ETV Bharat / state

ପରୀକୁ ନ୍ୟାୟ ପ୍ରଦାନ ଓ ସିବିଆଇ ତଦନ୍ତ ଦାବିରେ ଢେଙ୍କାନାଳ ବିଜେପିର ପଦଯାତ୍ରା - demanding justice for Pari Dhenkanal BJP

ପାଞ୍ଚବର୍ଷର ଶିଶୁ ପରୀକୁ ନ୍ୟାୟ ପ୍ରଦାନ ଦାବିରେ ଢେ଼ଙ୍କାନାଳ ଜିଲ୍ଲା ବିଜେପି ପକ୍ଷରୁ ପଦଯାତ୍ରା କରାଯାଇଛି । ଅଧିକ ପଢନ୍ତୁ...

ପରୀକୁ ନ୍ୟାୟ ପ୍ରଦାନ ଓ ସିବିଆଇ ତଦନ୍ତ ଦାବିରେ ଢେଙ୍କାନାଳ ବିଜେପିର ପଦଯାତ୍ରା

author img

By

Published : Dec 20, 2020, 6:52 PM IST

ଢେଙ୍କାନାଳ : ପାଞ୍ଚବର୍ଷର ଶିଶୁ ପରୀକୁ ନ୍ୟାୟ ପ୍ରଦାନ ଦାବିରେ ଢେ଼ଙ୍କାନାଳ ଜିଲ୍ଲା ବିଜେପି ପକ୍ଷରୁ ପଦଯାତ୍ରା କରାଯାଇଛି । ପୂର୍ବତନ ରାଜ୍ୟସଭା ସାଂସଦ ରୁଦ୍ର ନାରାୟଣ ପାଣି, ଜିଲ୍ଲା ସଭାପତି ନରେଶ ମହାପାତ୍ର ଓ ରାଜ୍ୟ ଓବିସି ସେଲର ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ପାତ୍ରଙ୍କ ନେତୃତ୍ବରେ ଢେଙ୍କାନାଳ ସହରର ଆଇନ ମହାବିଦ୍ୟାଳୟ ଠାରୁ ଏକ ବିଶାଳ ଶୋଭାଯାତ୍ରାରେ ବିଜେପି କର୍ମକର୍ତ୍ତା ମାନେ ଗଣେଶ ବଜାର ପର୍ଯ୍ୟନ୍ତ ପଦଯାତ୍ରାରେ ଯାଇଥିଲେ।

ପରୀକୁ ନ୍ୟାୟ ପ୍ରଦାନ ଓ ସିବିଆଇ ତଦନ୍ତ ଦାବିରେ ଢେଙ୍କାନାଳ ବିଜେପିର ପଦଯାତ୍ରା

ଗଣେଶ ବଜାର ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମନ୍ତ୍ରୀ ଅରୁଣ ସାହୁଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା। ଜିଲ୍ଲା ବିଜେପି ପକ୍ଷରୁ ଢେ଼ଙ୍କାନାଳର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ତିନି ଦିନ ଧରି ପଦଯାତ୍ରା ଚାଲିଥିଲା ବେଳେ ଆଜି ଅନ୍ତିମ ଦିବସରେ ଢେଙ୍କାନାଳ ସହରରେ ଏହି ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ପରି ହତ୍ୟା ଘଟଣାରର ସଂପୃକ୍ତି ଥିବା ଚର୍ଚ୍ଚା ହେଉଥିବା ମନ୍ତ୍ରୀ ଅରୁଣ ସାହୁଙ୍କ ତୁରନ୍ତ ବହିଷ୍କାର ଓ ସିବିଆଇ ତଦନ୍ତ ଦାବି କରିଛି ବିଜେପି। ପରୀକୁ ନ୍ୟାୟ ଦେବା ପାଇଁ ଦଳ ତରଫରୁ ଆନ୍ଦୋଳନକୁ ଆଗାମୀ ଦିନରେ ଜୋରଦାର କରାଯିବ ବୋଲି ବିଜେପି ପକ୍ଷରୁ ଚେତାବନୀ ଦିଆଯାଇଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.