ETV Bharat / state

ଦେଶର ନାଁ ରୋଶନ କଲେ ରଶ୍ମି, ଚନ୍ଦ୍ରଯାନ-3ରେ କାମ କରି ଗୌରବ ଆଣିଲେ ଓଡ଼ିଆ ଝିଅ

author img

By ETV Bharat Odisha Team

Published : Aug 26, 2023, 10:24 PM IST

ଚନ୍ଦ୍ରଯାନ-୩ର ସାରଥୀ ଭାବେ ଇସ୍ରୋ ବୈଜ୍ଞାନିକମାନଙ୍କ ମଧ୍ୟରେ ଓଡିଶା ମାଟିର ଝିଅ ଅନ୍ୟତମ ସାରଥୀ ସାଜିଛନ୍ତି। ଚନ୍ଦ୍ରଯାନ-3ରେ କାମ କରି ଗୌରବ ଆଣିଛନ୍ତି ଓଡ଼ିଆ ଝିଅ ରଶ୍ମି ।

ଗୌରବ ଆଣିଲେ ଓଡ଼ିଆ ଝିଅ
ଗୌରବ ଆଣିଲେ ଓଡ଼ିଆ ଝିଅ

ଗୌରବ ଆଣିଲେ ଓଡ଼ିଆ ଝିଅ

ଢେଙ୍କାନାଳ: ଚନ୍ଦ୍ରଯାନ-୩ର ସଫଳତା ପରେ ସାରା ବିଶ୍ୱରେ ପ୍ରଥମ ରାଷ୍ଟ୍ର ଭାବେ ଭାରତବର୍ଷ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିଛି। ଏଥିପାଇଁ ଇସ୍ରୋର ବୈଜ୍ଞାନିକମାନଙ୍କ ପ୍ରତି ସାରା ବିଶ୍ୱରୁ ଶୁଭେଚ୍ଛାର ସୁଅ ଛୁଟୁଛି । ତେବେ ଏହି ଚନ୍ଦ୍ରଯାନ-୩ର ସାରଥୀ ଭାବେ ଇସ୍ରୋ ବୈଜ୍ଞାନିକମାନଙ୍କ ମଧ୍ୟରେ ଓଡିଶା ମାଟିର ଝିଅ ଅନ୍ୟତମ ସାରଥୀ ସାଜିଛନ୍ତି। ଆଉ ଏହି ସଫଳ ମହିଳା ଇସ୍ରୋ ବୈଜ୍ଞାନିକ ହେଉଛନ୍ତି ଢେଙ୍କାନାଳ ସହର ରଶ୍ମି ବେହେରା। ଢେଙ୍କାନାଳ ସହରର ରାମେଶ୍ୱରପୁର ୧୮ ନମ୍ବର ୱ।ର୍ଡରେ ହେଉଛି ରଶ୍ମିଙ୍କ ଘର । ସେ ୨୦୦୬ ମସିହାରୁ ଇସ୍ରୋର ସାଟେଲାଇଟ୍ ସେଣ୍ଟରରେ ବୈଜ୍ଞାନିକ ଭାବେ କାର୍ଯ୍ୟ କରି ଆସୁଛନ୍ତି।

ଇଣ୍ଟିଆର ମିଶନ ମୁନର ସଫଳତା ପରେ ରଶ୍ମିଙ୍କ ଘରେ ଖେଳି ଯାଇଛି ଖୁସିର ଲହରୀ। ପିତା ଅବସରପ୍ରାପ୍ତ ହାଇସ୍କୁଲ ଶିକ୍ଷକ ଶଙ୍କର୍ଷଣ ବେହେରା ଓ ମା ପଦ୍ମାବତୀ ବେହେରାଙ୍କ କନିଷ୍ଠ ଝିଅ ହେଉଛନ୍ତି ରଶ୍ମି । ତୁଳସୀ ଦୁଇ ପତ୍ରରୁ ବାସିଲା ପରି ପିଲାଟିଦିନରୁ ରଶ୍ମି ବିଭିନ୍ନ ଛାତ୍ରବୃତି ହାସଲ ପରେ ଉତ୍କଳ ୟୁନିଭରସିଟିରୁ ପଦାର୍ଥ ବିଜ୍ଞାନରେ ଗୋଲଡ଼ ମେଡ଼ାଲ ହାସଲ କରିଥିଲେ। ପରେ ସେ ବେଙ୍ଗଲୁରୁରେ ପିଏଚଡ଼ି ମଧ୍ୟ କରିଛନ୍ତି। ଗତ ୨୦୦୬ ମସିହାରେ ଇସ୍ରୋରେ ବୈଜ୍ଞାନିକ ଭାବେ କାର୍ଯ୍ୟ ଆରମ୍ଭ କରିଛନ୍ତି ରଶ୍ମି।

ଏହା ବି ପଢନ୍ତୁ...Chandrayaan-3 Success: ଇସ୍ରୋ ବୈଜ୍ଞାନିକ ଦଳରେ ଭୁବନ ମାଟିର ପୁଅ

ନିଜର କର୍ତ୍ତବ୍ୟ ନିଷ୍ଠା ଓ କାର୍ଯ୍ୟଦକ୍ଷତା ପାଇଁ ଇସ୍ରୋ ପଦଧିକାରୀଙ୍କ ପାଖରୁ ଅନେକ ବାର ପୁରସ୍କାର ଓ ସମ୍ବର୍ଦ୍ଧନା ପାଇ ଆସିଛନ୍ତି ରଶ୍ମି। ଏନେଇ ରଶ୍ମି କହିଛନ୍ତି, "ଚନ୍ଦ୍ରଯାନ-୩ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂର ସଫଳତା ପରେ ପରେ ବିକ୍ରମ ଓ ପ୍ରଜ୍ଞାନ ଅନେକ ତଥ୍ୟ ପାଠାଇବାରେ ଲାଗିଛନ୍ତି । ଯାହା ଫଳରେ ଆଗାମୀ ସମୟରେ ଭାରତବର୍ଷ ସାରା ବିଶ୍ୱରେ ଅନେକ ଇତିହାସ ରଚିବାକୁ ଯାଉଛି। ତେଣୁ ମୁଁ ନିଜକୁ ବେଶ ଗର୍ବିତ ଅନୁଭବ କରୁଛି।"

ଏପଟେ ନିଜ ଝିଅ ପାଇଁ ନିଜକୁ ବେଶ ଗର୍ବିତ ମନେ କରି ସାରା ବିଶ୍ୱରେ ଭାରତ ବର୍ଷର ନାମ ରୋଶନ କରିଥିବାରୁ ରଶ୍ମିଙ୍କ ପରି ଅନ୍ୟ ସମସ୍ତ ଇସ୍ରୋ ବୈଜ୍ଞାନିକମାନଙ୍କ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଛନ୍ତି ରଶ୍ମିଙ୍କ ପରିବାର। ମହାକାଶ ଗବେଷଣା କ୍ଷେତ୍ରରେ ଆହୁରି ଆଗକୁ ଅଧିକ ତଥ୍ୟ ହାସଲ କରିବାରେ ଝିଅ ସମେତ ଅନ୍ୟ ବୈଜ୍ଞାନିକମାନଙ୍କ ସଫଳତା କାମନା କରିଛନ୍ତି ରଶ୍ମିଙ୍କ ପରିବାର। ଏହା ସହିତ "ରଶ୍ମିଙ୍କ ପାଇଁ ଆଜି ଦେଶ, ରାଜ୍ୟ ଓ ଢେଙ୍କାନାଳ ଜିଲ୍ଲା ଗର୍ବିତ ହୋଇଛି" ବୋଲି କହିଛନ୍ତି ତାଙ୍କ ବାପା ଓ ମା'।

ଇଟିଭି ଭାରତ, ଢେଙ୍କାନାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.