ETV Bharat / state

ଖୋଲିଲା ଢେଙ୍କାନାଳ ଶିଶୁ ମୃତ୍ୟୁ ଘଟଣାର ଗୁମର, ବନ୍ଧା ହେଲା ସମ୍ପର୍କୀୟ - କାଳିଆକୁ ତଣ୍ଟିଚିପି କୂଅରେ ଫିଙ୍କିଥିଲେ ସମ୍ପର୍କୀୟ

ଢେଙ୍କାନାଳ ଖଙ୍କିରା ଶିଶୁ ମୃତ୍ୟୁ ଘଟଣାର ପର୍ଦ୍ଦାଫାସ । ନିହଲ ପ୍ରସାଦ ଥାନା ପୋଲିସ ଖୋଲିଲା ହତ୍ୟାକାଣ୍ତର ଗୁମର । ବନ୍ଧା ହେଲେ ସମ୍ପର୍କୀୟ । ଅଧିକ ପଢନ୍ତୁ...

Dhenkanal child murder case: Relatives Arrested
ଢେଙ୍କାନାଳ ଶିଶୁ ମୃତ୍ୟୁ ଘଟଣା: ବନ୍ଧା ହେଲେ ସମ୍ପର୍କୀୟ
author img

By

Published : Dec 18, 2020, 12:11 PM IST

Updated : Dec 18, 2020, 4:15 PM IST

ଢେଙ୍କାନାଳ: ଜିଲ୍ଲା ନିହଲ ପ୍ରସାଦ ଖଙ୍କିରା ଶିଶୁ ମୃତ୍ୟୁ ଘଟଣାର ପର୍ଦ୍ଦାଫାସ । ସମ୍ପର୍କୀୟ ପଡୋଶୀ ଭିଆଇଛନ୍ତି ହତ୍ୟାକାଣ୍ଡ । ପାରିବାରିକ ଶତ୍ରୁତାକୁ କେନ୍ଦ୍ର କରି ଶିଶୁର ତଣ୍ଟି ଚିପି ହତ୍ୟା ପରେ କୂଅକୁ ଫୋପାଡିଥିଲା । ଘଟଣା ସାମାନାକୁ ଆସିବା ପରେ ଉକ୍ତ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ନିହଲ ପ୍ରସାଦ ପୋଲିସ । ଏପରି ଜଘନ୍ୟ କାଣ୍ଡ ଘଟାଇଥିବା ମହିଳାଙ୍କୁ ଫାଶୀ ଦେବାକୁ ପରିବାର ଓ ଗ୍ରାମବାସୀ ଦାବି କରିଛନ୍ତି ।

ଖୋଲିଲା ଢେଙ୍କାନାଳ ଶିଶୁ ମୃତ୍ୟୁ ଘଟଣାର ଗୁମର; ବନ୍ଧା ହେଲା ସମ୍ପର୍କୀୟ

ଢେଙ୍କାନାଳ ଜିଲ୍ଲା ନିହଲ ପ୍ରସାଦ ଥାନା ଅନ୍ତର୍ଗତ ଖଙ୍କିରା ଗ୍ରାମର ଚନ୍ଦନ ସାହୁଙ୍କ ତିନି ବର୍ଷର ପୁଅ କାଳିଆ ମୃତ୍ୟୁ ଘଟଣାର ତଦନ୍ତ କରି ନିହଲ ପ୍ରସାଦ ପୋଲିସ ରହସ୍ୟର ପର୍ଦ୍ଦାଫାସ କରିଛି । ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଏହା ହତ୍ୟାକାଣ୍ଡ ବୋଲି ଜଣାପଡିଛି । ଫଳରେ ଏପରି ଜଘଣ୍ୟ ହତ୍ୟାକାଣ୍ଡ ଘଟାଇଥିବା ହତ୍ୟା ଅଭିଯୁକ୍ତ ଉକ୍ତ ଗ୍ରାମର ଭାରତୀ ସାହୁ ନାମକ ମହିଳାଙ୍କୁ ପୋଲିସ ଗିରଫ କରିଛି ।

ଗତ ବୁଧବାର ଅପରାହ୍ନରେ ଗାଁ ଦାଣ୍ଡରେ କାଳିଆ ଖେଳୁଥିବା ବେଳେ ହଠାତ ଗାଏବ ହୋଇଯାଇଥିଲା । ଆଉ ତା ପରଦିନ ଘର ଠାରୁ ଶହେ ମିଟର ଦୂର ହତ୍ୟା ଅଭିଯୁକ୍ତ ଭାରତୀ ସାହୁଙ୍କ କୂଅରୁ କାଳିଆଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିଲା । ତେବେ ମୃତ ଶିଶୁ କାଳିଆର ପରିବାର ଓ ଭାରତୀ ସାହୁଙ୍କ ପରିବାର ମଧ୍ୟରେ ପୁର୍ବରୁ ଶତ୍ରୁତା ଥିଲା । ଭାରତୀ ତାଙ୍କ ପୁଅକୁ ତଣ୍ଟି ଚିପି ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ । ଫଳରେ କାଳିଆର ଏପରି ମୃତ୍ୟୁକୁ ନେଇ ଭାରତୀ ହତ୍ୟା କରି କୂଅରେ ପକାଇଥିବା ଶିଶୁର ପରିବାର ମଧ୍ୟ ଅଭିଯୋଗ କରିଥିଲେ । ଏପରିସ୍ଥଳେ ଶିଶୁର ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଶିଶୁ ମୃତ୍ୟୁର ପର୍ଦ୍ଦାଫାସ ହୋଇଛି ।

ଏପରିକି କାଳିଆକୁ ତଣ୍ଟି ଚିପି ହତ୍ୟା ପରେ କୂଅରେ ପକାଇଦେଇଥିବା ଅଭିଯୁକ୍ତ ଭାରତୀ ସ୍ବୀକାର କରିଥିବା ପୋଲିସ ସୂଚନା ଦେଇଛି । ହତ୍ୟା ଘଟଣା ପର୍ଦ୍ଦାଫାସ ପରେ ଖଙ୍କିରା ଗ୍ରାମବାସୀଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏକ ନିଷ୍ପାପ ଶିଶୁକୁ ଏପରି ନିର୍ଦୟ ଭାବେ ହତ୍ୟା କରିଥିବା ଭାରତୀଙ୍କୁ ଫାଶୀ ଦିଆଯାଉ ବୋଲି ପରିବାର ତଥା ଗ୍ରାମବାସୀ ଦାବି କରିଛନ୍ତି । ଏବେ ଶିଶୁ ହତ୍ୟା ଅଭିଯୋଗରେ ଭାରତୀ ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ନିହଲ ପ୍ରସାଦ ପୋଲିସ । ତେବେ ଜଣେ ମହିଳା ହୋଇ ଏକ ତିନି ବର୍ଷର ନିଷ୍ପାପ ଶିଶୁର ତଣ୍ଟି ଚିପି ଏପରି ଜଘନ୍ୟ ଭାବେ ହତ୍ୟା କରିଥିବା ଘଟଣା ସମ୍ପୃକ୍ତ ଅଂଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Last Updated : Dec 18, 2020, 4:15 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.