ଢେଙ୍କାନାଳ: ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ବରାଳଙ୍କର ଅକାଳ ବିୟୋଗ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୬ ବର୍ଷ ହୋଇଥିଲା ।
ରବିବାର ସକାଳେ ପ୍ରମୋଦ କୁମାର ତାଙ୍କ ଛାତିରେ ଅସହ୍ୟ ଯନ୍ତ୍ରଣା ଅନୁଭବ କରିଥିଲେ ଫଳରେ ତାଙ୍କୁ ଭୁବନ ଡାକ୍ତରଖାନାରେ ଭର୍ତ୍ତି କରଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ 56ବର୍ଷ ବୟସ ହୋଇଥିବା ସୂଚନା ମିଳିଛି । କୋଭିଡ-19 ପାଇଁ ଭୁବନ ଭୁବନ ଏନଏସିରେ ଲୋକମାନଙ୍କୁ ସଚେତନତା କରିବାରେ ସେ ମୁଖ୍ୟ ଭୁମିକା ଗ୍ରହଣ କରିଥିଲେ ଶ୍ରୀଯୁକ୍ତ ବରାଳ । ୨୦୧୭ ମସିହା ଜୁନ ମାସରେ ଭୁବନ ଏନଏସିରେ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବରେ କାର୍ଯ୍ୟଭାର ନେଇଥିଲେ ପ୍ରମୋଦ କୁମାର ବରାଳ । ମୃତ୍ୟୁ ପରେ ତାଙ୍କ ପାର୍ଥିବ ଶରୀରକୁ ତାଙ୍କ ଜନ୍ମମାଟି କଟକ ଜିଲ୍ଲା କିସୁନପୁର ସ୍ଥିତ ଚାନ୍ଦୋଳ ଗାଁକୁ ନିଆଯାଇ ଶେଷକୃତ୍ୟ ସମ୍ପର୍ଣ୍ଣ କରାଯାଇଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ