ETV Bharat / state

ବିସ୍ଥାପିତଙ୍କ ଅଭିନବ ପ୍ରତିବାଦ: ଲଣ୍ଡା ହେଲେ, ପଟ୍ଟା ମାଗିଲେ - ପଟ୍ଟା ପ୍ରତିବାଦ

କ୍ଷତିପୂରଣ ଦାବିରେ ଅଭିନବ ଉପାୟରେ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କଲେ ବିସ୍ଥାପିତ । ଦଦରା ଘାଟି ଜଳ ପ୍ରକଳ୍ପ ପାଇଁ ବିସ୍ଥାପିତ ହୋଇଥିଲେ ଲୋକେ । ଅଧିକ ପଢ଼ନ୍ତୁ

ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଲଣ୍ଡା ହେଲେ ବିସ୍ଥାପିତ, ପଟ୍ଟା ଦେବାକୁ କଲେ ଦାବି

author img

By

Published : Nov 19, 2021, 8:29 PM IST

ଢେଙ୍କାନାଳ: କ୍ଷତିପୂରଣ ଦାବିରେ ଅଭିନବ ଉପାୟରେ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କଲେ ବିସ୍ଥାପିତ । ଦଦରା ଘାଟି ଜଳ ପ୍ରକଳ୍ପ ପାଇଁ ବିସ୍ଥାପିତ ହୋଇଥିଲେ ଲୋକେ । ଏହାକୁ ୪୨ ବର୍ଷ ବିତି ଯାଇଥିଲେ ସୁଦ୍ଧା ବିସ୍ଥାପିତଙ୍କୁ ଆଜି ଯାଏଁ କ୍ଷତିପୂରଣ ମିଳିପାରିନଥିବା ଅଭିଯୋଗ ହୋଇଛି । ଫଳରେ ତହସଲି କାର୍ଯ୍ୟାଳୟ ସମ୍ମୁଖରେ ଲଣ୍ଡା ହୋଇ ଅନଶନ କରି ଦାବି ପୂରଣ କରିବାକୁ ନେହୁରା ହୋଇଛନ୍ତି ବିସ୍ଥାପିତ ।

ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଲଣ୍ଡା ହେଲେ ବିସ୍ଥାପିତ, ପଟ୍ଟା ଦେବାକୁ କଲେ ଦାବି

୧୯୮୦ ମସିହାରେ ଦଦରା ଘାଟି ଜଳ ପ୍ରକଳ୍ପ ପାଇଁ ସ୍ଥାନୀୟ ଅଞ୍ଚଳର ୨ଶହ ପରିବାରଙ୍କୁ ବିସ୍ଥାପିତ କରାଯାଇଥିଲା । ବିସ୍ଥାପିତଙ୍କୁ ଥଇଥାନ କରାଯାଇ ୩ ଓ ୪ ନମ୍ବର କଲୋନୀରେ ଜାଗା ପ୍ରଦାନ କରାଯାଇଥିଲା । ହେଲେ ଜାଗାର ସ୍ଥାୟୀ ପଟ୍ଟା ମିଳିପାରିନାହିଁ । ଇତି ମଧ୍ୟରେ ୪୨ବର୍ଷ ବିତିଯାଇଥିଲେ ମଧ୍ୟ ସ୍ଥାୟୀ ପଟ୍ଟା ପରିଚୟ ପାଇପାରୁ ନାହାନ୍ତି । ଏଥିପାଇଁ ବିଭିନ୍ନ ସମୟରେ ସରକାରୀ ବାବୁମାନଙ୍କୁ ଗୁହାରି କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି ।

ସମସ୍ତ ଗ୍ରାମବାସୀ ସମୂହ ମୁଣ୍ଡ ଲଣ୍ଡା ହୋଇ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ନିଜର କୁଶ ପୁତ୍ତିଳିକା ମୃତଦେହ ରଖି ପଟ୍ଟା ଦେବାକୁ ଦାବି କରିଛନ୍ତି । ଗତ ୩ଦିନ ହେଲା ଏହି ବିସ୍ଥାପିତ ପରିବାରଗୁଡ଼ିକ ପଟ୍ଟା ପାଇଁ ଆମରଣ ଅନଶନ ଜାରି ରଖିଛନ୍ତି । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଅନଶନ ଜାରି ରହିବ ବୋଲି କହିଛନ୍ତି ଆନ୍ଦୋଳନକାରୀ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.