ETV Bharat / state

ଫେବୃଆରୀ 14ରେ ଢେଙ୍କାନାଳ ବନ୍ଦ ଡାକରା, ମେଡିକାଲ କଲେଜ ପ୍ରତିଷ୍ଠା ଦାବି

author img

By

Published : Feb 10, 2020, 9:54 PM IST

ପୁରୁଣା ଡାକ୍ତରଖାନାକୁ ସିଟି ହସ୍ପିଟାଲ କରାଯିବା ଓ ନୂତନ ଡାକ୍ତରଖାନରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଅଣ୍ଟା ଭିଡିଛନ୍ତି ସ୍ଥାନୀୟ ଲୋକେ । ଏହି ଦାବିରେ ଆସନ୍ତା ଫେବୃଆରୀ ୧୪ ତାରିଖକୁ ଢେଙ୍କାନାଳ ବନ୍ଦ ଡାକରା ଦିଆଯାଇଛି । ଅଧିକ ପଢନ୍ତୁ...

dhenkanal band in February 14
ଫଟୋ ସୌଜନ୍ୟ: ସମ୍ବାଦଦାତା, ଢେଙ୍କାନାଳ

ଢେଙ୍କାନାଳ: ପୁରୁଣା ଡାକ୍ତରଖାନାକୁ ସିଟି ହସ୍ପିଟାଲ କରାଯିବା ଓ ନୂତନ ଡାକ୍ତରଖାନରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଅଣ୍ଟା ଭିଡିଛନ୍ତି ସ୍ଥାନୀୟ ଲୋକେ । ଏହି ଦାବି ନେଇ ଆସନ୍ତା ଫେବୃଆରୀ ୧୪ ତାରିଖରେ ଢେଙ୍କାନାଳ ବନ୍ଦ ଡାକରା ଦିଆଯାଇଛି ।

ଗତ 2 ବର୍ଷ ପୂର୍ବେ ଅତି ତରବରିଆ ଭାବେ ଜିଲା ମୁଖ୍ୟ ଡାକ୍ତରଖାନାକୁ ନୂତନ ଗୃହକୁ ସ୍ଥାନାନ୍ତରିତ କରାଯାଇଛି । ସେତେବେଳେ ସ୍ଥାନୀୟ ଲୋକେ ବିରୋଧ କରିବାରୁ ପୁରୁଣା ଡାକ୍ତରଖାନାକୁ ସିଟି ହସ୍ପିଟାଲ କରାଯିବା ପାଇଁ ଜିଲ୍ଲାପାଳ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୃତି ଦେଇଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଢେଙ୍କାନାଳ

ମାତ୍ର ଦୁଇ ବର୍ଷ ହେଲା ପୁରୁଣା ଡାକ୍ତରଖାନାର କୋଟି କୋଟି ଟଙ୍କାର ସମ୍ପତି ଖତ ଖାଇଲାଣି । ଡାକ୍ତରଖାନା ପରିସର ମଦ୍ୟପଙ୍କ ଆଡ୍ଡା ହୋଇ ଯାଇଛି । ଅପରପକ୍ଷେ ଢେଙ୍କାନାଳରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଭିତ୍ତିଭୂମି ରହିଛି । ମାତ୍ର ସରକାର ଢେଙ୍କାନାଳବାସୀଙ୍କ ପ୍ରତି ବୈମାତୃକ ମନୋଭାବ ପୋଷଣ କରୁଥିବାରୁ ଜନସାଧାରଣ ପ୍ରତିକ୍ରିୟା ଦେଇଛନ୍ତି ।

ଏଥିପାଇଁ ଗଠିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏକ ବୈଠକ ଡକାଯାଇଥିଲା । ଏହି ବୈଠକରେ ସମସ୍ତ ସରକାରୀ, ବେସରକାରୀ ସଂସ୍ଥା ସହ ବଜାର ମଧ୍ୟ ରହିବାକୁ କୁହାଯାଇଛି । ଏହାସହ ଟ୍ରେନ ଚଳାଚଳ ମଧ୍ୟ ବନ୍ଦ ରଖିବାକୁ ଅନୁରୋଧ କରାଯାଇଛି । ବୈଠକରେ ଢେଙ୍କାନାଳର ବାଣିଜ୍ୟ ସଙ୍ଗଠନ, ଆଇନଜୀବୀ ଓ ବିଭିନ୍ନ ସଙ୍ଗଠନ ସାମିଲ ଥିଲେ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Intro:ଆଙ୍କର: ଢେଙ୍କାନାଳରେ ପୁରୁଣା ଡାକ୍ତର ଖାନାକୁ ସିଟି ହସ୍ପିଟାଲ କରାଯିବା ଓ ନୂତନ ଡକ୍ଟରଖାନରେ ମେଡିକାଲ ଲଲେଜ ପ୍ରତିଷ୍ଠା ଦାବିରେ ଅଣ୍ଟା ଭିଡିଛନ୍ତି ସ୍ଥାନୀୟ ଲୋକେ ।
ଏହି ଦାବିରେ ଆସନ୍ତା ୧୪ତାରିଖକୁ ଢେଙ୍କାନଲ ବନ୍ଦ ଡାକରା ଦିଆଯାଅଛି ।
Body:ସୂଚନା ଥାଉକି ,ଗତ ଦୁଇ ବର୍ଷ ପୂର୍ବେ ଅତି ତରବରିଆ ଭାବେ ଜିଲା ମୁଖ୍ୟ ଡାକ୍ତରଖାନାକୁ ନୂତନ ଗୃହକୁ ସ୍ଥାନାନ୍ତରିତ କରିଦିଆଯାଇଛି । ସେତେବେଳେ ମଦଜ୍ଞ ଲୋକମାନେ ବିରୋଧ କରିବାରୁ ପୁରୁଣା ଡାକ୍ତରଖାନାକୁ ସିଟି ହସ୍ପିଟାଲ କରକଯିବା ପାଇଁ ଜିଲାପାଳ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ମାତ୍ର ଦୁଇ ବର୍ଷ ହେଲା ପୁରୁଣା ଡକ୍ଟରଖାନାର କୋଟି କୋଟି ଟଙ୍କାର ସମ୍ପତି ଖତ ଖାଇଲାଣି । ଡାକ୍ତରଖାନା ପରିସର ମଦ୍ୟପଙ୍କ ଅଡ୍ଡା ସ୍ଥଳି ହୋଇ ଯାଇଛି । ଅପର ପକ୍ଷରେ ଢେଙ୍କାନାଳରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଭିତ୍ତିଭୂମି ରହିଛି । ମାତ୍ର ସରକାର ଢେଙ୍କାନଲ ବାସୀଙ୍କ ପ୍ରତି ବୈମାତୃକଅନୋଭାଵ ପୋଷଣ କରୁଥିବାରୁ ଜଣ ସାଧାରଣ ପ୍ରତିକ୍ରିୟାଶୀଳ ହୋଇ ଉଠିଛନ୍ତି । ଏଥିପାଇଁ ଗଠିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏକ ବୈଠକ ଡକାଯାଇଥିଲା । ବୈଠକ ରେ ଢେଙ୍କାନଲ ପୁରୁଣାକୁ ସିଟି ହସ୍ପିଟାଲ ଓ ମେଡିକାଲ କଲେଜ ଦାବି ହୋଇଛି । ଏଥିପାଇଁ ଆସନ୍ତା ୧୪ ତାରିଖକୁ ଢେଙ୍କାନଲ ବାଣ୍ଡ ଡାକରା ଦିଆଯାଇଛି । ଢେଙ୍କାନଲ ଦେଇ ଅଖ ଚକ ବାଣ୍ଡ କରିବା ସହ ସମସ୍ତ ସରକାରୀ ବେସରକାରୀ ଅନୁଷ୍ଠାନ ଓ ଫୋଲନ ବଜ଼ାର ବନ୍ଦ ରକହିବାକୁ ଅନୁରୋଧ କରାଯାଇଛି । ତେବେ ଟ୍ରେନ ଚଳାଚଳକୁ ବଡ଼ ଦିଆଯିବ ବୋଲି କ୍ରିୟାନୁଷ୍ଠାନ କମିଟିର ଆବାହକ ପ୍ରକାଶ କରିଛନ୍ତି ।
Conclusion:ଏହି ପ୍ରସ୍ତୁତି ବୈଠକରେ ଢେଙ୍କାନାଳର ବାଣିଜ୍ୟ ସଂଗଠନ, ଆଇନିଜୀବୀ ଓ ବିଭିନ୍ନ ସଂଗଠନ ସାମିଲ ଥିଲେ ।
ଢେଙ୍କାନାଳରୁ ଉର୍ମିଳା ପାତ୍ରଙ୍କ ରିପୋର୍ଟ। ଇଟିଭି ଭାରତ ।
ବାଇଟ: ରାମଚନ୍ଦ୍ର ପାତ୍ର, ଆବାହକ,ଢେଙ୍କାନଲ କ୍ରିୟାନୁଷ୍ଠାନ କମିଟି
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.