ETV Bharat / state

ପରୀକୁ ନ୍ୟାୟ ଦାବିରେ ବିଜେପିର ପଦଯାତ୍ରା

author img

By

Published : Dec 17, 2020, 9:46 PM IST

Updated : Dec 17, 2020, 9:56 PM IST

କୁନି ଝିଅ ପରୀ ମୃତ୍ୟୁକୁ ନେଇ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଥିବା ବେଳେ ବିଜେପି ପକ୍ଷରୁ ସାରା ରାଜ୍ୟରେ ପଦଯାତ୍ରା କରାଯାଉଛି। ଅଧିକ ପଢନ୍ତୁ..

ପରୀକୁ ନ୍ୟାୟ ଦାବିରେ ବିଜେପିର ପଦଯାତ୍ରା
ପରୀକୁ ନ୍ୟାୟ ଦାବିରେ ବିଜେପିର ପଦଯାତ୍ରା

ଢେଙ୍କାନାଳ: ପରୀକୁ ନ୍ୟାୟ ଦେବା ଓ ସିବିଆଇ ତଦନ୍ତ ଦାବିରେ ଢେଙ୍କାନାଳ ପରଜଙ୍ଗ ବିଜେପି ପକ୍ଷରୁ ପଦଯାତ୍ରା । ସ୍ଥାନୀୟ ହାତୀଲୁଚାଣି ଛକ ଠାରୁ ଏକ ପଦଯାତ୍ରା ବାହାରି ପରଜଙ୍ଗ ବଜାର ଦେଇ ବାରିହାପୁର ଠାରେ ଶେଷ ହୋଇଛି l

ନୟାଗଡ ଯଦୁପୁର ଗ୍ରାମର କୁନି ଝିଅ ପରୀ ମୃତ୍ୟୁକୁ ନେଇ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଥିବା ବେଳେ ବିଜେପି ପକ୍ଷରୁ ସାରା ରାଜ୍ୟ ରେ ପଦଯାତ୍ରା କରାଯାଉଛି। ପରୀକୁ ନ୍ୟାୟ ପ୍ରଦାନ କରିବାକୁ ଦାବି ଜୋର ଧରିଛି l ଏହି ଅବସରରେ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବିଜେପି ପକ୍ଷରୁ ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l

ପରୀକୁ ନ୍ୟାୟ ଦାବିରେ ବିଜେପିର ପଦଯାତ୍ରା

ପରୀର ପ୍ରକୃତ ହତ୍ୟାକାରୀଙ୍କୁ ଗିରଫ ଓ ରାଜ୍ୟ ସରକାର ଏହି ଘଟଣାକୁ ତଦନ୍ତ ପାଇଁ ସିବିଆଇକୁ ହସ୍ତାନ୍ତରଣ ଉଦ୍ଦେଶ୍ୟରେ ବିଜେପିର ଏହି ପଦଯାତ୍ରା କରାଯାଉଛି l ଏହି ଅବସରରେ ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବି ତେଜିଛି । ଏହି କାର୍ଯ୍ୟକ୍ରମ ଜିଲ୍ଲାରେ ୪ ଦିନ ଧରି ଚାଲିବ ବୋଲି ଜିଲ୍ଲା ସଭାପତି ସୂଚନା ଦେଇଛନ୍ତି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର , ଇଟିଭି ଭାରତ

Last Updated : Dec 17, 2020, 9:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.