ETV Bharat / state

ଢେଙ୍କାନାଳରେ ସାପ୍ତାହିକ 2 ଦିନିଆ ସଟଡାଉନର ଶେଷ ସପ୍ତାହ - ଢେଙ୍କାନାଳ ଖବର

ମହାମାରୀ କୋରୋନା ସଂକ୍ରମଣ ରୋକିବା ପାଇଁ ଚଳିତ ମାସ ପ୍ରଥମ ସପ୍ତାହରୁ ଢେଙ୍କାନାଳରେ ସାପ୍ତାହିକ 2 ଦିନିଆ ସଟଡାଉନ ଘୋଷଣା କରିଥିଲା ଜିଲ୍ଲା ପ୍ରଶାସନ । ଆଜିର ସାପ୍ତାହିକ ସଟଡାଉନ ହେଉଛି ଅନ୍ତିମ ଶନିବାର । ଅଧିକ ପଢନ୍ତୁ...

Dhenkanal is the last week of the 2-day weekly shutdown
ଢେଙ୍କାନାଳରେ ସାପ୍ତାହିକ 2 ଦିନିଆ ସଟଡାଉନର ଶେଷ ସପ୍ତାହ
author img

By

Published : Jul 25, 2020, 5:33 PM IST

ଢେଙ୍କାନାଳ: ମହାମାରୀ କୋରୋନା ସଂକ୍ରମଣ ରୋକିବା ପାଇଁ ଚଳିତ ମାସ ପ୍ରଥମ ସପ୍ତାହରୁ ସାପ୍ତାହିକ 2 ଦିନିଆ ସଟଡାଉନ ଘୋଷଣା କରିଥିଲା ଜିଲ୍ଲା ପ୍ରଶାସନ । ଏହି ପରିପ୍ରେକ୍ଷୀରେ ସପ୍ତାହର ଶନିବାର ଓ ରବିବାର 2 ଦିନ ସଟଡାଉନ ଲାଗୁ ହେଉଥିଲା । ଜିଲ୍ଲାରେ ଆଜି ସାପ୍ତାହିକ ସଟଡାଉନ ଜାରି ହୋଇଛି । ଆଜିର ସାପ୍ତାହିକ ସଟଡାଉନ ହେଉଛି ଅନ୍ତିମ ଶନିବାର । ଆଗକୁ ଏହି ସପ୍ତାହନ୍ତ ସଟଡାଉନ ଅବଧି ବୃଦ୍ଧି ପାଇବ କି ନାହିଁ ତାହା ପ୍ରଶାସନ ପରେ ନିଷ୍ପତ୍ତି ନେବ ।

ଢେଙ୍କାନାଳରେ ସାପ୍ତାହିକ 2 ଦିନିଆ ସଟଡାଉନର ଶେଷ ସପ୍ତାହ

ତେବେ ଆଜିର ଏହି ସଟଡାଉନ ଯୋଗୁଁ ଢେଙ୍କାନାଳ ସହରର ସମସ୍ତ ଦୋକାନ ବଜ଼ାର ସମ୍ପୂର୍ଣ୍ଣ ବନ୍ଦ ଥିବା ଦେଖିବାକୁ ମିଳିଛି । କେବଳ କିଛି ଅମାନିଆ ଓ ଔଷଧ ଦୋକାନକୁ ଛାଡି ଦେଲେ ସାରା ବଜାର ଖାଁ ଖାଁ ହୋଇଯାଇଛି । ଗାଡି ମଟର ଚଳାଚଳ ଠପ୍ ହୋଇଯାଇଛି । ହେଲେ ଜିଲ୍ଲାର ଅମାନିଆମାନଙ୍କ ଉପରେ ଟିକିଏ କଟକଣା କଡାକଡି କରିବାକୁ ସ୍ଥାନୀୟବାସିନ୍ଦା ପ୍ରତିକ୍ରିୟା ରଖିଛନ୍ତି ।

ପ୍ରକାଶ ଥାଉ କି, ଜିଲ୍ଲାରେ ଏଯାବତ୍ 152 ଜଣ କୋରୋନା ପଜିିଟିଭ ଚିହ୍ନଟ ହୋଇଥିବାବେଳେ 102 ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏଥିସହ 50ଟି ମାମଲା ସକ୍ରିୟ ରହିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.