ETV Bharat / state

ବୃଦ୍ଧାଙ୍କୁ ଦୁଷ୍କର୍ମ କରି ଅଢେଇ ମାସରୁ ଫେରାର ଥିଲା ଅଭିଯୁକ୍ତ, ଆଜି ଗିରଫ

ହସ୍ପିଟାଲରେ ଭର୍ତ୍ତି ହୋଇଥିବା ନାତୁଣୀକୁ ଦେଖା କରିବାକୁ ଯାଇ ଦୁର୍ଷ୍କମର ଶିକାର ହେଲେ ବୃଦ୍ଧା । ଏନେଇ ଅଭିଯୋଗ ପରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ...

ଦୁଷ୍କର୍ମ ଅଭିଯୋଗରେ ଯୁବକଙ୍କୁ ଗିରଫ କଲା ଟାଉନଥାନା ପୋଲିସ

author img

By

Published : Jul 18, 2021, 10:32 PM IST

ଢେଙ୍କାନାଳ: ଦୁର୍ଷ୍କମକାରୀକୁ ଗିରଫ କରିଛି ପୋଲିସ । ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ନାତୁଣୀ ପାଖକୁ ଆସିଥିବା ଜଣେ ବୃଦ୍ଧାଙ୍କୁ ଡାକିନେଇ ଦୁଷ୍କର୍ମ କରାଯାଇଥିବା ଲଜ୍ୟାଜନକ ଘଟଣାର ପର୍ଦାଫାସ କରିଛି ପୋଲିସ । ଏହି ଦୁଷ୍କର୍ମ ଘଟଣାର ତଦନ୍ତ କରୁଥିବା ଟାଉନ ପୁଲିସ ଡାକ୍ତରଖାନାର ସିସିଟିଭି ଫୁଟେଜ ଯାଞ୍ଚକରି ଘଟଣାର ଅଢେଇ ମାସ ପରେ ଅଭିଯୁକ୍ତ ଯୁବକକୁ ଗିରଫ କରିବାରେ ସକ୍ଷମ ହୋଇଛି ।

ଦୁଷ୍କର୍ମ ଅଭିଯୋଗରେ ଯୁବକଙ୍କୁ ଗିରଫ କଲା ଟାଉନଥାନା ପୋଲିସ

ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି ଗୋବିନ୍ଦପୁର ଫାଣ୍ଡି ଅନ୍ତର୍ଗତ ମହୁଲପଡ଼ାରେ ଥିବା ଏକ ଶିଶୁଗୃହର କର୍ମଚାରୀ ଶିଶିର ମଲ୍ଲିକ ବୋଲି ଜଣାପଡିଛି । ସୂଚନାନୁଯାୟୀ ମହୁଲପଡାସ୍ଥିତ ଶିଶୁ ଗୃହରେ ରହୁଥିବା ନାତୁଣୀ ପାଖକୁ ଗଁନ୍ଦିଆ ଅଞ୍ଚଳର ଏହି ଦୁଷ୍କର୍ମ ପୀଡିତା ବୃଦ୍ଧା ଜଣଙ୍କ ଆସିଥିଲେ । ତେବେ ନାତୁଣୀର ଚିକିତ୍ସାପାଇଁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଖବର ପାଇ ବୃଦ୍ଧା ଜଣଙ୍କ ଡାକ୍ତରଖାନାରେ ଆସି ନାତୁଣୀ ପାଖରେ ରହିଥିଲେ । ଗତ ଏପ୍ରିଲ ୨୮ ତାରିଖ ରାତିରେ ଅଭିଯୁକ୍ତ ଶିଶିର ବୃଦ୍ଧାଙ୍କୁ ଚଞ୍ଚକତାର ସହ ଡାକି ନେଇଥିଲେ ।

ଡାକ୍ତରଖାନା ଠାରୁ ଏକ କିଲୋମିଟର ଦୂର ବାଇକରେ ନେଇ ଏକ ନିଛାଟିଆ ଜାଗାରେ ବୃଦ୍ଧାଙ୍କୁ ଦୁଷ୍କର୍ମ କରି ଛାଡି ପଲାଇଥିଲା ଶିଶିର । ପରେ ମୁର୍ମୁଷୁ ଅବସ୍ଥାରେ ବୃଦ୍ଧା ଜଣଙ୍କ ଡାକ୍ତରଖାନାକୁ ଆସିବାପରେ ଘଟଣା ପୋଲିସ ସାମ୍ନାକୁ ଆସିଥିଲା । ଫଳରେ ଡାକ୍ତରଖାନା ସିସିଟିଭି ଫୁଟେଜକୁ ଆଧାର କରି ଟାଉନ ପୁଲିସ ଘଟଣାର ତଦନ୍ତ ପରେ ଶିଶିରକୁ କାବୁ କରିବାରେ ସକ୍ଷମ ହୋଇଥିବା ନେଇ ଢେଙ୍କାନାଳ ଏସଡିପିଓ ପ୍ରକାଶ କରିଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.