ଢେଙ୍କାନାଳ : କୋଇଲା ଟ୍ରକ ମାଲିକଙ୍କ ଠାରୁ ୩୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଆଗରେ ଧରାପଡ଼ିଥିଲେ ଡିଏସପି । ଏହାପରେ ଢେଙ୍କାନାଳର ଡିଏସପି ଅଭିନବ ଡାଳୁଆଙ୍କୁ ଆଜି ଭିଜିଲାନ୍ସ କୋର୍ଟ ଚାଲାଣ କରିଛି । ତେବେ ଆସନ୍ତା ୯ ତାରିଖରେ ଜାମିନ ସମ୍ପର୍କରେ ଶୁଣାଣି ହେବ ବୋଲି ଜଣାପଡିଥିବା ବେଳେ ୯ଦିନ ପାଇଁ ତାଙ୍କୁ ଭିଜିଲାନ୍ସ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।
ଆସନ୍ତା ୯ ତାରିଖରେ ଜାମିନ ସମ୍ପର୍କରେ ଶୁଣାଣି ହେବ ବୋଲି ଜଣାପଡିଛି । ଅଭିନବ ଡାଳୁଆ ଢେଙ୍କାନାଳ ସଦର ଥାନା ଅଧିକାରୀ ଦାୟିତ୍ୱରେ ଥିଲେ । ଗତ ୨୦୧୬ ମସିହାରୁ ଢେଙ୍କାନାଳ ଟାଉନ ଥାନା, କାମାକ୍ଷାନଗର ଓ ସଦର ଥାନାରେ ଅଧିକାରୀ ଭାବେ ରହିଆସିଥିଲେ । ହେଲେ ପୁଲିସ ଅଧିକାରୀ ଜଣକ ଲାଞ୍ଚ କାରବାର ସହ ବେଆଇନ ସମ୍ପତି ଠୁଳ କରିଥିବା ନେଇ ଅଭିଯୋଗ ହୋଇଆସୁଛି ।
ଏହା ମଧ୍ୟ ପଢନ୍ତୁ: ଭିଜିଲାନ୍ସ ଜାଲରେ ଢେଙ୍କାନାଳ ଡିଏସପି
ଏପରିକି ଡିଏସପି ପାହ୍ୟାକୁ ପ୍ରମୋଶନ ପରେ ରାଉରକେଲାକୁ ବଦଳି ପରେ ମଧ୍ୟ ସଦର ଥାନାରେ ରହି ମାସିକିଆ ବଟି ଆଦାୟ କରୁଥିବା ଅଭିଯୋଗ ହୋଇଛି । ସୂଚନାନୁସାରେ ଗତକାଲି ଡିଏସପି ଲାଞ୍ଚ ନେବା ବେଳେ କାବୁ କରିଥିଲା ଭିଜିଲାନ୍ସ । ସଦର ଥାନା ଅଧିକାରୀ ଦାୟିତ୍ବରେ ଥିବା ଅଭିନବ ଡାଳୁଆ କୋଇଲା ଟ୍ରକ ମାଲିକଙ୍କ ଠାରୁ ୩୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ ତାଙ୍କୁ ଗିରଫ କରିଥିଲା । ଏହି ସମୟରେ ଭିଜିଲାନ୍ସ ଟିମ ସହ ଧସ୍ତାଧସ୍ତି ହୋଇଥିବା ନେଇ ଅଭିଯୋଗ ହୋଇଛି ।
ସେପଟେ ଭିଜିଲାନ୍ସର ୮ ଟିମ୍ ଏକକାଳୀନ ବିଭିନ୍ନ ଜାଗାରେ ଚଢାଉ କରି ଛାନଭିନ କରିଥିଲା । ତେବେ ବେଆଇନ ସମ୍ପତି ଠୁଳ ହୋଇଥିବା ଅଭିଯୋଗରେ ଢେଙ୍କାନାଳର ୪ଟି, ବାଲେଶ୍ୱର, କେନ୍ଦୁଝର, ଜଟଣୀ, ଜଗତସିଂହପୁର, ନରସିଂପୁର ଆଦି ସ୍ଥାନରେ ଭିଜିଲାନ୍ସର ୮ଟି ଦଳ ଏକକାଳୀନ ଚଢ଼ଉ କରିଛନ୍ତି । ଏହି ଚଢ଼ଉରେ ଅନେକ ସ୍ଥାନରେ ଥିବା ଦାମୀ ପ୍ଲଟ, ଫାର୍ମ ହାଉସ, ବ୍ୟାଙ୍କ ପାସ ବୁକ, ବୀମା ବଣ୍ଡ ଆଦି ଭିଜିଲାନ୍ସ ହାତରେ ଲାଗିଛି । ଯାହାକି ସେ ତାଙ୍କ ସମ୍ପର୍କୀୟ ମାନଙ୍କ ନାମରେ ବେଆଇନ ଭାବେ ଠୁଳ କରିଥିବା ଜଣାପଡ଼ିଛି । ତେବେ କେତେ ପରିମାଣ ବେଆଇନ ସମ୍ପତି ଠୁଳ ହୋଇଛି ତାହା ଭିଜିଲାନ୍ସ ପକ୍ଷରୁ ହିସାବ କରାଯାଉଛି ।
ଇଟିଭି ଭାରତ, ଢେଙ୍କାନାଳ