ଢେଙ୍କାନାଳ: ସେବା ନାଁରେ ଶୋଷଣ । ମାତ୍ର ଦୁଇ ଟଙ୍କା ବକେୟା ପାଇଁ ରୋଗୀଙ୍କ ସମ୍ପର୍କୀୟଙ୍କୁ ଚାରି କିଲୋମିଟର ଚଲେଇଲେ ଡାକ୍ତରଖାନା କର୍ତ୍ତୃପକ୍ଷ । ଏପରି ଅଭିଯୋଗ ଆସିଛି ଢେଙ୍କାନାଳ ଜିଲ୍ଲା ସନ ହସ୍ପିଟାଲ ନାମକ ଏକ ଘରୋଇ ହସ୍ପିଟାଲରେ ।
ସୂଚନାଅନୁସାରେ, ଢେଙ୍କାନାଳ ସହର ଗୁଡ଼ିଆନାଳୀ ଅଞ୍ଚଳର ସତ୍ୟନାରାୟଣ ମିଶ୍ର ନାମକ ଜଣେ ବ୍ୟକ୍ତିଙ୍କ ଜ୍ବର ହେବାରୁ ତାଙ୍କ ପରିବାର ତାଙ୍କୁ ଗତ ଚାରି ତାରିଖରୁ ସନ୍ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ତାଙ୍କ ଚିକିତ୍ସା ବାବଦକୁ ଯେତିକି ବିଲ ହେବା କଥା ତାଠାରୁ ଅଧିକ ବିଲ ଦେଖାଇ ରୋଗୀଙ୍କଠାରୁ ହଜାର ହଜାର ଟଙ୍କା ଆଦାୟ କରିଥିବା ଅଭିଯୋଗ ହୋଇଛି । ସବୁଠୁ ଦୁଃଖଦ ଘଟଣା ହେଲା ମାତ୍ର ଦୁଇଟଙ୍କା ବକେୟା ଦର୍ଶାଇ ସତ୍ୟନାରାୟଣଙ୍କ ପରିବାରକୁ 2ଟଙ୍କା ପୈଠ କରିବାକୁ ବାଧ୍ୟ କରିଥିଲେ । ଫଳରେ ସତ୍ୟନାରାୟଣଙ୍କ ସ୍ତ୍ରୀ ଅନିତା ମାତ୍ର ଦୁଇ ଟଙ୍କା ପୈଠ କରିବାକୁ ଚାରି କିଲୋମିଟର ଚାଲିଚାଲି ଯିବାକୁ ବାଧ୍ୟ ହୋଇଥିଲେ ।
ବାରମ୍ବାର ଏହି ଡାକ୍ତରଖାନା ନାଁରେ ଏପରି ଅନେକ ଅଭିଯୋଗ ହୋଇଛି । ଡାକ୍ତଖାନା ନାଁରେ ଏହି ଅଭିଯୋଗକୁ ସମୂର୍ଣ୍ଣ ଖଣ୍ଡନ କରିଛନ୍ତି ଡାକ୍ତରଖାନା ପ୍ରଶାସନିକ କର୍ତ୍ତୃପକ୍ଷ । ଡାକ୍ତରଖାନାକୁ ମନ୍ଦିର ଓ ଡାକ୍ତରଖାନାକୁ ଦ୍ବିତୀୟ ଭଗବାନ କୁହାଯାଏ । ହେଲେ ଡାକ୍ତରଖାନାରେ ରୋଗୀଙ୍କ ପ୍ରତି ଏପରି ଅବହେଳା ଚିନ୍ତାର କାରଣ ପାଲଟିଛି । ଏ ଦିଗରେ ତଦନ୍ତ କରାଯାଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ରୋଗୀଙ୍କ ସମ୍ପର୍କୀୟ ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ