ETV Bharat / state

ଢେଙ୍କାନାଳ ପୌରାଞ୍ଚଳକୁ ଚାରିଦିନ ସଟଡାଉନ କଲା ଜିଲ୍ଲା ପ୍ରଶାସନ - ଢେଙ୍କାନାଳ ପୌରାଞ୍ଚଳକୁ ଚାରିଦିନ ସଟଡାଉନ କଲା ଜିଲ୍ଲା ପ୍ରଶାସନ

ଢେଙ୍କାନାଳ ପୌରାଞ୍ଚଳକୁ ଚାରିଦିନ ସଟଡାଉନ କଲା ଜିଲ୍ଲା ପ୍ରଶାସନ । କ୍ରମାଗତ ଭାବରେ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଢେଙ୍କାନାଳ ପୌରାଞ୍ଚଳ ଦୁଇଦିନ ଅଧିକ ସଟଡାଉନ ବୃଦ୍ଧି କରିଛନ୍ତି । ଅଧିକ ପଢନ୍ତୁ...

ଢେଙ୍କାନାଳ ପୌରାଞ୍ଚଳକୁ ଚାରିଦିନ ସଟଡାଉନ କଲା ଜିଲ୍ଲା ପ୍ରଶାସନ

author img

By

Published : Aug 26, 2020, 5:15 PM IST

ଢେଙ୍କାନାଳ: ପୌରାଞ୍ଚଳକୁ ୨୭ ଓ ୨୮ ତାରିଖ ସଟଡାଉନ ଘୋଷଣା କଲେ ଜିଲ୍ଲାପାଳ । ପୂର୍ବରୁ ଜିଲ୍ଲାରେ ଶନିବାର ଓ ରବିବାର ଜାରି ରହିଛି ସାପ୍ତାହିକ ସଟଡାଉନ । ଫଳରେ ଆସନ୍ତା ଚାରିଦିନ ଧରି ସଟଡାଉନ ରହିବ ଢେଙ୍କାନାଳ ପୌରାଞ୍ଚଳ ।

ଢେଙ୍କାନାଳ ଜିଲ୍ଲାରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ଗତ କିଛି ଦିନ ହେଲା ହୁ ହୁ ହୋଇ ବଢି ଚାଲିଛି । ଜିଲ୍ଲାରେ ସଂକ୍ରମିତ ସଂଖ୍ୟା ୧୨୯୬ ହୋଇ ସାରିଲାଣି । ବିଶେଷ କରି ଜିଲ୍ଲାର ଭୁବନ, ଗଁନ୍ଦିଆ ଓ ଓଡ଼ପଡା ବ୍ଲକ କୋରୋନା ହଟସ୍ପଟ ପାଲଟିଛି । ଫଳରେ ଜିଲ୍ଲାରେ ପ୍ରତି ସପ୍ତାହର ପ୍ରତ୍ୟେକ ଶନିବାର ଓ ରବିବାର ସାପ୍ତାହିକ ସଟଡାଉନ ଜାରି ରହିବା ସହ ଦିନ ୨ଟା ପରଠାରୁ ସଟ ଡାଉନ ଜାରି ରହିଛି । ଏପରିସ୍ଥଳେ ଏବେ ଢେଙ୍କାନାଳ ପୌରାଞ୍ଚଳରେ ସଂକ୍ରମଣ ବଢୁଛି । ଏହାକୁ ଆଖି ଆଗରେ ରଖି ବୁଧବାର ଢେଙ୍କାନାଳ ଜିଲ୍ଲାପାଳ ଭୁମେଶ ଚନ୍ଦ୍ର ବେହେରା ୨୭ ତାରିଖରୁ ଗୁରୁବାର ଓ ଶୁକ୍ରବାର ଦୁଇଦିନ ପୌରାଞ୍ଚଳକୁ ସଟଡାଉନ ଘୋଷଣା କରିଛନ୍ତି । ଫଳରେ ଆସନ୍ତାକାଲି ଠାରୁ ଚାରି ଦିନ ଧରି ଢେଙ୍କାନାଳ ପୌରାଞ୍ଚଳ ସଟଡାଉନ ରହିବ । ତେବେ ଆଜି ପୌର କର୍ତ୍ତୃପକ୍ଷଙ୍କ ପକ୍ଷରୁ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ପୌରାଞ୍ଚଳରେ ଘୋଷଣା କରିବା ପରେ ଅଚାନକ ଏହି ଘୋଷଣା ନେଇ ସହରବାସୀଙ୍କ ମହଲରେ ବେଶ ଆଲୋଡନ ସୃଷ୍ଟି କରିଛି ।

ଢେଙ୍କାନାଳ ପୌରାଞ୍ଚଳକୁ ଚାରିଦିନ ସଟଡାଉନ କଲା ଜିଲ୍ଲା ପ୍ରଶାସନ

ଜିଲ୍ଲା ପ୍ରଶାସନ ଗଣମାଧ୍ୟମ ମାଧ୍ୟମରେ ପୂର୍ବରୁ ଘୋଷଣା ନକରି ଅଚାନକ ଏପରି ସୂଚନା ନେଇ ବଜାରରେ ସାମଗ୍ରୀ ପାଇଁ ଭିଡ଼ ପରିଲକ୍ଷିତ ହୋଇଛି । ଏପରିକି ପରିବା ବେପାରୀ ଓ ଦୋକାନୀମାନେ ପ୍ରସ୍ତୁତ ନଥିବାରୁ ପରିବା ବଜ଼ାରରେ ପରିବା ସରିଯାଇଛି । ଯାହାକୁ ନେଇ ଲୋକମାନେ ହନ୍ତସନ୍ତ ହେଉଛନ୍ତି । ଜିଲ୍ଲାପାଳ ଲୋକମାନଙ୍କ ଅଧିକାର ପ୍ରତି କୁଠାର ଘାତ କରିଛନ୍ତି ବୋଲି ସାମାଜିକ କର୍ମୀ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.