ETV Bharat / state

ଚାଉଳିଆ ଖମାର ଗ୍ରାମ କନଷ୍ଟେବଳ ଗୁଳିକାଣ୍ଡ ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ - dhenkanal chaulia firing upadate

ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଚାଉଳିଆ ଖମାର ଗ୍ରାମରେ ଘଟିଥିବା ଗୁଳିକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଶ୍ରୀକାନ୍ତ ସାହୁକୁ ପାରିଖେଦା ଗ୍ରାମରୁ ଶୁକ୍ରବାର ପୋଲିସ ଗିରଫ କରିଛି ।

dhenkanal  chaulia firing main accused arrest
ଚାଉଳିଆ ଖମାର ଗ୍ରାମ କନଷ୍ଟେବଳ ଗୁଳିକାଣ୍ଡ ଘଟଣା
author img

By

Published : Mar 20, 2020, 3:14 PM IST

ଢେଙ୍କାନାଳ: ଚାଉଳିଆ ଖମାର ଗ୍ରାମ କନଷ୍ଟେବଳ ଗୁଳିକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ । ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଚାଉଳିଆ ଖମାର ଗ୍ରାମରେ ଘଟିଥିବା ଗୁଳିକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଶ୍ରୀକାନ୍ତ ସାହୁକୁ ପାରିଖେଦା ଗ୍ରାମରୁ ଶୁକ୍ରବାର ପୋଲିସ ଗିରଫ କରିଛି ।

ଚାଉଳିଆ ଖମାର ଗ୍ରାମ କନଷ୍ଟେବଳ ଗୁଳିକାଣ୍ଡ ଘଟଣା

ସୂଚନା ଅନୁଯାୟୀ, ଗତ ୧୩ତାରିଖରେ ଚାଉଳିଆ ଖମାର ଗ୍ରାମରେ ପଞ୍ଚୁ ଦୋଳଯାତ୍ରା ଚାଲିଥିବା ବେଳେ ଗ୍ରାମରେ ଆଇଆରବି ପୋଲିସ କନଷ୍ଟେବଳ ରାମଚନ୍ଦ୍ର ସାହୁଙ୍କ ଉପରକୁ ଶ୍ରୀକାନ୍ତ ଗୁଳିମାଡ କରିଥିଲା । ଯେଉଁଥିରେ କନଷ୍ଟେବଳଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା ।

ଏହି ଘଟଣା ପରେ ଚାଉଳିଆ ଗ୍ରାମ କମିଟିର ସଭାପତି ଶ୍ରୀକାନ୍ତ ସାହୁ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା । ଗୁଳିକାଣ୍ଡ ପରେ ଏ ସଂକ୍ରାନ୍ତରେ ସଦର ଥାନାରେ ଏକ ହତ୍ୟା ମାମଲା ରୁଜୁକରି ପୁଲିସ ତନା ଘନା କରୁଥିଲା । ତେବେ ବିଶେଷ ସୂତ୍ରରୁ ଖବର ପାଇ ଶୁକ୍ରବାର ଭୋର ସମୟରେ ସଦର ଥାନା ଅନ୍ତର୍ଗତ ପରିଖେଦା ଗ୍ରାମରେ ପୋଲିସ ଚଢ଼ାଉ କରିଥିଲା । ଏହାପରେ ଶ୍ରୀକାନ୍ତଙ୍କ ଜଣେ ସମ୍ପର୍କୀୟଙ୍କ ଘରୁ ଶ୍ରୀକାନ୍ତକୁ ପୋଲିସ ଗିରଫ କରିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.