଧି ଓ ଜିଲ୍ଲା ପ୍ରଶାସନଙ୍କୁ ଦାବି ଉପସ୍ଥାପନା କରିଥିଲେ ମଧ୍ୟ ଉଭୟ ଆଜି ପର୍ଯ୍ୟନ୍ତ କର୍ଣ୍ଣାପାତ କରୁନାହାନ୍ତି । ତେଣୁ ଗସ୍ତ ପୂର୍ବରୁ ଯଦି ଦାବି ପୂରଣ ପାଇଁ ପ୍ରଶାସନ କୌଣସି ବ୍ୟବସ୍ଥା କିମ୍ବା 5T ସଚିବଙ୍କୁ ଭେଟି ଦାବି ପତ୍ର ଦେବାକୁ ସୁଯୋଗ ଦିଆଯାଉ । ଯଦି ଦବି ଉପସ୍ଥାପନର ସୁଯୋଗ ନ ଦିଆଯାଏ ଶତାଧିକ ବିସ୍ଥାପିତ ପ୍ରଜା ଏକତ୍ରିତ ହୋଇ ତାଙ୍କ ଗସ୍ତଙ୍କୁ ଅଭିନବ ଉପାୟରେ ବିରୋଧ କରିବୁ ।"

ସେ ଆହୁରି ମଧ୍ୟ କହିଛନ୍ତି, "ଦୀର୍ଘ 42 ବର୍ଷ ଧରି ସରକାର ଆମକୁ ସ୍ଥାୟୀତ୍ବ ଦେବାର ପ୍ରତିଶ୍ରୁତି ଦେଇ ପ୍ରତାରଣ କରି ଆସୁଛନ୍ତି । ଘର ପଟ୍ଟା ସହ ଗୋଚର ଭୂମି, ଶ୍ମସାନ ଆଦିର ସ୍ଥାୟୀ ନକ୍ସା ପ୍ରଦାନ କରାଯାଇ ନାହିଁ । ସରକାରଙ୍କ ପାଖରେ ବାରମ୍ବାର ଦାବି କରୁ ଆସୁଥିଲେ ମଧ୍ୟ ସରକାର କର୍ଣ୍ଣପାତ କରୁ ନହାଁନ୍ତି । ତେଣୁ 5T ସଚିବ ଭିକେ ପାଣ୍ଡିଆନଙ୍କ ଢେଙ୍କାନାଳ ଗସ୍ତ ପୂର୍ବରୁ ସମସ୍ୟାର ସମାଧାନ କରିବାକୁ ଆମର ଦାବି ରହିଛି ।"

ଏହା ବି ପଢ଼ନ୍ତୁ: 5T ସଚିବଙ୍କ ସୋନପୁର ଗସ୍ତକୁ ବିରୋଧ, କାରକେଡକୁ ଅଣ୍ଡାମାଡ

ତେବେ ନିକଟରେ ସୋନପୁର ଗସ୍ତ ସମୟରେ 5ଟି ସଚିବ ଭିକେ ପାଣ୍ଡିଆନଙ୍କୁ ବିରୋଧ କରାଯାଇଥିଲା । ସୋନପୁରରେ ତାଙ୍କ ଗାଡିକୁ ଅଣ୍ଡାମାଡ କରାଯାଇଥିବା ଦେଖିବାକୁ ମିଳିଥିଲା । ସୁବର୍ଣ୍ଣପୁର କୋଟ ସମଲେଇ-ଉଲୁଣ୍ଡା ରାସ୍ତାରେ 5ଟି ସଚିବଙ୍କ କାରକେଡ ଉପରକୁ ଅଣ୍ଡାମାଡ ହୋଇଥିଲା । ପାଣ୍ଡିଆନଙ୍କ ଦିନିକିଆ ଜିଲ୍ଲା ଗସ୍ତକୁ ବିଭିନ୍ନ ସଂଗଠନ ପକ୍ଷରୁ ବିରୋଧ କରି ଅଣ୍ଡା ମାଡ଼ କରିଥିଲେ । କୋଟ ସମଲାଇ ହେଲିପ୍ୟାଡର ଅନତି ଦୂରରେ ପାଣ୍ଡିଆନଙ୍କୁ ବିରୋଧ କରିବା ପାଇଁ କିଛି ଯୁବକ ଏକତ୍ରିତ ହୋଇଥିଲେ । ପାଣ୍ଡିଆନଙ୍କ କାରକେଡ ପାତାଳୀ ଶ୍ରୀକ୍ଷେତ୍ରକୁ ଯାଉଥିବା ବେଳେ ରାସ୍ତା ପାର୍ଶ୍ବରୁ ଅଣ୍ଡାମାଡ କରିଥିବା ଦେଖିବାକୁ ମିଳିଥିଲା ।

ଇଟିଭି ଭାରତ, ତେଙ୍କାନଳ

Last Updated : Jul 9, 2023, 10:38 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.