ETV Bharat / state

ଢେଙ୍କାନାଳରେ ପୁଣି 14 କୋରୋନା ପଜିଟିଭ ଚିହ୍ନଟ, 35 ସୁସ୍ଥ - dhenkanal news

ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢି ଚାଲିଛି । ଏହି କ୍ରମରେ ମଙ୍ଗଳବାର ଢେଙ୍କାନାଳ ଜିଲ୍ଲାରେ ପୁଣି 14 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

dhenkanal corona update
ଢେଙ୍କାନାଳରେ ପୁଣି 14 କୋରୋନା ପଜିଟିଭ ଚିହ୍ନଟ
author img

By

Published : Aug 11, 2020, 3:17 PM IST

ଢେଙ୍କାନାଳ: ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢି ଚାଲିଛି । ଏହି କ୍ରମରେ ମଙ୍ଗଳବାର ଢେଙ୍କାନାଳ ଜିଲ୍ଲାରେ ପୁଣି 14 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ଜିଲ୍ଲାରେ ମୋଟ 679 ଜଣ ସଂକ୍ରମିତ ହୋଇଛନ୍ତି । ଏହି ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଗଦିଁଆ ବ୍ଳକରୁ 9 ଜଣ, ଓଡାପଡା ବ୍ଳକରୁ 2 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି ହିନ୍ଦୋଳ, କାମାକ୍ଷାନଗର ଓ ଢେଙ୍କାନାଳ ପୌରାଞ୍ଚଳରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ସମସ୍ତ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ସଂଗରୋଧ କେନ୍ଦ୍ରରୁ, 5 ଜଣ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଣ୍ଟିଜେନ ଟେଷ୍ଟରୁ ଜଣେ ସମ୍ ହସ୍ପିଟାଲରେ ଚିହ୍ନଟ ହୋଇଥିବା ବେଳେ ଅନ୍ୟ 7 ଜଣ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ଚିହ୍ନଟ ହୋଇଛନ୍ତି ।

ସମସ୍ତ ଆକ୍ରାନ୍ତଙ୍କୁ ଢେଙ୍କାନାଳ କୋଭିଡ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି । ସେମାନେ ରହୁଥିବା ସଂଗରୋଧ କେନ୍ଦ୍ର, ଗୃହ ଓ ସଂଲଗ୍ନ ଅଞ୍ଚଳକୁ ବିଶୋଧନ କରାଯାଇଛି । ସେପଟେ ଚିକିତ୍ସା ପରେ ଜିଲ୍ଲାର ଆଉ 35 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ମୋଟ 679 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 386 ଜଣ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଜିଲ୍ଲାରେ ଜଣଙ୍କର କୋରୋନା ଜନିତ ମୃତ୍ୟୁ ହୋଇଥିବା ବେଳେ 292 ଟି ସକ୍ରିୟ ମାମଲା ରହିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.