ETV Bharat / state

୯ ମାସ ପରେ ଚଳଞ୍ଚଳ କପିଳାସ, ଆଜିଠୁ ସର୍ବସାଧାରଣ ଦର୍ଶନ - dhenkanal temple reopen

ଖୋଲିଲା ରାଜ୍ୟର ପ୍ରସିଦ୍ଧ ଶୈବପୀଠ କପିଳାସ । ଜିଲ୍ଲା ତଥା ଜିଲ୍ଲା ବାହାରୁ ଛୁଟିଛି ଶହ ଶହ ଶ୍ରଦ୍ଧାଳୁଙ୍କ ଭିଡ । ଅଧିକ ପଢନ୍ତୁ...

୯ମାସ ପରେ ଚଳଞ୍ଚଳ କପିଳାସ, ଆଜିଠୁ ସର୍ବସାଧାରଣ ଦର୍ଶନ

author img

By

Published : Jan 21, 2021, 9:16 PM IST

ଢେଙ୍କାନାଳ: ଦୀର୍ଘ ୯ ମାସର କୋଭିଡ କଟକଣା ପରେ ଆଜି ଠାରୁ ଢେଙ୍କାନାଳ ଜିଲ୍ଲାରେ ସମସ୍ତ ସର୍ବସାଧାରଣ ଦର୍ଶନ ପାଇଁ ମନ୍ଦିର ଖୋଲାଯାଇଛି । ଫଳରେ ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଢେଙ୍କାନାଳର କପିଳାସ ବେଶ୍ ଚଳଚଞ୍ଚଳ ହୋଇଉଠିଛି । ଗୁରୁବାର ସକାଳୁ ସକାଳୁ ଏହି ପୀଠକୁ ଜିଲ୍ଲା ତଥା ଜିଲ୍ଲା ବାହାରୁ ଶହ ଶହ ସଂଖ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଛି । ଦୀର୍ଘ ମାସର କଟକଣା କୋହଳ ପରେ ପ୍ରଭୁ ଚନ୍ଦ୍ର ଶେଖରଙ୍କ ଦର୍ଶନ ଟିକିଏ ପାଇଁ ବ୍ୟାକୁଳ ଶ୍ରଦ୍ଧାଳୁମାନେ ମନ ଭରି ପ୍ରଭୁଙ୍କୁ ଦର୍ଶନ କରିଥିବା ପ୍ରକାଶ କରିଛନ୍ତି ।

୯ମାସ ପରେ ଚଳଞ୍ଚଳ କପିଳାସ, ଆଜିଠୁ ସର୍ବସାଧାରଣ ଦର୍ଶନ

ପୀଠର ଉଭୟ ବାରବାଙ୍କ ଓ ପାହାଚ ରାସ୍ତା ଶ୍ରଦ୍ଧାଳୁଙ୍କ ଆଗମନରେ ଲୋକରଣ୍ୟ ହୋଇପଡିଛି । ଦୀର୍ଘ ମାସ ଧରି ଖାଁ ଖାଁ ହୋଇ ରହିଥିବା ଏହି ପୀଠ ଭକ୍ତମାନଙ୍କ ଗହଣରେ ପୁରି ଉଠିଥିବା ଦେଖାଯାଇଛି । ତେବେ ପୀଠକୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କ ପାଇଁ କୋଭିଡ ରିପୋର୍ଟ ବାଧ୍ୟତାମୂଳକ ହୋଇନଥିଲେ ମଧ୍ୟ ସେମାନଙ୍କୁ ମାସ୍କ, ସାନିଟାଇଜ ଓ ସାମାଜିକ ଦୂରତା ଉପରେ ଯତ୍ନବାନ ପାଇଁ ଦେବୋତ୍ତର ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ଏହାସହ ଶ୍ରଦ୍ଧାଳୁମାନେ କିପରି ସୁରୁଖୁରୁରେ ଦର୍ଶନ କରିବେ ସେଥିପାଇଁ ସେବାୟତମାନେ ମଧ୍ୟ ତତ୍ପର ହୋଇଛନ୍ତି । କହିବାକୁ ଗଲେ ଦୀର୍ଘ ନଅ ମାସର ବ୍ୟବଧାନ ପରେ ସାଧାରଣ ଲୋକଙ୍କୁ ଦର୍ଶନ ପାଇଁ ଆଜିଠାରୁ ସୁଯୋଗ ମିଳିଥିବାରୁ ଶ୍ରଦ୍ଧାଳୁଙ୍କ ଠାରୁ ଆରମ୍ଭ କରି ମନ୍ଦିର ସେବାୟତଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ମନରେ ଖୁସିର ଲହରୀ ଖେଳି ଯାଇଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.