ETV Bharat / state

ଭିଣୋଇ ପ୍ରେମ ପାଇଁ ଯୋଜନାବଦ୍ଧ ଗୁଳିକାଣ୍ଡ, ଖୁଲାସା କଲା ଢେଙ୍କାନାଳ ପୋଲିସ

author img

By

Published : Nov 21, 2022, 1:03 PM IST

ସ୍ୱାମୀକୁ ହତ୍ୟା ପାଇଁ ଭିଣୋଇ ମାଧ୍ୟମରେ ଗୁଳିକାଣ୍ଡ । ଢେଙ୍କାନାଳ ଟାଟା ଷ୍ଟିଲ୍‌ ପାଚେରୀ ପାଖ ଗୁଳିକାଣ୍ଡ ଘଟଣାର ପୋଲିସ କଲା ପର୍ଦ୍ଦାଫାସ । ପତ୍ନୀ ଓ ଭିଣୋଇ ସହ ୩ଜଣ ଗିରଫ । ଅଧିକ ପଢନ୍ତୁ

ଭିଣୋଇ ପ୍ରେମ ପାଇଁ ଯୋଜନାବଦ୍ଧ ଗୁଳିକାଣ୍ଡ
ଭିଣୋଇ ପ୍ରେମ ପାଇଁ ଯୋଜନାବଦ୍ଧ ଗୁଳିକାଣ୍ଡ

ଢେଙ୍କାନାଳ: ଘାରିଥିଲା ଭିଣୋଇ ପ୍ରେମ । ଭିଣୋଇ ସହ ଅନୈତିକ ସମ୍ପର୍କକୁ ସ୍ବାମୀ ପ୍ରତିବାଦ କରିବାରୁ ଘଟାଇ ଥିଲେ ଯୋଜନାବଦ୍ଧ ଗୁଳିକାଣ୍ଡ । ଢେଙ୍କାନାଳ ଜିଲ୍ଲା କଣ୍ଟା ବଣିଆ ଥାନା ଅନ୍ତର୍ଗତ ଟାଟା ଷ୍ଟିଲ କାରଖାନା ନିକଟସ୍ଥ ତାଳ ବାହାଳୀ ଗ୍ରାମ ନିକଟରେ ଘଟିଥିଲା ଗୁଳିକାଣ୍ଡ । ସ୍ବାମୀକୁ ସବୁଦିନ ପାଇଁ ରାସ୍ତାରୁ ହଟାଇଦେବାକୁ ଭିଣୋଇ ସହ ମିଶି କରିଥିଲା ହତ୍ୟା ଉଦ୍ୟମର ସୁପର ପ୍ଲାନ । ସ୍ବାମୀ ଗୁଳିମାଡରେ ଗୁରୁତର ହୋଇ କଟକରେ ଚିକିତ୍ସିତ ହେଉଥିବାବେଳେ, ଘଟଣାର ଷଡଯନ୍ତ୍ରକାରୀ ପତ୍ନୀ ଥାନାରେ ଅଭିଯୋଗ କରି ଅତି ଚତୁରତାର ସହ ଖସି ଯିବାକୁ ଚଳାଇଥିଲା ଚେଷ୍ଠା । ମାତ୍ର ପତ୍ନୀକୁ ଘାରିଥିବା ଭିଣୋଇ ପ୍ରେମ ଏହି ଗୁଳିକାଣ୍ଡର ଗୁମର ଖୋଲି ଦେଇଛି । ମୋବାଇଲରେ ଭିଣୋଇ ସହ କଥାବାର୍ତ୍ତା ସମୟର କଲ ରେକର୍ଡ ଖୋଲି ଦେଇଛି ଗୁଳିକାଣ୍ଡର ଗୁମର ।

ଭିଣୋଇ ପ୍ରେମ ପାଇଁ ଯୋଜନାବଦ୍ଧ ଗୁଳିକାଣ୍ଡ

ସୂଚନା ଅନୁଯାୟୀ, ଟାଟା କାରଖାନାରେ ଏକ ଠିକା ସଂସ୍ଥା ଅଧୀନରେ କାମ କରୁଥିବା ବିହାର ଅଞ୍ଚଳର ରବି କୁମାର ନାମକ ଜଣେ କ୍ରେନ ଅପରେଟରଙ୍କୁ ଅତି ନିକଟରୁ ଗୁଳିମାଡ କରି କରାଯାଇଥିଲା ହତ୍ୟା ଉଦ୍ୟମ । ଏନେଇ ତାଙ୍କ ମୁଣ୍ଡରେ ଗୁଳି ବାଜିବା ସହିତ ଏବେ ସଙ୍କଟାପନ୍ନ ଅବସ୍ଥାରେ କଟକରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଜଣାପଡିଛି । ତେବେ ଏହି ଘଟଣାରେ ରବି କୁମାରଙ୍କ ପତ୍ନୀ ଶ୍ବେତା ଦେବୀଙ୍କ କଣ୍ଟାବଣିଆ ଥାନାରେ ଅଭିଯୋଗକୁ ଆଧାର କରି ପୋଲିସ ଛାନଭିନ୍‌ ଆରମ୍ଭ କରିଥିଲା । ମାତ୍ର ଏହି ଗୁଳିକାଣ୍ଡ ଘଟଣାର ଖୋଦ ରବି କୁମାରଙ୍କ ପତ୍ନୀ ମାଷ୍ଟର ମାଇଣ୍ଡ ବୋଲି ପୋଲିସ ତଦନ୍ତରୁ ଜାଣି ପାରିଥିଲା ।

ଆଉ ଶ୍ବେତା ତାର ଭିଣୋଇ ରାହୁଲ କୁମାର ସହ ଅନୈତିକ ସମ୍ପର୍କ ଥିବା ସହ ମୋବାଇଲ କଲ ରେକର୍ଡ ଯାଞ୍ଚରୁ ଉଭୟଙ୍କ ପ୍ରେମ ସମ୍ପର୍କ ହିଁ ଗୁଳିକାଣ୍ଡର ପ୍ରକୃତ ଗୁମର ବୋଲି ଜଣାପଡିଥିଲା । ଫଳରେ ପୋଲିସ ଗୁଳିକାଣ୍ଡର ଶିକାର ରବି କୁମାରଙ୍କ ପତ୍ନୀ ଶ୍ବେତା ଦେବୀ, ତାଙ୍କ ଭିଣୋଇ ରାହୁଲ କୁମାର ଓ ତାଙ୍କୁ ସହଯୋଗ କରିଥିବା ଗୌତମ କୁମାର ଏପରି ୩ ଜଣଙ୍କୁ ଗିରଫ କରିଛି । ସମସ୍ତଙ୍କ ଘର ବିହାର ଅଞ୍ଚଳରେ ଥିବା ବେଳେ ଏମାନେ ସମସ୍ତେ ଟାଟା କାରଖାନାରେ ଏକ ଠିକା ସଂସ୍ଥାର କର୍ମଚାରୀ ଓ ତାଳ ବାହାଳୀ ଗ୍ରାମରେ ରହୁଥିଲେ ।

ଶ୍ବେତାଙ୍କ ସହ ତାଙ୍କ ଭିଣୋଇ ରାହୁଲ କୁମାରର ପ୍ରେମ ଓ ଅନୈତିକ ସମ୍ପର୍କ ହିଁ ଏହି ଗୁଳିକାଣ୍ଡର କାରଣ ବୋଲି ଜଣାପଡିଛି । ଯେହେତୁ ଏହି ପ୍ରେମ ସମ୍ପର୍କ ଜାଣିପାରି ରବି କୁମାର ନିଜ ପତ୍ନୀକୁ ତାଗିଦ କରୁଥିଲେ । ଫଳରେ ସ୍ବାମୀଙ୍କୁ ସବୁଦିନ ପାଇଁ ନିଜ ରାସ୍ତାରୁ ହଟାଇ ନିଜର ଭିଣୋଇ ପ୍ରେମକୁ ମଜଭୁତ କରିବାକୁ ଏପରି ହତ୍ୟା ଉଦ୍ୟମ ରଚିଥିବା ପୋଲିସ ତଦନ୍ତରୁ ଜଣାପଡିଛି । ତେବେ ଘଟଣା ଦିନ ରବି କୁମାର କାରଖାନାରୁ କାମ ସାରି ଘରକୁ ଚାଲି ଚାଲି ଯାଉଥିବାବେଳେ, ରାହୁଲ କୁମାର ଅତି ନିକଟରୁ ଗୁଳି କରିଥିବା ପୋଲିସ ତଦନ୍ତରୁ ଜଣାପଡିଛି । ଏ ସମ୍ପର୍କରେ ଆଜି ଢେଙ୍କାନାଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏକ ପ୍ରେସମିଟ୍‌ରେ ଗୁଳିକାଣ୍ଡର ରହସ୍ୟ ସମ୍ପର୍କରେ ପ୍ରକାଶ କରିଛନ୍ତି ।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.