ETV Bharat / state

ମାହାଙ୍ଗା ମର୍ଡର: ଢେଙ୍କାନାଳରେ ବିଜେପିର ଟାଉନ ଥାନା ଘେରାଉ - ମାହାଙ୍ଗା ମର୍ଡର ନେଇ ବିଜେପି ବିକ୍ଷୋଭ

ମାହାଙ୍ଗା ହତ୍ୟାକାଣ୍ଡ ଘଟଣାରେ ଢେଙ୍କାନାଳରେ ବିଜେପିର ବିକ୍ଷୋଭ । ଟାଉନ ଥାନା ଘେରାଉ କରି ମନ୍ତ୍ରୀ ପ୍ରତାପ ଜେନାଙ୍କ ଇସ୍ତଫା ଦାବି କଲା ଦଳ । ଅଧିକ ପଢନ୍ତୁ...

ମାହଙ୍ଗା ମର୍ଡର: ଢେଙ୍କାନାଳରେ ବିଜେପିର ଟାଉନ ଥାନା ଘେରାଉ

author img

By

Published : Jan 5, 2021, 8:50 PM IST

ଢେଙ୍କାନାଳ: ମାହାଙ୍ଗା ଡବଲ ମର୍ଡର ଘଟଣାରେ ବିଜେପିର ଗର୍ଜନ । ଏହି ହତ୍ୟାକାଣ୍ଡକୁ ନେଇ ଢେଙ୍କାନାଳ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ମଙ୍ଗଳବାର ଟାଉନ ଥାନା ଘେରାଉ କରାଯାଇଛି । ଶତାଧିକ ଦଳୀୟ କର୍ମୀ ଥାନା ସମ୍ମୁଖରେ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ନାରାବାଜି କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହାସହ ଏହି ଡବଲ ମର୍ଡରରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମ୍ପୃକ୍ତ ଥିବା ଦର୍ଶାଇ ତାଙ୍କର ଇସ୍ତଫା ଦାବି କରିଛି ବିଜେପି ।

ମାହଙ୍ଗା ମର୍ଡର: ଢେଙ୍କାନାଳରେ ବିଜେପିର ଟାଉନ ଥାନା ଘେରାଉ

ଗତ 2 ତାରିଖ ଦିନ ସାଲେପୁର ମାହାଙ୍ଗାର ବିଜେପି ନେତା କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳ ବାଇକ ଯୋଗେ ଘରକୁ ଫେରୁଥିବା ବେଳେ କେହି ତାଙ୍କୁ ଆକ୍ରମଣ କରିଥିଲେ । ଯାହାଫଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା । ଏନେଇ ରାଜ୍ୟବ୍ୟାପୀ ରାଜନୀତି ଜୋର ଧରିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.