ETV Bharat / state

ପ୍ରମୁଖ ସଚିବ ପଦରୁ ବିଦା ହେଲେ ବିଷ୍ଣୁପଦ, ଆଜି ହୋଇପାରନ୍ତି CBI ରେ ହାଜର - BISHNUPADA SETHI

ଟେଣ୍ଡର ଫିକ୍ସିଂ ମାମଲାରେ IAS ବିଷ୍ଣୁପଦ ସେଠୀ ତିନି ପଦବୀରୁ ବିଦା । ଆଜି ହୋଇପାରନ୍ତି ଜେରା । ପୂର୍ବରୁ ଜେରା ହୋଇସାରିଛନ୍ତି ଡ୍ରାଇଭର ।

Bishnupada Sethi
Bishnupada Sethi (Etv Bharat)
author img

By ETV Bharat Odisha Team

Published : Dec 17, 2024, 8:45 PM IST

Updated : Dec 18, 2024, 9:21 AM IST

ଭୁବନେଶ୍ୱର: ସଚିବ ପଦରୁ ବିଦା ହେଲେ ଟେଣ୍ଡର ଫିକ୍ସିଂ ମାମଲାରେ ବିବାଦୀୟ ହୋଇପଡିଥିବା IAS ବିଷ୍ଣୁପଦ ସେଠୀ । ୩ଟି ବିଭାଗର ସଚିବ ଦାୟିତ୍ୱରେ ଥିବା ଏହି ବରିଷ୍ଠ ଆଇଏଏସ ବିଷ୍ଣୁପଦ ସେଠୀଙ୍କୁ ଏବେ କେବଳ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗର OSD ଭାବେ ନିଯୁକ୍ତ ଦିଆଯାଇଛି । ଟେଣ୍ଡର ଫିକ୍ସିଂ ପାଇଁ ଲକ୍ଷ ଲକ୍ଷ ଟଙ୍କା ଠକେଇ ମାମଲାରେ ଛନ୍ଦି ହୋଇ ସିବିଆଇ ସ୍କାନରରେ ଅଛନ୍ତି ବିଷ୍ଣୁପଦ ।

  • ଆଜି ହୋଇପାରନ୍ତି ହାଜର

ବିଷ୍ଣୁପଦଙ୍କୁ ପୂର୍ବରୁ ‘ସିବିଆଇ’ ୨ ଥର ସମନ ମଧ୍ୟ ଜାରି କରିଛି । ହେଲେ ସେ ତଦନ୍ତକାରୀ ସଂସ୍ଥା ନିକଟରେ ହାଜର ହୋଇନାହାନ୍ତି । ଆଜି ସେ ହାଜର ହେବା ସମ୍ଭାବନା ରହିଠି । ଏହା ପୂର୍ବରୁ ବିଷ୍ଣୁପଦଙ୍କ ଡ୍ରାଇଭରଙ୍କୁ ‘ସିବିଆଇ’ ଝାଳବୁହା ଜେରା କରିସାରିଛି । ଅନ୍ୟପଟେ ଟେଣ୍ଡର ଫିକ୍ସିଂ ବା ଲାଞ୍ଚ କାରବାର ମାମଲାରେ କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ କମ୍ପାନୀ ‘ବ୍ରିଜ ଆଣ୍ଡ ରୁଫ’ର ଜେନେରାଲ ମ୍ୟାନେଜର ଭୂପେନ୍ଦ୍ର କୁମାର ସିଂଙ୍କୁ ଗତକାଲି (ମଙ୍ଗଳବାର) ସିବିଆଇ ଜେରା କରିଛି । ଭୂପେନ୍ଦ୍ର ବିଷ୍ଣୁପଦଙ୍କୁ ସାକ୍ଷାତ କରିବା ପାଇଁ ଚିଠି ଲେଖିଥିଲେ । ଯାହା ପ୍ରଘଟ ହେବା ପରେ ଉଭୟ ବିଷ୍ଣୁପଦ ଓ ଭୂପେନ୍ଦ୍ରଙ୍କ ସମ୍ପୃକ୍ତି ସିଧା ସନ୍ଦେହଘେରକୁ ଆସିଛି ।

ଟେଣ୍ଡର ଫିକ୍ସିଂ ମାମଲା (ETV Bharat Odisha)
  • ସଚିବ ପଦରୁ ବିଦା ହେଲେ ବିଷ୍ଣୁପଦ:

ସାମାଜିକ ନିରାପତ୍ତା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଅନୁସୂଚିତ ଜାତି ଓ ଜନଜାତି ବିକାଶ ବିଭାଗର ସଚିବ ଦାୟିତ୍ୱରେ ଥିଲେ ବିଷ୍ଣୁପଦ । ଭିନ୍ନକ୍ଷମ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ଓ SC-ST ବିକାଶର ସଚିବ ଥିଲେ ବିଷ୍ଣୁପଦ ସେଠୀ । ତାଙ୍କୁ ପଦରୁ ହଟାଇ ବର୍ତ୍ତମାନ ଅନୁସୂଚିତ ଜାତି ଓ ଜନଜାତି ବିକାଶ ବିଭାଗର ସଚିବ ଭାବେ ସଞ୍ଜୀବ କୁମାର ମିଶ୍ରଙ୍କୁ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର । କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ ତାଙ୍କୁ ବିଷ୍ଣୁପଦଙ୍କ ସ୍ଥାନରେ ତାଙ୍କୁ ନିଯୁକ୍ତ କରାଯାଇଛି।

  • ଲାଞ୍ଚ କାରବାର ମାମଲାରେ ଛନ୍ଦି ହୋଇଛନ୍ତି ବିଷ୍ଣୁପଦ:

କଣ୍ଟ୍ରାକ୍ଟରଙ୍କଠୁ 10 ଲକ୍ଷ ଟଙ୍କା ଲାଞ୍ଚ କାରବାର ମାମଲାରେ ଅଡୁଆରେ ଆଇଏଏସ ବିଷ୍ଣୁପଦ ସେଠୀ ଲିଙ୍କ ଥିବା ସନ୍ଦେହ କରୁଛି CBI । ଏହି ମାମଲାରେ ପଚରାଉଚରା କରିବା ତାଙ୍କୁ ସିବିଆଇ ୨ ଥର ସମନ ପଠାଇ ସାରିଥିଲେ ମଧ୍ୟ ସେ ଏଯାଏ ସିବିଆଇ ନିକଟରେ ହାଜର ହୋଇନାହାନ୍ତି । ଏହି ମାମଲାରେ ତାଙ୍କ ଡ୍ରାଇଭରଙ୍କୁ ଜେରା କରିସାରିଛି ସିବିଆଇ । କମ୍ପାନୀର ଜିଜିଏମ ଚଞ୍ଚଳ ମୁଖାର୍ଜୀଙ୍କ ଆକାଉଣ୍ଟରୁ ଡ୍ରାଇଭରଙ୍କ ଆକାଉଣ୍ଟକୁ କିଛି ଟଙ୍କା କାରବାର ହୋଇଥିବା ସୁରାକ ପାଇଥିଲା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ।

BISHNUPADA SETHI
BISHNUPADA SETHI (ETV Bharat Odisha)
  • କମ୍ପାନୀର ଜେନେରାଲ ମ୍ୟାନେଜରଙ୍କୁ ଜେରା:

ଟେଣ୍ଡର ଫିକ୍ସିଂ ନେଇ ଲାଞ୍ଚ କାରବାର ମାମଲାରେ କମ୍ପାନୀର ଜେନେରାଲ ମ୍ୟାନେଜର ଚଞ୍ଚଲ ମୁଖାର୍ଜୀଙ୍କ ଗିରଫ ପରେ ଏବେ ପାଳି ପଡ଼ିଛି ଜେନେରାଲ ମ୍ୟାନେଜର ଭୁପେନ୍ଦ୍ର କୁମାର ସିଂ। କମ୍ପାନୀ ଆକାଉଣ୍ଟାଣ୍ଟ ଓ ଅନ୍ୟ ଜଣେ କର୍ମଚାରୀଙ୍କୁ ମଧ୍ୟ ଜେରା କରିଛି ସିବିଆଇ । କମ୍ପାନୀ ଆକାଉଣ୍ଟାଣ୍ଟ କହିଛନ୍ତି, ମୋତେ ପେମେଣ୍ଟ ବିଷୟରେ ଯାହା ପଚରାଯାଇଛି ମୁଁ ଉତ୍ତର ଦେଇଛି ।"

  • ୬ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ପଚରାଉଚରା:

ଆଜି ଦିନ ୧ଟାରେ ସିବିଆଇ ଅଫିସରେ ପହଞ୍ଚିଥିଲେ ଭୁପେନ୍ଦ୍ର କୁମାର ସିଂ । ସିବିଆଇ ପକ୍ଷରୁ ଜାରି ନୋଟିସ ଆଧାରରେ ହାଜର ହୋଇ ପକ୍ଷ ରଖିଥିଲେ ଭୁପେନ୍ଦ୍ର ସିଂ । ଦୀର୍ଘ ସାଢେ 6 ଘଣ୍ଟାର ସିବିଆଇ ମାରାଥନ୍ ଜେରା ପରେ ସିବିଆଇ କାର୍ଯ୍ୟାଳୟରୁ ବାହାରିଥିଲେ ।

ଟେଣ୍ଡର ଫିକ୍ସିଂ ମାମଲା

ଏହାମଧ୍ୟ ପଢନ୍ତୁ...

ଜେଲ ଗଲେ ତିନି ଅଭିଯୁକ୍ତ, ସରୁଛି IAS ବିଷ୍ଣୁପଦଙ୍କ ସମନ ଘଡ଼ି

CBI ସ୍କାନରରେ IAS ବିଷ୍ଣୁପଦ ସେଠୀ, ଡ୍ରାଇଭରଙ୍କୁ 3 ଘଣ୍ଟା ଜେରା

ସିବିଆଇ ହାତରେ ଲାଗିଥିବା ତଥ୍ୟ ଆଧାରରେ ଗତ ୪ତାରିଖରେ ଆଇଏଏସ ବିଷ୍ଣୁପଦ ସେଠୀଙ୍କୁ ଭେଟିବା ପାଇଁ ଭୂପେନ୍ଦ୍ର ସିଂ ଓ ଚଞ୍ଚଲ ମୁଖାର୍ଜୀ ଅନୁରୋଧ କରିଥିଲେ । ଯାହାର ଏକ ଚିଠି ‘ସିବିଆଇ’ ହାତରେ ଲାଗିଛି । ତେବେ ୪ ତାରିଖରେ ବିଷ୍ଣୁପଦଙ୍କ ସହ ସେମାନଙ୍କର ସାକ୍ଷାତ ହୋଇଥିଲା କି ନାହିଁ ସେନେଇ ଜଣା ପଡିନାହିଁ । ଅନ୍ୟପଟେ ୭ ତାରିଖ ଦିନ ରାଜଧାନୀ ଭୁବନେଶ୍ବରର ଏକ ତାରକା ହୋଟେଲ ସାମ୍ନାରୁ ଚଞ୍ଚଲ ମୁଖାର୍ଜୀ ୨ ଜଣ ବଡ ଠିକାଦାରଙ୍କ ସହ ଧରାପଡିଥିଲେ ଓ ସେମାନଙ୍କ ନିକଟରୁ ଲକ୍ଷାଧିକ ଟଙ୍କା ମଧ୍ୟ ଜବତ ହୋଇଥିଲା । ଏବେ ଏହି ତିନିଜଣ ଗିରଫ ହୋଇସାରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ୱର

Last Updated : Dec 18, 2024, 9:21 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.