ETV Bharat / state

ରାସ୍ତା ପାର୍ଶ୍ୱରୁ ମୃତଦେହ ଉଦ୍ଧାର - ଢେଙ୍କାନାଳ ମୁଖ୍ୟ ଖବର

ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ନିକଟ ରାସ୍ତା ପାର୍ଶ୍ବରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ଅଧିକ ପଢନ୍ତୁ...

ରାସ୍ତା ପାର୍ଶ୍ୱରୁ ମୃତ ଦେହ ଉଦ୍ଧାର
ରାସ୍ତା ପାର୍ଶ୍ୱରୁ ମୃତ ଦେହ ଉଦ୍ଧାର
author img

By

Published : Jul 21, 2020, 4:46 PM IST

ଢେଙ୍କାନାଳ: ରାସ୍ତା ପର୍ଶ୍ବରୁ ମୃତଦେହ ଉଦ୍ଧାର । ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ନିକଟ ରାସ୍ତା ପର୍ଶ୍ବରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପଛ ପାଖ ଦକ୍ଷିଣକାଳୀ ରୋଡ଼ର ରାସ୍ତା ପାର୍ଶ୍ଵରେ ଏକ ବୁଦାରେ ଏହି ମୃତଦେହ ରହିଥିଲା । ମୃତକ ଜଣଙ୍କ ସ୍ଥାନୀୟ ଖମାର ସାହିର କାନ୍ଦୁଲୁ ଦେହୁରୀ ବୋଲି ଜଣାପଡିଛି । ମୃତ୍ୟୁର ସଠିକ କାରଣ ଜଣାପଡ଼ିନାହିଁ । ଖବର ପାଇ ଟାଉନ ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି । ମୃତକ ଗୋଡ଼ ଓ ଦେହରେ କିଛି କ୍ଷତ ଚିହ୍ନ ଥିବା ଦେଖାଯାଇଛି ।

ରାସ୍ତା ପାର୍ଶ୍ୱରୁ ମୃତଦେହ ଉଦ୍ଧାର

ମୃତ ଦେଖ ପାଖରେ ଏକ ଛୋଟ ବୋତଲରେ କିଛି ରାସାୟନିକ ପଦାର୍ଥ ଥିବା ଏହା ବିଷ ବୋଲି ପୋଲିସ ସନ୍ଦେହ କରିଛି । ଫଳରେ ଏହା ଏକ ଆତ୍ମହତ୍ୟା ବୋଲି ମଧ୍ୟ ସନ୍ଦେହ କରାଯାଇଛି । ତେବେ ମୃତଦେହ ଜବତ ପରେ ବ୍ୟବଚ୍ଛେଦ ପାଇଁ ପଠାଇ ପୋଲିସ ତଦନ୍ତ ଜାରି ରଖିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.